ଖେଳ ଖବର

ଅଲିମ୍ପିକରେ ଆଥଲେଟ୍ ଙ୍କୁ ବଣ୍ଟାଗଲା ୨,୨୦,୦୦୦ ପୁରୁଷ ଓ ମହିଳା କଣ୍ଡୋମ

ପ୍ୟାରିସରେ ଆରମ୍ଭ ହୋଇସାରିଛି ଦୁନିଆର ସବୁଠୁ ବଡ କ୍ରୀଡା ଇଭେଣ୍ଟ ଅଲିମ୍ପିକ୍ସ | ସମସ୍ତ ଆଥଲେଟମାନେ କ୍ରୀଡା ମହାକୁମ୍ଭରେ ସେମାନଙ୍କର କୋୖଶଳ ପ୍ରଦଦର୍ଶନ କରୁଛନ୍ତି | ତେବେ ୧0 ହଜାରରୁ ଉର୍ଦ୍ଧ୍ବ ଆଥଲେଟ ପ୍ୟାରିସରେ ନିଜ ଖେଳରେ କୌଶଳ ପ୍ରଦର୍ଶନ କରୁଛନ୍ତି | ଏହି ଅବସରରେ ୨ ଶହ ରୁ ଉର୍ଦ୍ଧ୍ବ ଦେଶର ଖେଳାଳି ପ୍ୟରିସ ଅଲମ୍ପିକ କ୍ରୀଡା ଗ୍ରାମରେ ଏକତ୍ର ସମୟ ଅତିବାହିତ କରିବେ | ତେଣୁ ଅଲିମ୍ପିକ୍ସ ଆସୋସିଏସନ ନେଇଛି କିଛି ପଦକ୍ଷପ | ତେବେ ଅଲିମ୍ପିକ୍ସ ଆସୋସିଏସନ ପ୍ୟାରିସ କ୍ରୀଡା ଗ୍ରାମରେ ୨ ଲକ୍ଷରୁ ଅଧିକ ପୁରୁଷ ଓ ମହିଳାଙ୍କୁ କଣ୍ଡୋମ ଆବଣ୍ଟନ କରିଛନ୍ତି |

ତେବେ ପ୍ରତ୍ୟକ ଆଥଲେଟଙ୍କୁ ୨0ଟି ଲେଖାଏଁ କଣ୍ଡୋମ ମିଳିଛି | କେବଳ ଏତିକି ନୁହେଁଏହାସହ ଆଥଲେଟଙ୍କୁ ଖାସ ପ୍ରକାରର ଲଭ କିଟ ମଧ୍ୟ ଦିଆଯାଇଛି | କ୍ରୀଡା ଗ୍ରାମରେ ଦିଆଯାଉଥିବା ୱେଲକମ କିଟରେ ଡେଣ୍ଟାଲ ଡେମସ ମଧ୍ୟ ଦିଆଯାଉଛି | ଅଲମ୍ପିକ୍ସରେ ଏଥର ସମସ୍ତ ପ୍ରକାର ଜିନିଷ ଦିଆଯାଉଛି | ଯେପରି ଅଲମ୍ପିକ୍ସରେ ଆଥଲେଟ ମନକୁ କୌଣସି ପ୍ରକାର ଅସୁବିଧା ନ ହେଉ |

ଟୋକିଓ ଅଲିମ୍ପିକ୍ସ 2020 ସମୟରେ କୋଭିଡ -19 ମହାମାରୀ ହେତୁ ଏହି ପ୍ରତିବନ୍ଧକ ଲଗାଯାଇଥିଲା। ଟୋକିଓ ଅଲିମ୍ପିକ୍ସରେ ଖେଳାଳୀମାନେ ନିଜ ମଧ୍ୟରେ ଦେଢ଼ ମିଟର ଦୂରତା ବଜାୟ ରଖିବା ଆବଶ୍ୟକ କରୁଥିଲେ ଏବଂ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବା ଭଳି ଶାରୀରିକ ସମ୍ପର୍କରୁ ବାରଣ କରାଯାଇଥିଲା, ସୀମିତ ଦର୍ଶକ କେବଳ ସ୍ଲୋଗାନ ଦେବା କିମ୍ବା ଗାଇବା ପାଇଁ ଅନୁମତି ଦେଇଥିଲେ।

ଏହା ପ୍ରଥମ ଥର ନୁହେଁ ଯେ କଣ୍ଡୋମ ଅଲିମ୍ପିକ୍ କ୍ରୀଡା ଗ୍ରାମ ବିଷୟବସ୍ତୁର ଏକ ଅଂଶ ହୋଇପାରିଛି | 1988 ସିଓଲ୍ ଅଲିମ୍ପିକ୍ସ ଠାରୁ, ଆୟୋଜକମାନେ ଗର୍ଭନିରୋଧକ ଔଷଧ ବଣ୍ଟନ କରି ଏଚ୍.ଆଇ.ଭି ଏବଂ ଏଡସ୍ ବିଷୟରେ ସଚେତନତା କରିଥିଲେ। ଟୋକିଓ ଅଲିମ୍ପିକ୍ସ ସମୟରେ ମଧ୍ୟ ଖେଳାଳିଙ୍କୁ 150,000 କଣ୍ଡୋମ ବଣ୍ଟନ କରାଯାଇଥିଲା, କିନ୍ତୁ କଠୋର COVID-19 ପ୍ରତିବନ୍ଧକ ହେତୁ ଶାରୀରିକ ସମ୍ପର୍କ ହ୍ରାସ ହେତୁ ସେମାନଙ୍କୁ ବ୍ୟବହାର କରିବାକୁ କଡା ବାରଣ କରାଯାଇଥିଲା ଏବଂ ଗର୍ଭନିରୋଧକ ଔଷଧକୁ ନିଜ ଦେଶକୁ ନେବାକୁ କୁହାଯାଇଥିଲା। ତେବେ ବର୍ତ୍ତମାନ କୋଭିଡ ଆତଙ୍କ ନଥିବାରୁ ଉନି ଏହି ସୁବିଧା ଉପଲବ୍ଧ କରଯାଇଛି |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button