ସ୍ୱାସ୍ଥ୍ୟ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ର ଖୁଲାସା : ଚିକେନ ଖାଉଥିବା ବ୍ୟକ୍ତି ଅଧିକ କ୍ୟାନ୍ସର ରେ ପୀଡିତ ହେଉଛନ୍ତି

ଚିକେନ ଖାଇବାକୁ ଯଦି ସଉକ ରଖୁଛନ୍ତି ତେବେ ହୋଇ ଯାଆନ୍ତୁ ସତର୍କ, ଆପଣଙ୍କ ପ୍ରିୟ ଚିକେନ କ୍ୟାନ୍ସର ର କାରଣ ହୋଇପାରେ l କିଛି ବର୍ଷ ପୂର୍ବରୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ର ଗୋଟିଏ ଅଧୟନ ରେ ମିଳିଛି ଯେ ଚିକେନ ଖାଉଥିବା ବ୍ୟକ୍ତିଙ୍କ ନିକଟରେ କ୍ୟାନ୍ସର ର ବିପଦ ରହିଛି l କେବଳ ଏତିକି ନୁହେଁ ଏହାଦ୍ୱାରା ଅନେକ ଗୁଡିଏ ଭୟଙ୍କର ରୋଗ ର ଭୟ ମଧ୍ୟ ରହିଛି l WHO ର ସୂଚନା ଅନୁସାରେ ଚିକେନ ଆମ ଜୀବନ ପ୍ରତି ବିପଦ ର କାରଣ ଅଟେ l

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ର ଖୁଲାସା –
ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ର ଅଧୟନ ରେ ୩୭ରୁ ୭୩ ଆୟୁ ବର୍ଗର ୪୭୫୪୮୮ ଜଣ ବ୍ୟକ୍ତିଙ୍କୁ ଶାମିଲ କରାଯାଇ ଥିଲା l ଏହି ଅଧୟନ ୫ବର୍ଷ ଧରି ହୋଇଥିଲା l ଏବଂ ପାଞ୍ଚ ବର୍ଷ ର ଅଧୟନ ପରେ ସାମ୍ନାକୁ ଆସିଥିଲା ଯେ ନିୟମିତ ଚିକେନ ଖାଉଥିବା ବ୍ୟକ୍ତି ପାଖାପାଖି ୨୩ ହଜାର ହେବେ ଯିଏ କି ବିଭିନ୍ନ ପ୍ରକାର କ୍ୟାନ୍ସର ରେ ପୀଡିତ ଥିଲେ l ଏବଂ ଏହି ୨୩ ହଜାର ବ୍ୟକ୍ତି ସବୁଠୁ ଅଧିକ ଚିକେନ ଖାଉଥିଲେ l

– ଏହି ଅଧୟନ ରେ ଏହା ମଧ୍ୟ ଜଣା ପଡିଥିଲା ଯେ ଆଜିକାଲି କଲର ବାର୍ଡ଼ ବା ଅଷ୍ଟ୍ରେଲିଆ କୁକୁଡ଼ା, ବଏଲର କୁକୁଡ଼ା ଖାଉଥିବା ବ୍ୟକ୍ତିମାନେ ଅଧିକ କ୍ୟାନ୍ସର ରେ ପୀଡିତ ଥିଲେ l ଏବଂ ଏହି ବ୍ୟକ୍ତିମାନେ କିଡ୍ନୀ କ୍ୟାନ୍ସର ଓ ଲିଭର କ୍ୟାନ୍ସର ରେ ଅଧିକ ପୀଡିତ ଥିବା ଦେଖିବାକୁ ମିଳିଥିଲା l

– ଆମେରିକାର ଫୁଡ ଏଣ୍ଡ ଡ୍ରଗସ ଆଡମିନିଷ୍ଟ୍ରେସନ ର ସୂଚନା ଅନୁସାରେ ଚିକେନ ଅନେକ ମାତ୍ରାରେ କ୍ୟାନ୍ସର ପାଇଁ ଦାୟୀ ଅଟେ, କାହିଁକି ନା ଏଥିରେ ଥିବା କମ୍ପୋନେଣ୍ଟ ଆର୍ସେନିକ ମଣିଷ ଶରୀର ପାଇଁ କ୍ଷତିକାରକ l ବିଶେଷ ଭାବରେ ଆର୍ସେନିକ ଗୋଟିଏ ପ୍ରକାରର ଫଟୋ ସିନ୍ଥେସିସ ମଲିକ୍ୟୁଲାସ ଅଟେ, ଯାହା ଶରୀର ମଧ୍ୟରେ କ୍ୟାନ୍ସର ସେଲ୍ କୁ ବୃଦ୍ଧି କରିଥାଏ l ଏହାଦ୍ୱାରା କ୍ୟାନ୍ସର ସେଲ ର ଅଟୋମ୍ୟୁଟେସନ ଆରମ୍ଭ ହୋଇଯାଇ ଥାଏ l ଏବଂ ଏହାପରେ କ୍ୟାନ୍ସର ସେଲ ୪ଗୁଣ ଶରୀର ମଧ୍ୟରେ ବଢିବାକୁ ଲାଗିଥାଏ l ଏହି ତତ୍ୱ ହୋଲି ରଙ୍ଗ, ଜଙ୍ଗଲୀ ଘାସରେ ମଧ୍ୟ ମିଳିଥାଏ l

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button