ରାଜନୀତି

ବଡ଼ଚଣା ରାଜନୀତି: ଅମରଙ୍କ ପ୍ରାର୍ଥିତ୍ବ ବିରୋଧରେ ମେଳି – Kalinga News

[ad_1]

ଜନ୍ମେଜୟ ଓ ରାଜନାରାୟଣଙ୍କ ସମର୍ଥକଙ୍କ ମିଳିତ ସମାବେଶ

ଚଣ୍ଡିଖୋଲ: ବଡ଼ଚଣା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପୂର୍ବରୁ ଦଳର ଶୀର୍ଷ ନେତୃତ୍ବ ଉପରେ ଚାପ ସୃଷ୍ଟି କରିବାକୁ ମେଳି କରିଛନ୍ତି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ବିରୋଧୀ। ଆଜି ଖଇରା ମେଳଣ ପଡ଼ିଆରେ ସମାବେଶ କରି ପୁଣି ନେତୃତ୍ବ ପରିବର୍ତ୍ତନର ନାରା ଦେଇଛନ୍ତି। ଏହି ସମାବେଶରେ ବିଜେଡି ନେତା ‌ଜନ୍ମେଜୟ ଲେଙ୍କା ଓ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବାକୁ ସଜବାଜ ହେଉଥିବା କ୍ୟାପଟେନ୍ ରାଜନାରାୟଣ ମହାପାତ୍ରଙ୍କ ସମର୍ଥକମାନେ ସାମିଲ୍‌ ଥିଲେ। ଖଇରା ମେଳଣ ପଡ଼ିଆରେ ଅନୁଷ୍ଠିତ ସମାବେଶରେ ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ ଅଧ୍ୟକ୍ଷତା କରିଥିଲେ। ବଡ଼ଚଣାରେ ଦଳୀୟ ସଂଗଠନ ଅତ୍ୟନ୍ତ ଦୁର୍ବଳ ରହିଛି। ଠିକଣା ଭାବେ ଏଠାରେ କୌଣସି ବିକାଶ ମୂଳକ କାର୍ଯ୍ୟ କରାଯାଉ ନାହିଁ ବୋଲି କହି ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଇତିଶ୍ରୀ ସାମଲ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ବିଚିତ୍ରନନ୍ଦ ମହାପାତ୍ର, ରାଜ୍ୟ ମହିଳା ବିଜେଡି ସମ୍ପାଦିକା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପୂଜାରିଣୀ ବଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁମତି ବାସ୍କେ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ସାମଲ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଆଶିଷ ରଞ୍ଜନ ଚୌଧୁରୀ, ଜିଲ୍ଲା ବିଜେଡି ଉପସଭାପତି ଅମର ମହାନ୍ତି, ବ୍ଲକ୍ ମହିଳା ବିଜେଡି ସଭାପତି ଦମୟନ୍ତୀ ସାମଲ, ସରସ୍ବତୀ ବେହେରା, ପୂର୍ବତନ ସମିତି ସଭ୍ୟ ସୁରେଶ ନାୟକ, ସରପଞ୍ଚ ସେକ ଅବଦୁଲ ଗନି, ସରପଞ୍ଚ ଅକ୍ଷୟ କୁମାର ରାଉତ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନରେ ବଡ଼ଚଣା ବିଜେଡିର ନେତୃତ୍ୱ ପରିବର୍ତ୍ତନ ସହିତ ନୂତନ ପ୍ରାର୍ଥୀ ଚୟନ କରିବାକୁ ଆହ୍ୱାନ ଦେଇଥିଲେ। ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମାନଗୋବିନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button