ଜ୍ୟୋତିଷ

ଯଦି ଖରାପ ସମୟ ଚାଲୁଛି,ତା ହେଲେ ଏହି ୩ଟି ଜିନିଷକୁ ଘରୁ ବାହାର କରି ଦିଅନ୍ତୁ

ଶରୀରରେ ତେଲ ଲଗେଇବା ଦ୍ଵାରା, ଚିତା କୁ ଧୂଆଁ ଲାଗିବା ଦ୍ଵାରା,ସ୍ତ୍ରୀ ପ୍ରସଙ୍ଗ କରିବା ଦ୍ୱାରା, ଚୁଟି କାଟିବା ଦ୍ଵାରା,ମନୁଷ୍ୟ ସେତେବେଳେ ଯାଏଁ ଚାଣ୍ଡାଳ ରହିଥାଏ ଅର୍ଥାତ ଅଶୁଦ୍ଧ ହିଁ ରହିଥାଏ, ଯେତେବେଳେ ଯାଏଁ ସେ ସ୍ନାନ କରିନଥାଏ |

ନିକୃଷ୍ଟ ଲୋକ ଧନର କାମନା କରନ୍ତି,ମଧ୍ୟମ ଲୋକ ଧନ ଏବଂ ସମ୍ମାନ ଉଭୟ ଚାହିଁଥାନ୍ତି,ଏବଂ ଉତ୍ତମ ଲୋକ କେବଳ ସମ୍ମାନ ହିଁ ଚାହିଁଥାନ୍ତି କାରଣ ମାନ ସମ୍ମାନ ସବୁ ପ୍ରକାରର ମହାତ୍ମା ମାନଙ୍କର ଧନ ଅଟେ |

ଆଖୁ, ଜଳ, ଦୁଧ,ମୂଳ, ପାନ, ଫଳ ଏବଂ ଔଷଧ ଆଦିର ସେବନ କରିକି ମଧ୍ୟ ସ୍ନାନ ଦାନ ଆଦି କ୍ରିୟା ଗୁଡିକ କରାଯାଇ ପାରିବ |

ଦୀପର ପ୍ରକାଶ ଅନ୍ଧକାର କୁ ଖାଇଯାଏ,ଏବଂ କଳଙ୍କ କୁ ଜନ୍ମ କରିଥାଏ,ସେହି ପ୍ରକାରରେ ମନୁଷ୍ୟ ସର୍ବଦା ଯେପରି ଅନ୍ନ ଖାଇଥାଏ ସେମିତି ହିଁ ତାହାର ସନ୍ତାନ ହୋଇଥାଏ |

ହେ ମତିମାନ ପୁରୁଷ! ଧନ ଗୁଣବାନ କୁ ଦେ,ଅନ୍ୟକୁ ନୁହେଁ | ଦେଖ ସମୁଦ୍ର ର ଜଳ ମେଘ ମୁହଁ କୁ ଯାଇକି ସଦେବ ମିଠା ହୋଇଯାଏ ଏବଂ ପୃଥିବୀ ରେ ଚର ଅଚର ଜୀବକୁ ଜୀବନ ଦାନ ଦେଇକି ଅନେକ କୋଟି ଗୁଣ ହୋଇକି ପୁଣି ସମୁଦ୍ରକୁ ଚାଲିଯାଏ |

ଅପଚ ହେବା ଦ୍ଵାରା ପାଣି ଔଷଧ ଅଟେ,ପାଚିବା ପରେ ବଳ ଦେଇଥାଏ, ଭୋଜନ ସମୟରେ ଟିକିଏ ଟିକିଏ ଜଳ ଅମୃତ ସମାନ ଅଟେ ଏବଂ ଭୋଜନ ଶେଷରେ ଜହର ସମାନ ଅଟେ |

ବିନା କ୍ରିୟାରେ ଜ୍ଞାନ ବ୍ୟର୍ଥ ଅଟେ,ଜ୍ଞାନହୀନ ମନୁଷ୍ୟ ମୃତକ ସମାନ ଅଟେ,ସେନାପତି ଙ୍କ ବିନା ସେନା ନଷ୍ଟ ହୋଇଯାଏ,ଏବଂ ପତିଙ୍କ ବିନା ସ୍ତ୍ରୀ ନଷ୍ଟ ହୋଇଯାନ୍ତି |

ବୃଦ୍ଧ ଅବସ୍ଥା ରେ ସ୍ତ୍ରୀ ମରିଯିବା, ବନ୍ଧୁ ହାତକୁ ଧନ ଯିବା ଏବଂ ଅନ୍ୟଙ୍କ ଭରସା ରେ ଭୋଜନ ପ୍ରାପ୍ତ ହେବା ଏହି ତିନିଟି ସ୍ଥିତି ପୁରୁଷ ପାଇଁ ଦୁଃଖ ଦାୟୀ ଅଟେ |

ବିନା ଯଜ୍ଞ କରି ବେଦ ପଢ଼ିବା ବ୍ୟର୍ଥ ଅଟେ,ବିନା ଦାନ ରେ ଯଜ୍ଞ କରିବା ବ୍ୟର୍ଥ ଅଟେ,ବିନା ଭାବ ରେ ସିଦ୍ଧି ହୁଏ ନାହିଁ, ସେଥିପାଇଁ ପ୍ରେମ ହିଁ ଏହି ସବୁଥିରେ ପ୍ରଧାନ ଅଟେ |

କାଠ ପଥର ଏବଂ ଧାତୁ ସୁନା ରେ ତିଆରି ମୂର୍ତ୍ତି କୁ ସାକ୍ଷାତ ଭଗବାନ ଭାବି ଯେଉଁ ମଣିଷ ଯେଉଁ ଭାବରେ ମୂର୍ତ୍ତି ର ପୂଜା କରିଥାଏ,ତାକୁ ସେହି ପ୍ରକାରରେ ସିଦ୍ଧି ପ୍ରାପ୍ତ ହୋଇଥାଏ |

ଦେବତା ନା ହିଁ କାଠ ରେ ଅଛି ଆଉ ନାହିଁ ପଥରରେ ଆଉ ନାହିଁ ମାଣିକ ତିଆରି ମୂର୍ତ୍ତି ରେ ନିଶ୍ଚିନ୍ତ ହିଁ ସେ ଆପଣଙ୍କ ଭାବନା ରେ ବିଦ୍ୟମାନ ଅଛନ୍ତି ଅର୍ଥାତ ଆପଣଙ୍କ ଭାବ ହିଁ ସବୁର କାରଣ ଅଟେ |

ଶାନ୍ତି ଠୁ ଅଧିକ ଅନ୍ୟ ତପ ନାହିଁ,ସନ୍ତୋଷ ଠୁ ଅଧିକ କିଛି ସୁଖ ନାହିଁ,ଲାଳସା ଠୁ ବଡ କିଛି ରୋଗ ନାହିଁ,ଏବଂ ଦୟା ଠୁ ଅଧିକ କୌଣସି ଧର୍ମ ନାହିଁ..

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button