ସପ୍ତାହକୁ ମାତ୍ର ୨ ଥର ଏହା ପିଇ ନିଅନ୍ତୁ, ହାତ ଗୋଡ, ଅଣ୍ଟା ବିନ୍ଧା, ରକ୍ତର ଅଭାବ, ମୋଟାପଣ ଚର୍ବି ୯୦ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ
ସମୟ ର ପରିଵର୍ତନ ଅନୁସାରେ ମଣିଷ ର ଶାରୀରିକ ପରିଶ୍ରମ କମ ହୋଇ ଯାଇଛି। ତେବେ ଏହା ଫଳରେ ଶରୀରରେ ବିଭିନ୍ନ ରୋଗ ବ୍ୟାଧି ଆଦି ଦେଖା ଦେଇଥାଏ । ତେବେ ସେହି ଭଳି ଶିର ଟଣା , ମାଂସପେଶୀ ଟାଣି ହୋଇଯିବା, ଗୋଡ଼ ବିନ୍ଧା, ଅଣ୍ଟା ବିନ୍ଧା, କୌଣସି ଜଏଣ୍ଟ ବିନ୍ଧା , ଥଣ୍ଡା , କାଶ ଓ ଜ୍ଵର ଆଦି ଅନ୍ୟତମ । ତେବେ ଏହି ସବୁ ପାଇଁ ଆମେ ଔଷଧ ସେବନ କରି ଥାଉ। ତେବେ ଏହି ଔଷଧ ସର୍ବଦା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ ।
ତେଣୁ ଆୟୁର୍ବେଦିକ ଉପାୟ ଦ୍ୱାରା ଯଦି କୌଣସି ରୋଗ ଭଲ କରାଯାଇ ପାରେ ତେବେ ଏହା ବହୁତ ଭଲ ଅଟେ । ସେହିଭଳି ଏହି ରୋଗ ସବୁ ପାଇଁ ମଧ୍ୟ ଆଜି ଆମେ ଆପଣଂକୁ ଏକ ଆୟୁର୍ବେଦିକ ଘରୋଇ ଉପଚାର କହିବୁ । ଯାହାର ସେବନ କରିବା ଦ୍ୱାରା ଆପଣଂକୁ ଜଏଣ୍ଟ ବିନ୍ଧା, ଥଣ୍ଡା ଆଦି ଭଳି ସମସ୍ୟା ଦେଖା ଦେଇ ଥାଏ ।
ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ତିନୋଟି ସାମଗ୍ରୀ ଆବଶ୍ୟକ । ପ୍ରଥମ ହେଉଛି ଶୁଖିଲା ଅଦା ର ଗୁଣ୍ଡ ବା ସୁଣ୍ଠି । ଦ୍ଵିତୀୟ ସାମଗ୍ରୀ ହେଉଛି ପାନ ମଧୁରୀ, ତୃତୀୟ ସାମଗ୍ରୀ ହେଉଛି ମିଶ୍ରି । ଆପଣ ଯଦି ଚାହିଁବେ ତେବେ ତାଳ ମିଶ୍ରି ର ଵ୍ୟଵହାର କରି ପାରିବେ ।
ଏହା ଆପଣଙ୍କ ଶରୀରରେ ରକ୍ତ ର ପରିମାଣ ବୃଦ୍ଧି କରିଥାଏ । ତେବେ ଏହାକୁ ପ୍ରସ୍ତୁତ କିପରି କରିବେ। ପ୍ରଥମେ ଏକ ଗ୍ଲାସ କ୍ଷୀର ନେବେ। ଏହାକୁ ଏକ ପାତ୍ର ରେ ନେବା ପରେ ଗ୍ୟାସ ରେ ବସାଇ ଦେବେ। ଏଥିରେ ପ୍ରଥମେ ମିଶ୍ରି ପକାଇ ଦେବେ ଏହା ପରେ ସୁଣ୍ଠି, ପାନ ମଧୁରୀ, ପକାଇ ଏହାକୁ ଫୁଟାଇ ନେବେ। ଯଦି ଆପଣଙ୍କ ପାଖରେ ସୁଣ୍ଠି ନ ଥାଏ ତେବେ ଆପଣ ଅଦା ର ମଧ୍ୟ ବ୍ୟବହାର କରି ପାରିବେ।
ତେବେ ଏହା ପରେ ଏହି କ୍ଷୀର କୁ ଆପଣ ଏକ ଗ୍ଲାସ ରେ ଆଣି ଏହା ର ସେବନ କରିପାରିବେ। ଛୋଟ ଛୁଆଙ୍କୁ ଦେଉଛନ୍ତି ତେବେ ଆପଣ ଏହି କ୍ଷୀରକୁ ଛାଣିକି ଦେବେ। ବଡ଼ ଲୋକ ଯଦି ଏହାର ସେବନ କରୁଛନ୍ତି ତେବେ ଆପଣ ଏହାକୁ ସେହିଭଳି ପିଇ ପାରିବେ।
ତେବେ ଏହି ଖୀରର ସେବନ ଆପଣ ଗୋଟିଏ ଦିନ ମଧ୍ୟରେ କେତେବେଳେ ମଧ୍ୟ କରିପାରିବେ । ସୁଣ୍ଠି ଓ ପାନ ମଧୁରୀ ଆପଣଙ୍କ ଛୁଆଙ୍କ ଆଖି ପାଇଁ ବହୁତ ଭଲ ଅଟେ । ତେଣୁ ଆପଣଙ୍କ ଛୁଆ ଯଦି ଚଷମା ର ବ୍ୟବହାର କରୁଥିବେ ତେବେ ଆପଣ ଏହି କ୍ଷୀର ଦେଇ ପାରନ୍ତି ।
ସୁଣ୍ଠି ଆପଣଙ୍କ ଶରୀରରୁ ଥଣ୍ଡା କମାଇଥାଏ । ତେଣୁ ଏହାର ସେବନ ଦ୍ୱାରା ଆପଣଙ୍କ ଶରୀରରୁ ଥଣ୍ଡା , ଜ୍ଵର ଆଦି ମଧ୍ୟ କମିଥାଏ। ତେଣୁ ଆପଣ ଯେକୌଣସି ସମୟରେ ଏହି କ୍ଷୀର ବନାଇବା ପରେ ଏହାର ସେବନ କରିପାରିବେ। ଏହାକୁ ଛୋଟ ଛୁଆ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ ।