ଯୁବାବସ୍ଥାରେ କରାଯାଇଥିବା ଏହିସବୁ ଭୁଲ ସମ୍ପୂର୍ଣ ଜୀବନକୁ କରିଦେଇ ଥାଏ ନଷ୍ଟ, ଯୁବକ ମାନେ ନିହାତି ଜାଣିବା ଜରୁରୀ
ଚାଣକ୍ୟଙ୍କ ନୀତି ଶାସ୍ତ୍ର ଜୀବନକୁ ସଠିକ ମାର୍ଗ ରେ ପରିଚାଳିତ କରିଥାଏ. ଚାଣକ୍ୟ ଜୀବନ କୁ ସଠିକ ମାର୍ଗରେ ନେବା ପାଇଁ ପରିଚାଳିତ କରାଇ ଥାଆନ୍ତି l ଚାଣକ୍ୟ ଙ୍କ ନୀତି ଅନୁସାରେ ମଣିଷ ର ଯୁବକ ଅବସ୍ଥା ତା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ , ଏହି ବୟସ ହେଉଛି ଉଦିତ ସୂର୍ଯ୍ୟ ଭଳି ତେଜ ର ସମୟ l ତେଣୁ ଏହି ସମୟ ରେ ମଣିଷ ସଠିକ କାର୍ଯ୍ୟ କରିବା ଜରୁରୀ l ତେବେ ଜୀବନ କୁ ଠିକ ଭାବରେ ଉପଭୋଗ କରିପାରିବ l କିଛିଟା ଭୁଲ ଯୁବକ ଅବସ୍ଥାରେ କଦାପି କରିବା ଉଚିତ ନୁହେଁ l
* ଚାଣକ୍ୟ ଙ୍କ ନୀତି ଅନୁସାରେ ଯଦି ଯୁବାବସ୍ଥା ରେ ଶିକ୍ଷା କୁ ଗୁରୁତ୍ୱ ଦିଆଯାଏ ନାହିଁ, ତେବେ ଜୀବନ ବଞ୍ଚିବା ଦୁର୍ବିସହ ହୋଇ ଯାଇଥାଏ l ଏବଂ ଜୀବନ ସଂଘର୍ଷମୟ ହୋଇଯାଏ l ଆର୍ଥିକ ଓ ସାମାଜିକ ଅସୁବିଧା ଦେଖା ଯାଇଥାଏ l
* ମଣିଷ କଦାପି ଯୁବାବସ୍ଥା ରେ ଅଳସୁଆ ହେବା ଉଚିତ ନୁହେଁ, କାହିଁକିନା ଏହି ଅଳସୁଆମୀ ତାକୁ ଭବିଷ୍ୟତ ରେ ଅସୁବିଧାରେ ପକାଇଥାଏ l ଏବଂ ପ୍ରତ୍ୟେକ କ୍ଷେତ୍ରରେ ଅସଫଳତା ମିଳିଥାଏ l ତେଣୁ ସମୟାନୁବର୍ତ୍ତିତା ନିହାତି ହେବା ଜରୁରୀ l
* ଯେଉଁ ବ୍ୟକ୍ତି ପଇସାର ଦୁରୁପଯୋଗ ଯୁବକ ଅବସ୍ଥାରେ କରିଥାଏ ତାର ଭବିଷ୍ୟତ ରେ ଅନେକ ଅସୁବିଧା ଦେଖା ଦେଇଥାଏ l ତେଣୁ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଅନୁସାରେ ପଇସା କୁ ଦେଖି ଚାହିଁ ଖର୍ଚ୍ଚ କରିବା ଜରୁରୀ l
* କଥାରେ ଅଛି ଗୋଟିଏ ଭଲ ସାଙ୍ଗ ହଜାରେ ଖରାପ ସାଙ୍ଗ ଠାରୁ ଭଲ, ସବୁବେଳେ ଜୀବନ ରେ ଦେଖି ଚାହିଁ ବନ୍ଧୁ ବାନ୍ଧିବା ଜରୁରୀ l ଖରାପ ସଙ୍ଗ ଦୋଷରେ ମଣିଷ ନିଜର ଭବିଷ୍ୟତ ନଷ୍ଟ କରି ଥାଆନ୍ତି l
* ଯୁବକ ଅବସ୍ଥା ଗୋଟିଏ ଏଭଳି ଅବସ୍ଥା ଯେଉଁ ସମୟରେ ବ୍ୟକ୍ତି ଉଦ୍ଧତ ହୋଇ ଭଲ ଓ ଖରାପ ର ସ୍ଥିତି କୁ ବାଛି ପାରି ନଥାଏ, ଏବଂ ଗୁରୁଜନଙ୍କୁ ଅନାଦର ଅସମ୍ମାନ କରି ବସିଥାଏ l ତେଣୁ ସବୁବେଳେ ଗୁରୁଜନ ଙ୍କୁ ସମ୍ମାନ ଓ ଆଦର ଦେବା ଜରୁରୀ l
* ଯୁବକ ଅବସ୍ଥାରେ ହିଁ ବ୍ୟକ୍ତି ଦାୟିତ୍ୱ ବାନ ହେବା ଜରୁରୀ, ଏବଂ ଜୀବନ ର ପ୍ରତ୍ୟେକ ସମୟ କୁ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ l ଯିଏ ଦାୟିତ୍ୱ ସମ୍ପନ୍ନ ହୋଇ ପାରିଲା ତାର ଜୀବନ ସୁରୁଖୁରୁ ରେ ଅତି ବାହିତ ହୋଇଥାଏ l