ରାଜ୍ୟ

ବିଶାଖାପାଟନମରେ କୋର୍ବା ଏକ୍ସପ୍ରେସରେ ନିଆଁ, ୪ଟି ଏସି କୋଚରେ ନିଆଁ ଲାଗିଥିବା ସୂଚନା

ବିଶାଖାପାଟନମରେ ପୁଣି ଟ୍ରେନରେ ଲାଗିଲା ନିଆଁ । କୋର୍ବା ଏକ୍ସପ୍ରେସ୍ ତିରୁମାଲ୍ଲା ଯାଉଥିବା ବେଳେ ଭାଇଜାଗ ଷ୍ଟେସନରେ ଠିଆ ହୋଇଥିବା ବେଳେ ନିଆଁ ଲାଗିଥିବା ସୂଚନା । ୪ଟି ଏସି ବଗିରେ ଲାଗିଛି ନିଆଁ । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ତେବେ ବଡ ରେଳ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ।

 

ଖବର ମୁତାବତ, ଛତିଶଗଡ କୋର୍ବାରୁ ବିଶାଖାପାଟନମ ଯାଉଥିବା ୧୮୫୧୭ କୋର୍ବା ଏକ୍ସପ୍ରେସର ୪ଟି ଏସି ବଗିରେ ନିଆଁ ଲାଗିଯାଇଛି । ଏହି ଟ୍ରେନ ତିରୁମାଲ୍ଲା ଯାଉଥିଲା । ବିଶାଖାପାଟନମର ୪ ନଂ ପ୍ଲାଟଫର୍ମରେ ଠିଆ ହୋଇଥିବା ବେଳେ ନିଆଁ ଲାଗିଯାଇଛି ।

ତେବେ ଏସି କୋଚ ବି ୭ ବଗିର ଶୌଚାଳୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିଥିବା ବଗିଟି ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ବି ୬ ଏବଂ ଏମ୧ ବଗିରେ ଆଶିଂକ ଭାବେ ନିଆଁ ଲାଗିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ରେଳ କର୍ମଚାରୀ ମିଶି ନିଆଁକୁ ଆୟତ୍ତ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button