ସ୍ୱାସ୍ଥ୍ୟ

ଘରେ ପ୍ରତିଦିନ ସେବନ କରନ୍ତୁ ଏହି ଚଟଣି…କର୍କଟ ଓ ହୃଦଘାତ ପରି ବଡ ରୋଗରୁ କରିବ ରକ୍ଷା

ଅଧିକାଂଶ ଲୋକ ଖାଇବା ସମୟରେ ଚଟଣି ଖାଇଥାନ୍ତି | ଏହା ଖାଇବାରେ ଆହୁରି ସ୍ୱାଦ ବଢ଼ାଇ ଦେଇଥାଏ | ତେବେ ଏହା କେବଳ ସ୍ୱାଦ ନୁହେଁ ଚଟଣି ହୋଇପାରେ ସ୍ୱାସ୍ଥ୍ୟ ପାଇଁ ହିତକାରକ | ସେହି ଚଟଣି ମଧ୍ୟରୁ ଗୋଟିଏ ହେଉଛି ଧନିଆପତ୍ରର ଚଟଣି। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ | ଧନିଆ ଚଟଣି ଖାଇବା ଦ୍ୱାରା ହୋଇଥାଏ ବିଭିନ୍ନ ରୋଗ ଭଲ | ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ରକ୍ଷା କରିବାରେ କରିଥାଏ ସାହାଯ୍ୟ |

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଧନିଆ ପତ୍ର ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ରକ୍ଷା କରିବା ସହ ହୃଦୟ, ତ୍ୱଚା, ମସ୍ତିଷ୍କ, ହଜମ କ୍ରିୟା ପାଇଁ ମଧ୍ୟ ସାଜିଥାଏ ଉପକାରୀ। ଏହି ଧନିଆ ଚଟଣି ଖାଇବା ମଧୁମେହ ରୋଗୀଙ୍କ ପାଇଁ ବହୁତ ଉପକାରୀ | ଏହାଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।

ଧନିଆ ପତ୍ର ବିଷୟରେ କହିବାକୁ ଗଲେ, ଏଥିରେ ରହିଛି ଆଣ୍ଟି-ଅକ୍ସିଡାଣ୍ଟ | ଏହା ବିଭିନ୍ନ ରୋଗରୁ ମୁକ୍ତ କରିଥାଏ | କାରଣ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହି ଧନିଆ ଚଟଣି କର୍କଟ ରୋଗ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ | ଏହା କର୍କଟ ରରୋଗରୁ ରକ୍ଷା କରିବାରୁ ସାହାଯ୍ୟ କରିଥାଏ |

ଏହା ରୋଗ ହେବାରୁ ରକ୍ଷା କରିବା ସହ କୋଲେଷ୍ଟେରୋଲ୍‌‌ ମଧ୍ୟ କମ କରିଥାଏ | ଏହା ସହ ଭଲ କୋଲେଷ୍ଟେରୋଲ୍‌‌ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଯାହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ | ଏହା ଫଳରେ ହୃଦଘାତ,ଷ୍ଟ୍ରୋକ୍‌‌ ଭଳି ଗମ୍ଭୀର ସମସ୍ୟାରୁ ରକ୍ଷା କରିଥାଏ।

କେବଳ ଏତିକି ନୁହେଁ ଧନିଆ ଚଟଣି [ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ | ହଜମ ଜନିତ ସମସ୍ୟା ଦୂର କରିଥାଏ | ଏବଂ ଭୋକ ନ ହେଉଥିଲେ ଏହା ଭୋକ ର ମାତ୍ରାକୁ ବୃଦ୍ଧି କରିଥାଏ |

ନିୟମିତ ଭାବରେ ଧନିଆ ପତ୍ରକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ତ୍ୱଚାର ବୟସ ଜନିତ ଲକ୍ଷଣକୁ କମ୍‌‌ କରିଥାଏ। କାରଣ ଏଥିରେ ଅଛି ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ | ଯାଦ୍ୱାରା ମୁହଁରେ କୁଞ୍ଚନ,ଦାଗ ଆଦି ସୃଷ୍ଟି ହୋଇନଥାଏ। ତ୍ୱଚା ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button