ଦେଶ- ବିଦେଶ

ଲୋକମାନେ ନ୍ୟାୟିକ ପ୍ରକ୍ରିୟାରେ ବିରକ୍ତ’: କୌଣସି ପ୍ରକାରେ ବି ସମାଧାନ ହେବା ଚାହାନ୍ତି

ନୂଆଦିଲ୍ଲୀ: ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବେ ଲୋକ ଅଦାଲତର ଭୂମିକା ଉପରେ ଆଲୋକପାତ କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ଲୋକମାନେ ଅଦାଲତରେ ଦୀର୍ଘକାଳ ଧରି ମାମଲା ଚାଲିବାରେ ଭୀଷଣ ବିରକ୍ତ ହୋଇଯାଆନ୍ତି ଏବଂ ଯେ କୌଣସି ପ୍ରକାରେ ସମାଧାନ ଚାହାନ୍ତି। ଲୋକ ଅଦାଲତ ହେଉଛି ଏକ ଫୋରମ୍ ଯେଉଁଠାରେ ଅଦାଲତରେ କିମ୍ବା ପ୍ରାକ୍-ମାମଲା ସ୍ତରରେ ବିଚାରାଧୀନ ବିବାଦ ଓ ମାମଲାଗୁଡିକ ଆପୋସ ବୁଝାମଣାରେ ସମାଧାନ କରାଯାଏ।

ପାରସ୍ପରିକ ଭାବେ ଗ୍ରହଣୀୟ ବୁଝାମଣା ବିରୋଧରେ କୌଣସି ଆବେଦନ କରାଯାଇପାରେ ନାହିଁ।

ପ୍ରଧାନ ବିଚାରପତି କହିଥିଲେ, ‘ଲୋକେ କୋର୍ଟ ମାମଲା ନେଇ ଅତିମାତ୍ରାରେ ବିରକ୍ତ ହୋଇଗଲେଣି। ସେମାନେ ଯେ କୌଣସି ବାଟରେ ବିବାଦର ସମାଧାନ ଚାହୁଛନ୍ତି।’ ବିଚାରଣରେ ଅହେତୁକ ବିଳମ୍ବ ପ୍ରକ୍ରିୟା ହେଉଛି ଏକ ଦଣ୍ଡ ଏବଂ ଏହା ବିଚାରପତି ଭାବରେ ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ବୋଲି ସ୍ୱତନ୍ତ୍ର ଲୋକ ଅଦାଲତ ସପ୍ତାହ ପାଳନ ଅବସରରେ ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଲୋକ ଅଦାଲତ ପ୍ରତିଷ୍ଠା କରିବାରେ ବାର୍ ଆଣ୍ଡ୍ ବେଞ୍ଚ ସମେତ ସମସ୍ତଙ୍କଠାରୁ ତାଙ୍କୁ ପ୍ରବଳ ସମର୍ଥନ ଓ ସହଯୋଗ ମିଳିଛି। ଲୋକ ଅଦାଲତର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଘରେ ନ୍ୟାୟ ପହଞ୍ଚାଇବା। ସୁପ୍ରିମ୍‌କୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ସପ୍ତାହବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ଲୋକ ଅଦାଲତ ସମାଧାନଯୋଗ୍ୟ ମାମଲାଗୁଡ଼ିକର ଆପୋଷ ସମାଧାନକୁ ସୁଗମ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା। ବିଚାରାଧୀନ ମାମଲାକୁ ହ୍ରାସ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button