ଦେଶ- ବିଦେଶ

କୋଚିଂ ସେଣ୍ଟର ଦୁର୍ଘଟଣାକୁ ନେଇ ଦିଲ୍ଲୀ ମେୟରଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ, ପୋଲିସର ଲାଠିମାଡ଼

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ରାଓ ଆଇଏଏସ୍ କୋଚିଂ ସେଣ୍ଟରରେ ଶନିବାର ଘଟିଥିବା ଦୁର୍ଘଟଣାକୁ ନେଇ ଏବିଭିପି ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ଏବିଭିପିର କର୍ମୀମାନେ ମେୟର ଶୈଲୀ ଓବରାୟଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀଙ୍କ ଉପରକୁ ପୋଲିସ ଲାଠିମାଡ଼ କରିଥିଲା ।

ଏଠାରେ ବିକ୍ଷୋଭ ଯୋଗୁ ମେୟରଙ୍କ ଘର ବାହାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ବିକ୍ଷୋଭକାରୀମାନେ ସୋସାଇଟିର ଫାଟକ ବାହାରେ ଲାଗିଥିବା ଶୈଲୀ ଓବରାୟଙ୍କ ବୋର୍ଡରେ କଳା ରଙ୍ଗ ବୋଳି ଦେଇଛନ୍ତି । ମେୟରଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ ସେମାନେ ଏମ୍‌ସିଡି ବିରୋଧରେ ବିକ୍ଷୋଭ କରିଛନ୍ତି । ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଏହା ସବୁ ଏମ୍‌ସିଡିର ଅବହେଳା ଯୋଗୁ ଘଟିଛି । ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସେପଟେ ଦିଲ୍ଲୀ ସରକାର କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ଘଟିଥିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ମନ୍ତ୍ରୀ ଆତିଶୀ ତୁରନ୍ତ ମାଜିଷ୍ଟ୍ରେଟ ତଦନ୍ତ ଆରମ୍ଭ କରିବାକୁ ଏବଂ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କହି ରଖୁଛୁ ଯେ ଦିଲ୍ଲୀ ରାଜେନ୍ଦ୍ର ନଗରସ୍ଥିତ ରାଓ ଆଇଏଏସ କୋଚିଂ ଏକାଡେମୀର ବେସମେଣ୍ଟରେ ପାଣିପଶି ୩ ଆଇଏଏସ୍ ଆଶାୟୀଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଥିବାବେଳେ ଜଣେ ଯୁବକ ଅଛନ୍ତି । ୧୦ରୁ ଅଧିକ ଛାତ୍ରଙ୍କୁ ପୋଲିସ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button