ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ଗୋଡ ବିନ୍ଧା ସବୁ କିଛି ଭଲ ହେଇଯିବ, କେବଳ କରନ୍ତୁ ଏହି ଘରୋଇ ଉପାୟ

ଵର୍ତମାନ ର ଅସ୍ବାସ୍ଥ୍ୟକର ପରିବେଶ ରେ ଅନେକ ରୋଗ ବ୍ୟାଧି ଦେଖା ଗଲାଣି । ଆଗ ର ଲୋକମାନେ ପରିଶ୍ରମୀ ଥିବାରୁ ସେମାନଙ୍କର କୌଣସି ରୋଗ ହେଉ ନ ଥିଲା । ଵର୍ତମାନ ସମୟରେ ମେସିନ ଦ୍ୱାରା ଅନେକ କାର୍ଯ୍ୟ ହେଉଥିବା ରୁ ଲୋକଙ୍କର ଶାରୀରିକ ପରିଶ୍ରମ ବହୁତ କମ ହେଇ ଯାଇଚି । ଯାହା ଫଳରେ ଅନେକ ଲୋକଙ୍କ ର ଶରୀର ରେ ବିଭିନ୍ନ ରୋଗ ଆଦି ଦେଖା ଦେଉଛି । ତେବେ ଵର୍ତମାନ ଛୋଟ ପିଲାଙ୍କ ର ମଧ୍ୟ ଅଳ୍ପ ପରିଶ୍ରମ କରିବା ଦ୍ୱାରା ହାଡ଼ ବିନ୍ଧା, ଜ଼ଏଣ୍ଟ ବିନ୍ଧା ଆଦି ଦେଖା ଯାଉଚି ।
ଏହା ସଠିକ ପୃଷ୍ଟିକର ଖାଦ୍ୟ ର ଅଭାବ ଓ କ୍ୟାଲସିୟମ ର ଆଭଵ ରୁ ହୋଇଥାଏ । କନ୍ତୁ ତେବେ ସେହି ଭଳି ଏବେ ଅନେକ ବୃଦ୍ଧ ଲୋକଙ୍କର ହାତ ଆଣ୍ଠୁ ଗଣ୍ଠି ବିନ୍ଧା ରୋଗ ଦେଖା ଦେଉଛି । ତେବେ ବୟସ୍କ ଲୋକଙ୍କର ହାତ , ଗୋଡ଼ , ଅଣ୍ଟା , ଆଦି ଜଏଣ୍ଟ ବିନ୍ଧା ହେଉଛି ।
ତେବେ ଏହାର କାରଣ ହେଉଛି ଧିରେ ଧୀରେ ହାଡ଼ ମଧ୍ୟ ରେ ଥିବା ରସ ଶୁଖିବା ରର ଲାଗିଥାଏ । ତେଣୁ ଏହି ବିନ୍ଧା ହାଡ଼ ଶୁଷ୍କ ହେବାରୁ ହୋଇଥାଏ। ତେବେ ଏହି ହାଡ଼ ଶୁଷ୍କ ରୋଗରୁ ଆପଣଙ୍କୁ ମୁକ୍ତି ଦେବା ପାଇଁ ଆଜି ଆମେ ଆପଣଙ୍କୁ ଏକ ତେଲ କହିବୁ। ଯାହାକୁ ଆପଣ ଘରେ ଅନେକ ସହଜ ରେ ବନାଇ ପାରିବେ ।
ତେବେ ଏହି ତେଲ ବନାଇବା ପାଇଁ ଯେଉଁ ସବୁ ସାମଗ୍ରୀ ଦରକାର ତାହା ଆପଣଙ୍କ ରୋଷେଇ ଘରେ ବହୁତ ସହଜ ରେ ଆପଣଙ୍କୁ ମିଳିଯିବ। ଏଥିପାଇଁ ଆପଣଙ୍କୁ ସୋରିଷ ତେଲ , ମେଥି , ଜୁଆଣି, ଡାଲଚିନି, ଲବଙ୍ଗ, ଅଦା ଓ ରସୁଣ । ଏବେ ଆପଣ ପ୍ରଥମେ ଅଦା ଓ ରସୁଣ କୁ ଛୋଟ ଛୋଟ କରି କାଟିଦେବେ।
ଏହା ପରେ ଏକ କଢେଇ କୁ ଧୀର ଆଞ୍ଚ ରେ ରଖିବେ । ଏଥିରେ ସୋରିଷ ତେଲ ପକାଇବେ ଏହା ପରେ ଅଦା, ରସୁଣ, ମେଥି, ଜୁଆଣି , ଡାଲଚିନି ପକାଇ ଏହାକୁ ଧୀର ଆଞ୍ଚ ରେ ହିଁ ଫୁଟାଇବେ । କିଛି ସମୟ ପରେ ଏଥିରେ ଲବଙ୍ଗ ପକାଇ ଏହାକୁ ଫୁଟାଇ ନେବେ।
ଏହା ପରେ ଏହି ତେଲ କୁ ଥଣ୍ଡା କରିନେବେ । ଥଣ୍ଡା ହେବା ପରେ ଏହି ତେଲ କୁ ଆପଣ ଛାଣିନେବେ । ଏହାକୁ ଆପଣ କୌଣସି ପାତ୍ର ରେ ଅନେକ ଦିନ ପର୍ଯ୍ୟନ୍ତ ରଖିପାରିବେ। ଏହି ତେଲ କୁ ଆପଣ ଯେଉଁ ଜଏଣ୍ଟ ବିନ୍ଧା ସ୍ଥାନ ରେ ଲଗାଇବେ । ଏହା ଆପଣଙ୍କ ହାଡ଼ ଶୁଷ୍କତା କୁ ଦୂର କରିଥାଏ । ତେବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆୟୁର୍ବେଦିକ ତେଲ ।
ଏହା କୁ ଆପଣ ପ୍ରୀତିଦିନ ବ୍ୟବହାର କରିବା ଦ୍ୱାରା ବହୁତ କମ ଦିନ ରେ ଆପଣଙ୍କ ର ହାଡ଼ ଶୁଷ୍କ କମିଥାଏ ଓ ବିନ୍ଧା ମଧ୍ୟ କମ ହୋଇଥାଏ । ଆପଣଙ୍କୁ ଏହି ଜଏଣ୍ଟ ବିନ୍ଧା ରୁ ମଧ୍ୟ ମୁକ୍ତି ମିଳିବ । ତେବେ ଏହାକୁ ବନାଇବ ଅତ୍ୟନ୍ତ ସହଜ ଓ ସରଳ ଅଟେ । ତେଣୁ ଏହି ତେଲ ପ୍ରସ୍ତୁତ କରି ନିଶ୍ଚୟ ଏହା ର ବ୍ୟବହାର କରନ୍ତୁ ।