ଜ୍ୟୋତିଷ

ଯେଉଁ ବ୍ୟକ୍ତି ନିକଟରେ ଥାଏ କାଉ ର ଏହି ଦୁଇଟି ଗୁଣ ତା ଉପରେ ରହିଥାଏ ସର୍ବଦା ମା ଲକ୍ଷ୍ମୀ ଙ୍କ କୃପା

ଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ର ଜୀବନକୁ ମାର୍ଗ ଦର୍ଶନ କରାଇବା ସହିତ ଉଚିତ ସମୟରେ ଉଚିତ ଜ୍ଞାନ ଦେବାରେ ସାହାଯ୍ୟ କରିଥାଏ l ପ୍ରତ୍ୟେକ ଜୀବଜନ୍ତୁ ଙ୍କ ମଧ୍ୟରେ କିଛିନା କିଛି ଭଲ ଗୁଣ ରହିଥାଏ, ଯେପରିକି କୁକୁର ସବୁବେଳେ ଜାଗ୍ରତ ଅବସ୍ଥାରେ ଶୋଇଥାଏ ଯାହାଦ୍ୱାରା ସେ ନିଜକୁ ଓ ନିଜର ମାଲିକ କୁ ସଠିକ ସମୟ ରେ ସଚେତନ କରିଥାଏ, ସେହିଭଳି କାଉ ର ମଧ୍ୟ କିଛିଟା ଭଲ ଗୁଣ ରହିଛି l ଯାହାକି ତାକୁ ସଫଳତା ଦେଇଥାଏ l

ଚାଣକ୍ୟ କହିଛନ୍ତି କାଉ ସର୍ବଦା ଏକାକୀ ନିଜ ପାଇଁ ଖାଦ୍ୟ ସଂଗ୍ରହ କରିଥାଏ, ଏବଂ ଯେତେ ଖରା ବର୍ଷା ହେଉ ସୂର୍ଯ୍ୟ ଉଇଁଲା ମାତ୍ରକେ କାଉ ରାବ ଦେଇଥାଏ l ସେ କଦାପି ଆଳସ୍ୟ କରି ନଥାଏ l ତେଣୁ ଚାଣକ୍ୟ କହିଛନ୍ତି ପ୍ରତ୍ୟେକ ବ୍ୟକ୍ତି ସଫଳ ହେବା ପାଇଁ କାଉର ଏହି ଗୁଣଟି ନିହାତି ଶିଖିବା ଜରୁରୀ l

ତେଣୁ ମଣିଷ ଯଦି ଖରା ବର୍ଷା କୁ ବ୍ରୁକ୍ଷେପ କରି ସକାଳ ହେବା ମାତ୍ରକେ ନିଜର କର୍ମ ପଥରେ ଆଗେଇ ଯିବ ତେବେ ସେ ଜୀବନ ରେ କଦାପି ହାରିବ ନାହିଁ କିମ୍ବା ଅସଫଳ ହେବ ନାହିଁ l କାହିଁକିନା ଚାଣକ୍ୟ ଙ୍କ ନୀତିରେ ମଣିଷ କୁ ତାର ଆଳସ୍ୟ ଆଗକୁ ବଢିବାକୁ ଦେଇ ନଥାଏ l

ମା ଲକ୍ଷ୍ମୀ ସର୍ବଦା ପରିଶ୍ରମୀ ବ୍ୟକ୍ତିଙ୍କ ଉପରେ ସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ଅଳସୁଆ ବ୍ୟକ୍ତି ଉପରେ ଅସନ୍ତୁଷ୍ଟ ହୁଅନ୍ତି l ତେଣୁ ଯେଉଁ ବ୍ୟକ୍ତି ଅଳସୁଆ ସେ ସର୍ବଦା କାଙ୍ଗାଳ ଅବସ୍ଥାରେ ରହିଥାଏ ଏବଂ ତା ନିକଟ ରେ କଦାପି ଧନ ରୁହେ ନାହିଁ l

କାଉର ଆଉ ଗୋଟିଏ ଅଭ୍ୟାସ ହେଲା ସେ କଦାପି କାହାକୁ ଶୀଘ୍ର ବିଶ୍ୱାସ କରେ ନାହିଁ, ଏଭଲିକି ତାର ଭୂଜନ କୁ ମଧ୍ୟ ସେହିଭଳି ମଣିଷ ଶୀଘ୍ର କାହାକୁ ବିଶ୍ୱାସ କରିବା ଉଚିତ ନୁହେଁ l

Related Articles

Leave a Reply

Your email address will not be published. Required fields are marked *

Back to top button