ମାର୍ଚ୍ଚ ୧ରେ ଭାରତ-ପାକିସ୍ତାନ ମ୍ୟାଚ୍ – Kalinga News

[ad_1]
ଲାହୋରରେ ଭାରତର ସବୁ ମ୍ୟାଚ୍; ଅଂଶଗ୍ରହଣ ପାଇଁ ସ୍ଥିତି ସ୍ପଷ୍ଟ ହୋଇନି
ଲାହୋର: ଭାରତ ଓ ଏହାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ମଧ୍ୟରେ ଆସନ୍ତା ବର୍ଷ ମାର୍ଚ୍ଚ ୧ ତାରିଖରେ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଲାହୋରରେ ଆୟୋଜିତ ହେବ। ଆସନ୍ତା ବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି କ୍ରିକେଟ୍ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପ୍ରାଥମିକ ଖେଳସୂଚୀ ପ୍ରସ୍ତୁତ କରିଛି। ଏହି ସୂଚୀକୁ ସମସ୍ତ ଅଂଶଗ୍ରହଣକାରୀ ବୋର୍ଡଙ୍କ ନିକଟକୁ ପଠାଯାଇଛି। ଯଦି କାହାର କିଛି ସମସ୍ୟା ଥାଏ ଆୟୋଜକଙ୍କୁ ଜଣାଇଲେ ସେଥିରେ ସଂଶୋଧନ କରାଯାଇପାରିବ। କିନ୍ତୁ ବିସିସିଆଇ ଏହା ଉପରେ କୌଣସି ଜବାବ ଦେଇନି।

Sambad is now on WhatsApp
Join and get latest news updates delivered to you via WhatsApp
ଚାମ୍ପିଅନ୍ସ ଟ୍ରଫି ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ ତାରିଖ ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୧୦ ତାରିଖକୁ ଏକ ସଂରକ୍ଷିତ ଦିବସ ଭାବେ ରଖାଯାଇଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଯାଇଥିବା ବେଳେ ପିସିବି ଅଧ୍ୟକ୍ଷ ମୋହସିନ ନକ୍ଭି ଏକ ୧୫ ମ୍ୟାଚ୍ ବିଶିଷ୍ଟ ପ୍ରାଥମିକ ସୂଚୀକୁ ଅନ୍ୟମାନଙ୍କ ସହିତ ବାଣ୍ଟିଥିଲେ। ସେଥିରେ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ରଖାଯାଇଛି। ଭାରତୀୟ ଖେଳାଳିଙ୍କ ସୁରକ୍ଷା ଓ ରହଣି ବ୍ୟବସ୍ଥାକୁ ନଜରରେ ରଖି ପାକିସ୍ତାନ ଏଭଳି କରଛି। ୧୫ ମ୍ୟାଚ୍ ମଧ୍ୟରୁ ୭ଟି ଲାହୋରରେ, ୩ଟି କରାଚିରେ ଓ ୫ ରାୱଲପିଣ୍ଡିରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ କରାଚିରେ ହେବାକୁ ଥିବା ବେଳେ ଦୁଇଟି ସେମିଫାଇନାଲ୍ ରାୱଲପିଣ୍ଡି ଓ ଲାହୋରରେ ଖେଳାଯିବାକୁ ସୂଚୀ ପ୍ରସ୍ତୁତ କରାଯାଇଛି। ଯଦି ଭାରତ ସେମିଫାଇନାଲ୍ରେ ପହଞ୍ଚେ, ତାହେଲେ ଏହାର ମ୍ୟାଚ୍ ଲାହୋରରେ ଖେଳାଯିବ ଏବଂ ଫାଇନାଲ୍ ମଧ୍ୟ ଏହି ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସୂଚୀରେ ଦର୍ଶାଯାଇଛି। ଏହି ପ୍ରତିଯୋଗିତାରେ ୮ଦଳ ଅଂଶଗ୍ରହଣ କରୁଥିବାରୁ ଗ୍ରୁପ୍ ଏ’ରେ ଭାରତ ସହିତ ଆୟୋଜକ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍ ବି’ରେ ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା, ଇଂଲଣ୍ଡ ଓ ଆଫଗାନିସ୍ତାନ ଅଛନ୍ତି।
ନିକଟରେ ପାକିସ୍ତାନରେ ଷ୍ଟାଡିୟମ୍ ଓ ଭିତ୍ତିଭୂମି ଦେଖିବା ବେଳେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଇସିସି ଇଭେଣ୍ଟ୍ ମୁଖ୍ୟ ଖ୍ରୀସ୍ ଟେଟ୍ଲି ଓ ପିସିବି ମୁଖ୍ୟ ନକ୍ଭି ଆଲୋଚନା କରିଥିଲେ। ଶେଷ ଥର ପାଇଁ ପାକିସ୍ତାନ ଗତ ବର୍ଷ ଏସିଆ କପ୍ ଆୟୋଜନ କରିଥିଲା। କିନ୍ତୁ ଭାରତ ଏଠାକୁ ଯିବାକୁ ଅମଙ୍ଗ ହେବାରୁ ହାଇବ୍ରିଡ୍ ମଡେଲ୍ ଆଧାରରେ ଶ୍ରୀଲଙ୍କା ଏହି ପ୍ରତିଯୋଗିତାର ସହ ଅୟୋଜକ ହୋଇଥିଲା। ଏବେ ଚାମ୍ପିଅନ୍ସ ଟ୍ରଫି ପାଇଁ ଅଂଶଗ୍ରହଣକାରୀ ବୋର୍ଡମାନଙ୍କର କୌଣସି ଆପତ୍ତି ନଥିଲା ବେଳେ ସମସ୍ତ ପ୍ରକାରର ସହଯୋଗ ପାଇଁ ପ୍ରସ୍ତୁତ ଥିବା ଜଣାଇଛନ୍ତି। କିନ୍ତୁ ବିସିସିଆଇ ଏହା ଉପରେ ଭାରତ ସରକାରଙ୍କ ସହିତ ଆଲୋଚନା କରିବା ପରେ ଆଇସିସିକୁ ଜଣାଇବ। ଆଇସିସି ମଧ୍ୟ କୌଣସି ସରକାରୀ ନିଷ୍ପତ୍ତି ବିରୋଧରେ ଯିବାକୁ ବୋର୍ଡଗୁଡ଼ିକୁ ବାଧ୍ୟ କରିପାରିବନି। ତେଣୁ ଏଭଳିସ୍ଥିତିରେ ବିସିସିଆଇ କ’ଣ ପଦକ୍ଷେପ ନେବ ତାହା ଉପରେ ଏବେ ସାରା ବିଶ୍ବର ନଜର ରହିଛି।
[ad_2]