ରାଜ୍ୟ
ମଣିଷ ଛୁଇଁଥିବା ସନ୍ଦେହରେ ଦଳକୁ ଫେରିପାରୁନି ହାତୀ ଛୁଆ

ଦଳକୁ ଫେରିପାରୁନି ହାତୀ ଛୁଆ । ମଣିଷ ଛୁଇଁଥିବା ଭାବି ହାତୀ ଛୁଆକୁ ନେଉନି ମାଆ । ଗୋଠରେ ଛଡିବା ପରେ ବି ଗ୍ରହଣ କଲେନି ହାତୀପଲ । ତାକୁ ଦଳରେ ମିଶାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବନବିଭାଗ ବିଫଳ ହୋଇଛି । ହାତୀ ଶାବକକୁ ପ୍ରାୟ ୨୦ କିଲୋମିଟର ଦୂରରେ ରହିଥିବା ହାତୀ ପଲ ସହିତ ମିଶାଇବାକୁ ଚେଷ୍ଟା କରାଯାଉଥିଲା ।
କେନ୍ଦୁଝର ବନଖଣ୍ଡ ସୁକୁଦୁଳା ଜଙ୍ଗଲ ନିକଟରେ ୪୦ ଟିକିଆ ହାତୀ ପଲ ଦୀର୍ଘ ଦିନରୁ ରହି ଆସୁଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଛୁଆ ହାତୀ ଅସୁସ୍ଥ ହୋଇଥିଲା । ୬ ଦିନ ତଳେ ଗାତରେ ଖସିପଡିଥିଲା ଛୁଆ ହାତୀ । ଉଦ୍ଧାର କରି କେନ୍ଦୁଝର ଭୂୟାଁ-ଜୁଆଙ୍ଗ ପୀଢ ରେଞ୍ଜ ଯାତ୍ରା ଗାଁର ଏକ ନିର୍ମାଣଧୀନ ଘରେ ହାତୀ ଛୁଆକୁ ରଖିଥିଲା ବନବିଭାଗ । କପିଳାସ କିମ୍ବା ନନ୍ଦନକାନନ ପଠାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ତାର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରୀଦଳ ମୁତୟନ କରାଯାଇଛି ।

