ରାଜନୀତି

‘ପ୍ରମେୟ’ ଏବଂ ‘ନ୍ୟୁଜ-୭’ ଦ୍ଵାରା ଆୟୋଜିତ “ମୋ କ୍ୟାମେରାରେ କାଳିଆ’ର ବିଜେତାଙ୍କୁ ପୁରସ୍କାର

 ‘ପ୍ରମେୟ’ ଏବଂ ‘ନ୍ୟୁଜ୍୭’ ପକ୍ଷରୁ ଆୟୋଜିତ “ମୋ କ୍ୟାମେରାରେ କାଳିଆ’ ଶୀର୍ଷକ ଡିଜିଟାଲ୍ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶା ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ରତା ପାଇଁ ପାଠକଙ୍କ ଆଦୃତି ହାସଲ କରିଥିବା ଦୈନିକ ଖବରକାଗଜ ‘ପ୍ରମେୟ’, ଟେଲିଭିଜନ ଚ୍ୟାନେଲ ‘ନ୍ୟୁଜ୍-୭’ ଓ ଏହାର ପୋର୍ଟାଲ ୱିଙ୍ଗ୍ସ ଏହି ନିଆରା କାର୍ଯ୍ୟକ୍ରମ ଜରିଆରେ ପୁଣି ଥରେ ପାଠକୀୟ ଆଦୃତିକୁ ପ୍ରମାଣିତ କରିଛି ।

 

କୋଟି ଓଡ଼ିଆଙ୍କ ଆରାଧ୍ୟ ଜଗତରନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସୁମା ରିୟଲ ମିଡିଆ ପରିଚାଳିତ ‘ପ୍ରମେୟ’, ‘ନ୍ୟୁଜ୍-୭’ର ଡିଜିଟାଲ ୱିଙ୍ଗସରେ “ମୋ କ୍ୟାମେରାରେ କାଳିଆ’ ଶୀର୍ଷକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ ରଥ ସହ ଫଟୋଟିଏ ପଠାଇବାର ଆହ୍ୱାନ କରାଯାଇଥିଲା । ନିର୍ଦ୍ଦିଷ୍ଟ ନିୟମ ଭିତ୍ତିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପ୍ରତିଯୋଗୀ ସାମିଲ ହୋଇଥିଲେ । ପ୍ରତିଯୋଗିତାର ଧାର୍ଯ୍ୟ ନିୟମାବଳୀ ତଥା ‘ପ୍ରମେୟ’,‘ନ୍ୟୁଜ୍-୭’ ସୋସିଆଲ ମିଡିଆରେ ଦର୍ଶକ ଆଦୃତି(ସଂଖ୍ୟା ଭିତ୍ତିରେ) ବିଜେତାଙ୍କୁ ଚୟନ କରାଯାଇଥିଲା । ଟେକ୍ନୋସପି ପ୍ରାୟୋଜିତ ଏହି ପ୍ରତିଯୋଗିତାରେ ପୁରସ୍କାର ପାଇଁ ୧୦ ଜଣ ପ୍ରତିଯୋଗୀଙ୍କୁ ବଛା ଯାଇଥିଲା ।

‘ନ୍ୟୁଜ୍-୭’ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସୁମା ରିୟଲ ମିଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନୀଲ କୁମାର ଦାସ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ସୁମା ରିୟଲ ମିଡିଆର ତିନି ଗଣମାଧ୍ୟମ ‘ପ୍ରମେୟ’, ‘ନ୍ୟୁଜ-୭’ ଏବଂ ଡିଜିଟାଲ୍ ୱିଙ୍ଗ୍ସ ସମ୍ପର୍କରେ ତଥ୍ୟ ରଖିଥିଲେ । ପାଠକୀୟ ଆଦର ଆମର ସବୁଠୁ ବଡ଼ ବଳ ବୋଲି କହିବା ସହ ରାଜ୍ୟରେ ଏକ ପ୍ରମୁଖ ତଥା ଦାୟିତ୍ୱବାନ ଗଣମାଧ୍ୟମ ଭାବେ ‘ପ୍ରମେୟ’, ‘ନ୍ୟୁଜ୍-୭’ ଏବଂ ଏହାର ଡିଜିଟାଲ୍ ବା ପୋର୍ଟାଲ ୱିଙ୍ଗ୍ସର ସଫଳତା ପାଇଁ ପାଠକଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ‘ପ୍ରମେୟ’, ‘ନ୍ୟୁଜ୍-୭’ର ଗ୍ରୁପ ସେଲ୍ସ ଡାଇରେକ୍ଟର ହିମାଂଶୁ ହୋତା ଖୁବ୍ କମ୍ ଦିନରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ସଫଳତା ହାସଲ କରିବା ସମ୍ପର୍କରେ କହିବା ସହ ଏହା ପଛରେ ଏହାର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କ ଦୂରଦୃଷ୍ଟି, ବଳିଷ୍ଠ ନେତୃତ୍ୱ ହିଁ ଚାବିକାଠି ବୋଲି ବର୍ଣ୍ଣନା କରିଥିଲେ । ପାଠକ ଏବଂ ଦର୍ଶକଙ୍କ ଆବଶ୍ୟକତା, ଆଗ୍ରହ, ପସନ୍ଦ ଓ ରୁଚିକୁ ‘ପ୍ରମେୟ’ ଏବଂ ‘ନ୍ୟୁଜ୍୭’ ଗୁରୁତ୍ୱ ଦେଇଥାନ୍ତି । ସେଥିଲାଗି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କୃଷକ, ଉଦ୍ୟୋଗୀ, ଗୃହିଣୀ ଏବଂ ସମାଜ ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି ‘ପ୍ରମେୟ’ ଓ ‘ନ୍ୟୁଜ୭’ । ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ ‘ପ୍ରମେୟ’, ‘ନ୍ୟୁଜ-୭’ ଖବର ଜଗତରେ ନୂଆ ହେଲେ ବି ପାଠକଙ୍କ ଆବଶ୍ୟକତା ଓ ପସନ୍ଦକୁ ଧ୍ୟାନ ଦେଇ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ ଦାସ ଏବଂ ଶ୍ରୀ ହୋତା ଉଲ୍ଲେଖ କରିଥିଲେ ।

କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଡିଜିଟାଲ ମୁଖ୍ୟ ଅମରେଶ ଦାସ ପାଠକଙ୍କ ପସନ୍ଦ ସହ ସମୟର ଆହ୍ୱାନକୁ ନଜରରେ ରଖି ପରିବର୍ତ୍ତନ ସହ ‘ପ୍ରମେୟ’ ଏବଂ ‘ନ୍ୟୁଜ-୭’ ତାଳ ଦେଇ ଚାଲିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ । ଏହାସହ ଅତିଥିମାନେ କହିଲେ, ‘ମୋ କ୍ୟାମେରାରେ କାଳିଆ’ ଏପରି ଏକ ପ୍ରୟାସ, ଯାହାକି ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱର ସହ ଅଧିକ ଶାଣିତ କରିବାର ପ୍ରତିଶ୍ରୁତି ରଖେ । ଏହା ଜରିଆରେ ପାଠକ ଏବଂ ଖବର ଆଗ୍ରହୀ ଦର୍ଶକଙ୍କ ସହ ସମ୍ପର୍କ ସହିତ ସୃଜନଶୀଳତାକୁ ସମ୍ମାନିତ କରିବାର ପରମ୍ପରା ଜାରି ରହିବ । କାର୍ଯ୍ୟକ୍ରମକୁ ‘ନ୍ୟୁଜ୭’ ଡିଜିଏମ ସେଲ୍ସ ସିଦ୍ଧାର୍ଥ ରୟ, ମାର୍କେଟିଂ ଆଣ୍ଡ ବିଜିନେସ୍ ଡେଭେଲପମେଣ୍ଟର ସଙ୍କେତ ହୋତା ଏବଂ ଟେକ୍ନୋସପିର କର୍ମକର୍ତ୍ତା ପରିଚାଳନା କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button