ଜ୍ୟୋତିଷ

କଳିଯୁଗର 5 ଟି ଭୟଙ୍କର ସତ୍ୟ, ମୁଣ୍ଡ ଖରାପ ହୋଇଯିବ ଶୁଣିଲେ

କଳିଯୁଗ ର ପାଞ୍ଚ ଟି ସତ୍ୟ ଘଟଣା । ଯାହା କି ଶ୍ରୀକୃଷ୍ଣ କହିଛନ୍ତି ପାଣ୍ଡବଙ୍କୁ । ତେବେ ଏକଦା ରାସ୍ତା ରେ ଯିବା ମାର୍ଗ ରେ ପାଣ୍ଡବ ମାନେ କିଛି ଅଦ୍ଭୁତ ଘଟଣା ଦେଖିଲେ   ଯାହା କି ଶ୍ରୀକୃଷ୍ଣ ଙ୍କୁ ପଚାରିବାରୁ ଭଗବାନ ଶ୍ରୀକୃଷ୍ଣ କଳିଯୁଗ ର ସତ୍ୟ ଘଟଣା ବୋଲି କହିଛନ୍ତି । ପ୍ରଥମେ ଯୁଧିଷ୍ଠିର ଯିବା ସମୟରେ ଦେଖିଲେ ଏକ ଦୁଇ ଶୁଣ୍ଡ ର ହାତୀ । ଏହାର ଅର୍ଥ ସେ ଶ୍ରୀକୃଷ୍ଣଙ୍କୁ ପଚାରିବାରୁ ଶ୍ରୀକୃଷ୍ଣ କହିଲେ କଳିଯୁଗ ରେ କିଛି ବ୍ୟକ୍ତି ଦୁଇ ପ୍ରକାରର କଥା କହି ଥାନ୍ତି ।

ଆଗରେ ଭଲ ଓ ପଛରେ ଖରାପ କହିବେ । ସେମାନେ ଦୁଇ ଓଠ ରେ ଶୋଷଣ କରିବେ । ତେବେ କିଛି କ୍ଷଣ ରେ ଭୀମ ଏକ ଗାଈ କୁ ଦେଖିଲେ ଯିଏ କି ନିଜର ବାଛୁରୀ କୁ ଏପରି ଚାଟୁଥିଲା ଜେପରି ତାହାର ରକ୍ତ ବାହାରୁଚି । ଶ୍ରୀକୃଷ୍ଣ ଏହାର ଅର୍ଥ କହିଲେ କଳିଯୁଗରେ ପ୍ରତେକ ବାପା ମା ନିଜର ସନ୍ତାନ କୁ ଦରକାର ଠାରୁ ଅଧିକ ଗେଲ୍ହା ସ୍ନେହ କରିବେ ।

ଯାହା ଫଳରେ ପିଲା ମାନେ ଅବାଟ କୁ ଯିବେ । କିଛି ଦୂର ରେ ଅର୍ଜୁନ ଦେଖିଲେ ଏକ ପକ୍ଷୀ ର ଡେଣା ରେ ବେଦ ଓ ମନ୍ତ୍ର ଆଦି ଲେଖା ଯାଇଛି । କିନ୍ତୁ ପକ୍ଷୀ ଟି ମାଂସ ଖାଉଛି । ଏହା ଦେଖି ଶ୍ରୀକୃଷ୍ଣ ଙ୍କୁ ଅର୍ଜୁନ ଏହାର କାରଣ ପଚାରିବାରୁ ।

ଶ୍ରୀକୃଷ୍ଣ କହିଲେ କଳିଯୁଗରେ ଲୋକମାନେ ସାଧୁ ହୋଇ ମଧ୍ୟ ଅନ୍ୟର ଧନ ରେ ଲୋଭ କରିବେ।  ନିଜର ବୁଦ୍ଧି, ଧର୍ମ ଆଦି ଭୁଲିଯିବେ ପର ଧନ କୁ ଲୋଭ କରିବେ । ଏହା ପରେ ନକୁଳ ଦେଖିଲେ ଏକ ବିରାଟ ପଥର ପାହାଡ଼ ଉପରୁ ଖସି ପଡ଼ିଲା ।

ଅନେକ ବଡ଼ ବଡ଼ ବୃକ୍ଷ ସେହି ପଥର କୁ ରୋକି ପାରିଲେ ନାହିଁ । କିନ୍ତୁ ଏକ ଛୋଟ ବୃକ୍ଷ ରେ ସେହି ପଥର ଟି ଅଟକି ଗଲା । ଏହାର ଅର୍ଥ ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ ଯେତେ ବେଳେ ବିପଦ ଆସେ ସେତେବେଳେ ଯେତେ ବଳ ଥିଲେ ମଧ୍ୟ ଯେତେ ଧନ ଥିଲେ ମଧ୍ୟ ଉଦ୍ଧାର କରିପାରିବ ନାହିଁ ।

ଛୋଟ ନାମ ହରିନାମ ଭଜନ କରିବା ଦ୍ୱାରା ଆପଣ ସବୁ ବିପଦରୁ ଉଦ୍ଧାର ହୋଇପାରିବେ । ସହଦେଵ ଦେଖିଲେ ଏକ ବଡ଼ କୂପ । ସେଥିରେ ଜଳ ନାହିଁ । କିନ୍ତୁ ଏହା ଅନେକ ଗଭୀର । ଏହାର ଅର୍ଥ ଯେତେ ବେଳେ ଶ୍ରୀକୃଷ୍ଣଙ୍କୁ ପଚାରିଲେ ।

ଶ୍ରୀକୃଷ୍ଣ କହିଲେ ଲୋକ ନିଜର ଧାର୍ମିକ କାର୍ଯ୍ୟ, ଭୋଗ ବିଳାସ, ବିବାହ ପାଇଁ ଅନେକ ପଇସା ରଖିଥାଏ । ଖର୍ଚ୍ଚ ମଧ୍ୟ କରିଥାଏ । କିନ୍ତୁ ଏକ ଗରିବ ବା ଦୁଖୀକୁ ଦେବା ପାଇଁ ତାହାର ଧନ ନ ଥାଏ । ଏହି ସବୁ ବ୍ୟକ୍ତିତ୍ୱ ରୁ ଯିଏ ଦୂର ରେ ରୁହନ୍ତି ସେମାନେ କଳିଯୁଗରୁ ମୁକ୍ତି ପାଇ ଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button