ସ୍ୱାସ୍ଥ୍ୟ

ଫ୍ରିଜରେ ଅଣ୍ଡା ରଖି ଖାଉଛନ୍ତି କି, ତାହେଲେ ରୋଗକୁ ନିମନ୍ତ୍ରଣ କରୁଛନ୍ତି ଆପଣ

ପ୍ରୋଟିନରେ ଭରପୂର ଅଣ୍ଡାକୁ ଅଧିକାଂଶ ଲୋକ ନିଜ ଡାଏଟରେ ସାମିଲ କରନ୍ତି। ସେହିପରି ଆଉ କିଛି ଲୋକ ଥଣ୍ଡା ଦିନରେ ପ୍ରତିଦିନ ଅଣ୍ଡା ଖାଇଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଫ୍ରିଜରେ ରଖୁଥିବା ସ୍ୱାସ୍ଥ୍ୟକୁ କ୍ଷତି ପହଁଚାଇପାରେ। ବହୁତ ଲୋକ ତ ଏମିତି ଅଛନ୍ତି ପ୍ରତିଦିନ ବଜାରରୁ ଅଣ୍ଡା କିଣିବେ କଣ ଏକାଥରେ କିଣି ଆଣି ଘରେ ଫ୍ରିଜରେ ରଖିଦିଅନ୍ତି। ଯାହାକୁ ଖାଇବା ଆଦୌ ଠି ନୁହେଁ। କାହିଁକିନା ବହୁତ ରିସର୍ଚ୍ଚରେ ଏହା ଦାବି କରାଯାଇଛି ଯେ ଫ୍ରିଜରେ ରଖୁଥିବା ଅଣ୍ଡାକୁ ଖାଇବା ଅନୁଚିତ।

ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ପ୍ରୋଟୀନ, କ୍ୟାଲସିୟମ ଏବଂ ଓମେଗା ୩ ଫ୍ୟାଟି ଏସିଡ୍‌ ମିଳିଥାଏ। କିନ୍ତୁ ଯେତେବେଳେ ଏହାକୁ ଫ୍ରିଜରେ କମ୍‌ ତାପମାତ୍ରାରେ ରଖାଯାଏ ସେତେବେଳେ ଅଣ୍ଡାର ସମସ୍ତ ତତ୍ତ୍ୱ ନଷ୍ଟ ହୋଇଯାଏ। ଅଣ୍ଡାକୁ କେବଳ ତାର ପୋଷକ ପଦାର୍ଥ ପାଇଁ ହିଁ ଖିଆଯାଏ।

ଫ୍ରିଜରେ ରଖୁଥିବା ଅଣ୍ଡା ଜଲଦି ହୋଇଯାଏ ଖରାପ

ଫ୍ରିଜରେ ରଖୁଥିବା ଅଣ୍ଡା ଜଲଦି ଖରାପ ହୋଇଯାଇଥାଏ। ଯଦି ଆପଣ ଚାହୁଁଛନ୍ତି ଏହାର ପୋଷକ ତତ୍ତ୍ୱ ନଷ୍ଟ ନ ହଉ ଏବଂ ଏହା ଖାଇବା ଯୋଗ୍ୟ ହେଉ ତାହେଲେ ଏହାକୁ ରମ୍‌ ଟେମ୍ପରେଚରରେ ରଖନ୍ତୁ। ବହୁତ ଲୋକଙ୍କ ଅଭ୍ୟାସ ଥାଏ ଯେ ଅଣ୍ଡାକୁ ସବୁଦିନ କିଣିବା ବଦଳରେ ଫ୍ରିଜରେ ଷ୍ଟୋର କରନ୍ତି, ଯାହା ଏକଦମ୍‌ ଭୂଲ। ଅଣ୍ଡା ଫ୍ରିଜରେ ରହିବା ଦ୍ୱାରା ଫ୍ରେସ ତ ରହିଥାଏ କିନ୍ତୁ ଅସଲି ସ୍ୱାଦ ନଷ୍ଟ ହୋଇଯାଇଥାଏ।

ହୋଇଥାଏ ଏହି କ୍ଷତି

egg1ଫ୍ରିଜରେ ରଖିଥିବା ଅଣ୍ଡାକୁ ଖାଇବା ଦ୍ୱାରା ଏହା ଉପରେ ବ୍ୟାକ୍ଟେରିୟା ବଢ଼ିଯାଏ। ଯାହା ଏହା ଭିତରକୁ ପଶିଯିବାର ମଧ୍ୟ ସମ୍ଭାବନା ରହିଥାଏ। ସେହିପରି ଅଣ୍ଡାକୁ ଫ୍ରିଜରେ ରଖିବା ଦ୍ୱାରା ଅନ୍ୟ ଖାଦ୍ୟ ପଦାର୍ଥରେ ବ୍ୟାକ୍ଟେରିୟା ଲାଗିବାର ସମ୍ଭାବନା ରହିଥାଏ। ଏଥିପାଇଁ ଫ୍ରିଜରେ ଷ୍ଟୋର କରିଥିବା ଅଣ୍ଡା ଖାଇବା ଅର୍ଥ ନିଜ ସ୍ୱାସ୍ଥ୍ୟକୁ କ୍ଷତି ପହଁଚାଇବା ସହିତ ସମାନ।

ଭୟ ରହିଥାଏ ଭାଙ୍ଗିବାର ଡର

ଯଦି ଫ୍ରିଜରେ ରଖିଥିବା ଅଣ୍ଡାକୁ ଆଣି ସିଝାଉଛନ୍ତି ତେବେ ଜଲଦି ଭାଙ୍ଗିଯତିବାର ଭୟ ଥାଏ। ଏଥିପାଇଁ ଯଦି ଆପଣ ଫ୍ରିଜରେ ରଖିଥିବା ଅଣ୍ଡାକୁ ସିଝାଇବାକୁ ଚାହୁଁଛନ୍ତି ତେବେ ରୁମ୍‌ ଟେମ୍ପଚେର ରଖିଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button