ଦେଶ- ବିଦେଶ

ଧୋକା ଦେବାର ଭୟଙ୍କର ପରିଣତି, ବିବାହ ପାଇଁ ମନା କରିବାରୁ ପ୍ରେମିକର ଯୌନାଙ୍ଗ କାଟିଦେଲେ ଡାକ୍ତରାଣୀ ପ୍ରେମିକା, ଜାଣନ୍ତୁ ପୁରା ଘଟଣା

ପ୍ରେମକୁ ନେଇ ଦେଖିବାକୁ ମିଳିଛି ଏକ ଲୋମଟାଙ୍କୁରା ଦୃଶ୍ୟ ! ପ୍ରେମିକ ଜଣଙ୍କ ଏକ ଯୁବତୀଙ୍କୁ ଭଲ ପାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏବଂ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

କିନ୍ତୁ ପ୍ରେମିକ ଜଣଙ୍କ ବାହାଘର ଦିନ ବାହା ହେବାକୁ ନ ଆସିବାରୁ ପ୍ରେମିକା ଜଣଙ୍କ ପ୍ରେମିକଙ୍କ ସହ କିଛି ଏପରି କରିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଚାପରା ଜିଲ୍ଳାର ମଧୁରା ଅଞ୍ଚଳରେ । ସୂଚନା ଅନୁସାରେ ପ୍ରେମିକଙ୍କ ନାମ ହେଉଛି ବେଦ୍ ପ୍ରକାଶ । ବେଦ ମଢୋରା ୱାର୍ଡ ୧୨ର କାଉନସିଲର ଅଟନ୍ତି । ଏବଂ ତାଙ୍କ ପ୍ରେମିକା ଜଣଙ୍କ ଏକ ଡାକ୍ତର ଅଟନ୍ତି ।

ତେବେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବାହା ହେବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିବାହ ଦିନ ପ୍ରେମିକ ବେଦ ବିବାହ ପାଇଁ ଆସି ନଥିଲେ । ଯାହା ଫଳରେ ପ୍ରେମିକା ଜଣଙ୍କ ଅତ୍ୟନ୍ତ ରାଗି ଯାଇଥିଲେ ।

ତେଣୁ ସେ ଗତ ସୋମବାର ଦିନ ବେଦ୍ ଙ୍କୁ ନିଜ ରୁମ୍ କୁ ଡାକିଥିଲେ । ବେଦ ଆସିଥିଲେ ମଧ୍ୟ । ଏପଟେ ପ୍ରେମିକା ଜଣଙ୍କ ଅତ୍ୟନ୍ତ ରାଗରେ ଥିଲେ । ଯାହା ଦ୍ଵାରା ସେ ପ୍ରେମିକ ଜଣଙ୍କର ପ୍ରାଇଭେଟ ପାର୍ଟ କାଟି ଦେଇଥିଲେ ।

ଏହା ପରେ ନିଜେ ପୋଲିସ ଷ୍ଟେସନ ଯାଇ ନିଜ ଭୂଲ ସ୍ବୀକାର କରିଥିଲେ । ପୋଲିସ ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ବେଦଙ୍କୁ ମେଡିକାଲ ନେବା ସହ ପ୍ରେମିକା ଜଣଙ୍କୁ ଗିରଫ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button