ରାଜ୍ୟ
ଶଙ୍କରାଚାର୍ଯ୍ୟ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ୱତୀ ମହାରାଜଙ୍କ ଗୋ ପ୍ରତିଷ୍ଠା ଆନ୍ଦୋଳନ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ଶଙ୍କରାଚାର୍ଯ୍ୟ ଶ୍ରୀ ଅଭିମୁକ୍ତେଶ୍ବରାନନ୍ଦଜୀ ସରସ୍ୱତୀ ମହାରାଜଙ୍କ ଦ୍ବାରା ଗୋ ପ୍ରତିଷ୍ଠା ଆନ୍ଦୋଳନ ଆରମ୍ଭ ହୋଇଛି। ଗୋ ଧ୍ବଜା ସ୍ଥାପନ ଭାରତ ଯାତ୍ରାର ଅଂଶ ସ୍ୱରୂପ ରବିବାର ଭୁବନେଶ୍ୱର ରେଳ ଅଡିଟୋରିଅମଠାରେ ବହୁ ସାଧୁ ସନ୍ଥଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦେଶରେ ଗୋହତ୍ୟା ନିଷେଧ ଓ ଗୋ ସମ୍ପଦର ସୁରକ୍ଷା ପାଇଁ ଜ୍ୟୋତି ପୀଠ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।




