ମନୋରଞ୍ଜନ

ସୁଟିଂ ସେଟ୍‌ରେ ବିକ୍ରାନ୍ତ ମେସୀ ଓ ରଘୁ ରାମଙ୍କ ଝଗଡା, ଭାଇରାଲ ହେଉଛି ଭିଡିଓ

ଟିଭିରୁ ବଲିଉଡକୁ ଯାତ୍ରା କରିଥିବା କିଛି ଷ୍ଟାରମାନଙ୍କ ମଧ୍ୟରୁ ବିକ୍ରାନ୍ତ ମେସୀ ଅନ୍ୟତମ । ପୂର୍ବରୁ ଟିଭିରେ ସାଇଡ୍ ରୋଲ୍ କରିଥିବା ବିକ୍ରାନ୍ତ ଓଟିଟି ଏବଂ ପରେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିବାରେ ଲାଗିଛନ୍ତି । ନିକଟରେ ବିକ୍ରାନ୍ତ ମେସୀ ଫିଲ୍ମ ’12th Fail’ ରେ ତାଙ୍କର ସୁନ୍ଦର ଅଭିନୟ ଯୋଗୁ ଚର୍ଚ୍ଚାରେ ଆସିଥିଲେ ।

ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । କିନ୍ତୁ, ବର୍ତ୍ତମାନ ଅଭିନେତା ଅନ୍ୟ କୌଣସି କାରଣରୁ ଖବରରେ ଅଛନ୍ତି । ସୋସିଆଲ ମିଡିଆରେ ବିକ୍ରାନ୍ତ ମେସୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୂର୍ବତନ ‘ରୋଡିଜ୍’ ହୋଷ୍ଟ ରଘୁ ରାମ ତାଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସେମାନଙ୍କ ଝଗଡାର କାରଣ କ’ଣ ଜାଣିବାକୁ ଚାହୁଁଛନ୍ତି ।

ଭିଡିଓରେ ବିକ୍ରାନ୍ତ ମେସୀ ଏକ ସେଟରେ ନଜର ଆସିଛନ୍ତି ଏବଂ ରଘୁ ରାମ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । ଭିଡିଓ ଦେଖିଲେ ଲାଗୁଛି ଯେପରି ଉଭୟ ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଭିଡିଓରେ ବିକ୍ରାନ୍ତ ମେସୀ କହୁଛନ୍ତି, ‘ୟାର ଅର୍ଜୁନ, ଯଦି ସେ ଏହିପରି ବକ୍‌ବାସ କଥା କୁହନ୍ତି, ମୁଁ ଯାଉଛି । ଏହା ଶୁଣି ରାଘୁ ଆହୁରି ଅଧିକ ରାଗି ଯାଇ କହୁଛନ୍ତି, ‘ସବୁ ବେଳେ ଏପରି ତୁମର ଚାଲିବ ନାହିଁ, ଏଠାରୁ ବାହାରକୁ ଯାଅ ।’ ମୁଁ ଯାହା କହିବାକୁ ଚାହେଁ ମୁଁ କହିବି । ଚାଲ୍‌ ଘରକୁ ଯାଅ । ତେବେ ଏହାର ଉତ୍ତରରେ ବିକ୍ରାନ୍ତ କହୁଛନ୍ତି, ‘ତୁମେ ନିଜକୁ କ’ଣ ବୋଲି ଭାବୁଛ ?’ ଆଜି ମୁଁ ଏଠାରେ ଅଛି, ସେଥିପାଇଁ ତୁମେ ମଧ୍ୟ ଏଠାରେ ଅଛ । ଏପରି ବିଭିନ୍ନ ପ୍ରକାରର କଥା ଏହି ଭିଡିଓରେ ଦେଖିବାକୁ ମିଳୁଛି ।

ଏହା ପରେ, ରଘୁ ରାମ ଅଧିକ ରାଗି ଯାଉଛନ୍ତି, ଯାହା ପରେ ସେ ହାତରେ ଧରିଥିବା ଖାଇବାକୁ ତଳେ ଫୋପାଡି ଦେଇ ଦୁର୍ବ୍ୟବହାର କରିବାକୁ ଲାଗୁଛନ୍ତି । ଯାହାକୁ ଦେଖି ବିକ୍ରାନ୍ତ ମଧ୍ୟ କହୁଛନ୍ତି ଯେ, ‘ସେ ପାଗଳ, ସେ ଏହିପରି । ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହି ଭିଡିଓକୁ ଅନେକ ଲୋକ ତାଙ୍କ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । କେହି କେହି ଏହା ଏକ ପ୍ରଚାର ପ୍ରସାର ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ଅସଲି ବୋଲି କହୁଛନ୍ତି ଏବଂ ରଘୁ ରାମଙ୍କୁ ଟାର୍ଗେଟ କରୁଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବିକ୍ରାନ୍ତ ମେସୀ ତାଙ୍କ ଅପ୍‌କମିଂ ଫିଲ୍ମ ‘ଫିର ଆଇ ହସିନ୍ ଦିଲରୁବା’ କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଫିଲ୍ମଟି ଅଗଷ୍ଟ ୯ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ସନ୍ନି କୌଶଲ ମଧ୍ୟ ଏଥିରେ ନଜର ଆସିବେ । ଏହା ବ୍ୟତୀତ ଜିମି ଶେର୍ଗିଲ, ଆଦିତ୍ୟ ଶ୍ରୀବାସ୍ତବଙ୍କ ପରି ଅଭିନେତାମାନେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button