ସ୍ୱାସ୍ଥ୍ୟ

ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଉଚିତ? ଜାଣନ୍ତୁ…

ଶରୀରର ସୁସ୍ଥତା ମାପକାଠି ତ ଅନେକ । ତଥାପି ଖାଦ୍ୟପେୟ ଏବଂ ବ୍ୟାୟାମ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ଯାହା ଫଳରେ କି ଶରୀର ସୁସ୍ଥ ରହିପାରିବେ ।

ଅନେକ ଅଛନ୍ତି ଯେଉଁମାନେ ଶରୀର ପ୍ରତି ହେୟ ଜ୍ଞାନ କରିଦିଅନ୍ତି । ଆଉ ସବୁଠୁ ବଡ କଥା ହେଉଛି ଏଥିପାଇଁ ଓଜନ ମଧ୍ୟ ବଢିଥାଏ । ଖାଦ୍ୟପେୟରେ ଅନିୟମିତତା ତଥା ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ବୟସ ଅନୁସାରେ ଓଜନ ଭିନ୍ନ ରହିଥାଏ । ଯେଉଁଥି ପାଇଁ କି ବିଭିନ୍ନ ପ୍ରକାରର ରୋଗ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।

ତେବେ ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଉଚିତ?

ଜାଣନ୍ତୁ ବୟସ ଅନୁସାରେ କେତେ ଓଜନ ରହିବା ଉଚିତ ।ବିଶେଷଜ୍ଞଙ୍କ ମତରେ ୧ ରୁ ୨ ବର୍ଷର ଶିଶୁଙ୍କ ଓଜନ ୯.୫ ରୁ ୧୨ କେଜି ମଧ୍ୟରେ ରହିବା ଉଚିତ ।

ସେହିଭଳି ୨ ରୁ ୪ ବର୍ଷ ବୟସର ଶିଶୁଙ୍କ ଓଜନ ୧୨ କେଜି ରୁ ୧୫ କେଜି ମଧ୍ୟରେ ରହିବା ଉଚିତ ବୋଲି ବିଶେଷଜ୍ଞଙ୍କ ମତ ।

୪ ରୁ ୬ ବର୍ଷ ଶିଶୁଙ୍କ ଓଜନ ସର୍ବନିମ୍ନ ୧୫.୪ ଓ ସର୍ବାଧିକ ୨୦ କେଜି ମଧ୍ୟରେ ରହିବା ଜରୁରୀ ।

ନଚେତ୍ ସମସ୍ୟା ଦେଖାଦେବ। ସେହିଭଳି ୮ ରୁ ୧୦ ବର୍ଷ ବୟସର ପିଲାଙ୍କ ଓଜନ ୨୫.୫ କେଜି ରୁ ୩୧.୯ କେଜି ରହିବା ଆବଶ୍ୟକ ।

୧୦ ରୁ ୧୨ ବର୍ଷ ବୟସର ପିଲାଙ୍କ ଓଜନ ୩୨ କେଜି ରୁ ୪୧.୫ କେଜି ମଧ୍ୟରେ ରହିବା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ବିଶେଷଜ୍ଞମାନେ କହିଥାନ୍ତି । ବିଶେଷଜ୍ଞଙ୍କ ମତରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କ ଓଜନ ୪୨ କେଜିରୁ ୪୭.୬ କେଜି ମଧ୍ୟରେ ରହିବା ଆବଶ୍ୟକ ।

ସେହିଭଳି ୧୪ ରୁ ୧୬ ବର୍ଷର ପିଲାଙ୍କ ଓଜନ ୪୫ କିଲୋଗ୍ରାମରୁ ୫୩ କିଲୋଗ୍ରାମ ମଧ୍ୟ ରହିବା ଭଲ । ୧୬ ରୁ ୧୮ ବର୍ଷ ବୟସ ପିଲାଙ୍କ ଓଜନ ୫୩ କେଜିରୁ ୫୬.୭ କେଜି ଓ ୧୮ ରୁ ୨୦ ବର୍ଷ ବୟସ୍କଙ୍କ ଓଜନ ୫୬ କେଜିରୁ ୫୮ କେଜି ମଧ୍ୟରେ ରହିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button