ରାଜ୍ୟ
ଆଜି ବନ୍ଧୁତ୍ୱ ଦିବସ : ବନ୍ଧୁଙ୍କ ଲାଗି ଦିନଟିଏ

ଆଜି ବନ୍ଧୁତ୍ୱ ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବରେ ଫ୍ରେଣ୍ଡସିପ ଡେ’ ବା ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ବହୁ ବର୍ଷ ତଳୁ ବନ୍ଧୁତ୍ୱର ଏହି ପବିତ୍ର ଦିବସ ପାଳନ ଚାଲିଆସିଛି। ଫ୍ରେଣ୍ଡସିପ ଡେ’ର ଇତିହାସ ଆରମ୍ଭ ହୋଇଥିଲା ଆମେରିକାରୁ। ଜୀବନରେ ବନ୍ଧୁର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଆମେରିକୀ କଂଗ୍ରେସରେ ୧୯୩୫ରେ ଫ୍ରେଣ୍ଡସିପ୍ ଡେ’ ପାଳିବାକୁ ଘୋଷଣା କରାଯାଇଥିଲା।
ଆମେରିକୀ କଂଗ୍ରେସର ଏହି ଘୋଷଣା ପରେ ବିଭିନ୍ନ ରାଷ୍ଟ୍ରରେ ପୃଥକ୍ ଦିନରେ ଫ୍ରେଣ୍ଡସିପ୍ ଡେ’କୁ ପାଳନ କରାଗଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବନ୍ଧୁତ୍ବ ନିଜର ଗରିମା ବଜାୟ ରଖିଥାଏ।




