ସ୍ୱାସ୍ଥ୍ୟ

କୁଣ୍ଡାଇବା ବେଳେ ମେଞ୍ଚାଏଁ ଲେଖାଏଁ ଚୁଟି ଝଡ଼ୁଛି କି! ଜାଣନ୍ତୁ, ଦିନକୁ କେତେ ଚୁଟି ଝଡ଼ିବା ନର୍ମାଲ କଥା

ସମସ୍ତେ ଚାହାନ୍ତି ସେମାନଙ୍କ ଚୁଟି ଲମ୍ବା, ମୋଟା ଓ ଗହଳିଆ ହେଉ। କିନ୍ତୁ ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌, ଖାଦ୍ୟପେୟ, ଚିନ୍ତା ଓ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଯୋଗୁ କେଶ ଝଡ଼ିବା ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖାଦେଉଛି। ବେଳେ ବେଳେ ମୁଣ୍ଡ କୁଣ୍ଡାଇବା ବେଳେ ପାନିଆଠୁ ଆରମ୍ଭ କରି ଡ୍ରେସ, ଚଟାଣ, ଖଟ ସବୁ ଆଡ଼େ ଚୁଟି ବିଛାଡ଼ି ହୋଇ ପଡ଼ିଥାଏ। ଏହା ଦେଖିଲେ ଆମେ ଭାବୁ ଯେ କେଶ ଝଡ଼ିବା ସମସ୍ୟା ବଢ଼ିଗଲାଣି ଓ ବିଭିନ୍ନ ବିୟୁଟି କେୟାର ପ୍ରଡକ୍ଟ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଦିନକୁ କେତୋଟି କେଶ ଝଡ଼ିବା ସ୍ୱାଭାବିକ। ତେବେ ଆଜି ଆସନ୍ତୁ ଜାଣିବା ଦିନକୁ କେତେ ଚୁଟି ଝଡ଼ିବା ସାଧାରଣ କଥା…

 

ହେୟାର ଏକ୍ସପର୍ଟଙ୍କ ମୁତାବକ ଦିନକୁ ୫୦ରୁ ୧୦୦ ଟି କେଶ ଝଡ଼ିବା ନର୍ମାଲ। ସାଧାରଣତଃ ଆମେ ଯେତେବେଳେ ଚୁଟି ସାମ୍ପୁ କରୁ ସେତେବେଳେ ସ୍କାଲ୍ଫ ବା ତାଳୁ ଦୁର୍ବଳ ହୋଇଯାଏ। ଫଳରେ ଚୁଟି କୁଣ୍ଡାଇଲେ ପ୍ରବଳ ଝଡ଼େ। ଏହା ବ୍ୟତୀତ ପିରିୟଡସ୍‌ ଓ ଗର୍ଭାବସ୍ଥାରେ ମଧ୍ୟ ପ୍ରବଳ ଚୁଟି ଝଡ଼େ। କିନ୍ତୁ ଯଦି ପ୍ରତିଦିନ ୧୦୦ରୁ ଅଧିକ ଚୁଟି ଝଡ଼ୁଛି ତେବେ ଡାକ୍ତରଙ୍କୁ ନିଶ୍ଚୟ ପରାମର୍ଶ କରନ୍ତୁ।

How to treat hair fall in summer with Ayurveda

କେଶ ମୂଳକୁ ମଜଭୁତ କରିବା ପାଇଁ ସପ୍ତାହରେ ଥରେ ଦୁଇ ଥର ନିଶ୍ଚୟ ତେଲ ମାଲିସ କରନ୍ତୁ। ତେଲ ଲଗାଇବା ଦ୍ୱାରା ତାଳୁ ମଜଭୁତ ହୋଇଥାଏ। ଏଥିସହ କେଶ ମଧ୍ୟ କଳା ଓ ଘନ ହୋଇଥାଏ। ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲ କିମ୍ବା ସୋରିଷ ତେଲ ଅଳ୍ପ ପରିମାଣରେ ନେଇ ଉଷୁମ କରନ୍ତୁ। ଏହାକୁ କେଶ ମୂଳରେ ହାଲ୍‌କା ଭାବେ ମସାଜ୍‌ କରନ୍ତୁ। ସକାଳେ ମୁଣ୍ଡକୁ ସଫା କରିଦିଅନ୍ତୁ। ଆପଣ ଚାହିଁଲେ ଗାଧୋଇବାର ଏକ ଘଣ୍ଟା ପୂର୍ବରୁ ମଧ୍ୟ ତେଲ ଲଗାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button