ମନୋରଞ୍ଜନ

ହନିମୁନରୁ ଫେରି ଇନଷ୍ଟାରୁ ଡିଲିଟି କଲେ ବିବାହର ସମସ୍ତ ଫଟୋ – Kalinga News

[ad_1]

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଦିବ୍ୟ‌ା ଅଗ୍ରୱାଲ ତାଙ୍କର ପ୍ରେମିକ ଅପୂର୍ବ ପଡଗାଓଁକରଙ୍କୁ ଗତ ଫେବୃଆରି ୨୦ରେ ଧୁମଧାମରେ ବିବାହ କରିଥିଲେ। ବିବାହର କିଛିମାସ ପରେ ଦୁହେଁ ହନିମୁନରେ ବୁଲିବାକୁ ଯାଇଥିଲେ।

ଭୁଟାନରେ ଦୁହେଁ ଖୁବ ରୋମାନ୍ସ କରୁଥିବାର ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଥିଲା।  ‌ହନିମୁନରୁ ଫେରିବା ପରେ ଦିବ୍ୟା ହଠାତ ତାଙ୍କ ଇନଷ୍ଟାଗ୍ରାମରେ ଥିବା ବିବାହର ସମସ୍ତ ଫଟୋକୁ ଡିଲିଟ କରି ଦେଇଛନ୍ତି। ଏହି ଫଟୋ ଡିଲିଟି କରିଦେବା ପରେ ଇନଷ୍ଟାଗ୍ରାମରେ ସ୍କ୍ରୋଲ କଲେ କେବଳ ଦିବ୍ୟାଙ୍କ ଫଟୋ ଥିବା ଦେଖି ଫ୍ୟାନ୍ସ ଚକିତ ହୋଇଯାଇଛନ୍ତି।

ଅଭିନେତ୍ରୀଙ୍କ ଏହି ପୋଷ୍ଟ ଦେଖିବା ପରେ ଫ୍ୟାନ୍ସମାନେ ପ୍ରତିକ୍ରିୟା ‌ଦେଇ କହିଛନ୍ତି, ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି କି? ବିବ‌ାହର ତିନିମାସ ପରେ ଦିବ୍ୟା ଅପୂର୍ବଙ୍କ ଠାରୁ ଛାଡ଼ପତ୍ର ନେବେ କି? ଫ‌ଟୋ ଡିଲିଟ କରିବାର କାରଣ କ’ଣ ହୋଇପାରେ?

ତେବେ ଦିବ୍ୟା ଇନଷ୍ଟାଗ୍ରାମରୁ ଫଟୋ ଡିଲିଟି କରିବା ପଛର କାରଣ କ’ଣ ତାହା ଅଭିନେତ୍ରୀ ଓ ଅପୂର୍ବା ହିଁ କହି ପାରିବେ। ଦିବ୍ୟାଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ସେ ଅପୂର୍ବାଙ୍କ ପୂର୍ବରୁ ବରୁଣ ସୁଦଙ୍କ ସହ ଡେଟି କରୁଥିଲେ। ହଠାତ ଦିନେ ବରୁଣଙ୍କ ସହିତ ତାଙ୍କର ସମ୍ପର୍କ ଭାଙ୍ଗି ଯାଇଛି ବୋଲି ଘୋଷଣା କରି ଫ୍ୟାନ୍ସଙ୍କୁ ସେ ଚକିତ କରି ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button