ଅପରାଧ

ଏସଏସପିଙ୍କ ଘର ସାମ୍ନାରେ ଥିବା ବିଲଡରଙ୍କ ଗାଡ଼ି କାଚ ଭାଙ୍ଗି ୪ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାରେ ଅପରାଧୀମାନେ ଚୋରି, ଲୁଟ, ଡକାୟତି ଭଳି ଅପରାଧ ଘଟାଇବି ନିର୍ଭୟରେ ବୁଲୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।  ଏମିତି କି ମଙ୍ଗଳବାର ଏସଏସପିଙ୍କ ଘର ସାମ୍ନାରେ ଛିଡ଼ା ହୋଇଥିବା ଜଣେ ବିଲଡରଙ୍କ ଗାଡ଼ିରୁ ଡାକୟତି ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ଫରିଦାବାଦରେ ରହୁଥିବା ବିଲଡର ଦୀପକ ଗୁପ୍ତାଙ୍କ ବୃନ୍ଦାବନରେ କୌଣସି ଏକ ପ୍ରକଳ୍ପର କାମ ଚାଲୁଥିଲା। ସେଠାରେ ଗୁଣ୍ଡାମାନେ ଶ୍ରମିକମାନଙ୍କୁ କାମ କରିବାକୁ ଦେଉ ନଥିଲେ। ବିଭିନ୍ନ ପ୍ରକାର ଭୟ ଦେଖାଇ ଧମକ ଦେଉଥି‌ଲେ। ଏହି ଘଟଣାକୁ କେନ୍ଦ୍ର କରି ଦୀପକ ଏସଏସପିଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥି‌ଲେ। ଏହି ସମୟରେ ଦୀପକ ଗାଡ଼ିକୁ ଏସଏସପି ଶୈଳେଶ କୁମାର ପାଣ୍ଡେଙ୍କ ଘର ବାହାରେ ଛିଡ଼ା କରିଥିଲେ।

ଗାଡ଼ି ଚାଳକ ଭୀମ ସିଂହ କାର ଭିତରେ ହିଁ ବସିଥିଲେ। ଏତିକିବେଳେ ଦୁଇ ଅଜଣା ଯୁବକ ଭୀମ ସିଂହଙ୍କୁ ବନ୍ଧୁକ ଭୟ ଦେଖାଇ କାରର ପଛ କାଚ ଭାଙ୍ଗି ନଗଦ ୪ଲକ୍ଷ ଟଙ୍କା ଓ ଜରୁରୀ କାଗଜପତ୍ର ଲୁଟି ନେଇଥିଲେ।

ଏସଏସପିଙ୍କ ଘର ସାମ୍ନାରୁ ଲୁଟ ଘଟଣା ସମ୍ପର୍କରେ ଖବର ପାଇ ଏସପି ଅରବିନ୍ଦ କୁମାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଏସଏସପିଙ୍କ ଘର ଓ ତାଙ୍କ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି। ଏହି ଲୁଟ ପରେ ସାଧାରଣଲୋକ ପ୍ରଶ୍ନ କରିଛନ୍ତି ଯଦି ଏସଏସପିଙ୍କ ଘର ସାମ୍ନା ସୁରକ୍ଷିତ ନୁହେଁ ତେବେ ସାଧାରଣ ‌ଲୋକେ କେତେ ସୁରକ୍ଷିତ? ଯାହା ଆପଣମାନେ ସ୍ପଷ୍ଟ ଭାବେ ଅନୁମାନ କରି ପାରୁଥିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button