ଖେଳ ଖବର

ଅଲିମ୍ପିକ୍ସ: ପଦକ ରାଣୀ ମନୁ ଭାକରଙ୍କୁ ଦିଲ୍ଲୀରେ ଭବ୍ୟ ସ୍ବାଗତ

ଏଲ୍‌ ବ୍ୟୁରୋ: ଭାରତ ପାଇଁ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତି ଇତିହାସ ରଚିଥିବା ସୁଟର ମନୁ ଭାକର ଭାରତରେ ପହଁଞ୍ଚିଛନ୍ତି। ୨ଟି ବ୍ରୋଞ୍ଜ ପଦକ ବିଜୟିନୀ ମନୁ ଭାକର ଓ ତାଙ୍କ କୋଚ୍‌ ଜସପାଲ ରାଣାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି।

ଉଭୟ ମନୁ ଭାକର ଓ ତାଙ୍କ କୋଚ୍‌ ଜସପାଲ ରାଣାଙ୍କୁ ଫୁଲ ମାଳ ପକାଇ ଭବ୍ୟ ସ୍ବାଗତ କରିଛନ୍ତି ପ୍ରଶଂସକ।

ମନୁ ଭାକର ବିମାନ ବନ୍ଦରରୁ ବାହାରିବା ସମୟରେ ହିଁ ୨ଟି ବ୍ରୋଞ୍ଜ ପଦକ ପ୍ରଶଂସକଙ୍କୁ ଦେଖାଇଥିଲେ। ପରେ ପ୍ରଶଂସକ ମାନେ ମନୁ ଓ ତାଙ୍କ କୋଚଙ୍କୁ କାନ୍ଧରେ ଉଠାଇ ଭବ୍ୟ ସ୍ବାଗତ କରିଥିଲେ। ସେହି ବର୍ଣ୍ଣାଢ଼୍ୟ ସମୟକୁ ମନୁ ନିଜ ମୋବାଇଲରେ କଏଦ କରିଥିଲେ ମଧ୍ୟ।

ସୂଚନାଥାଉକି, ମନୁ ଭାକର ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇଟି ପଦକ ଜିତିଥିଲେ। ମନୁ ଭାକର ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ହାତେଇଛନ୍ତି। ଏହାପୂର୍ବରୁ କୌଣସି ଭାରତୀୟ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ନାହାନ୍ତି। ସୁଶୀଲ କୁମାର ଓ ପିଭି ସିନ୍ଧୁ ଦୁଇ ଦୁଇଟି ପଦକ ଜିତିଛନ୍ତି। ହେଲେ ତାହା ଅଲଗା ଅଲଗା ଅଲିମ୍ପିକ୍ସରେ। ସ୍ବାଧିନ ଭାରତର ପ୍ରଥମ ଖେଳାଳି ଭାବେ ମନୁ ଭାକର ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଛନ୍ତି। ପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ମହିଳା ବିଭାଗରେ ମନୁ ବ୍ରୋଞ୍ଜ ପଦକ ଜିତିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button