ଖେଳ ଖବର

ଅଲଗା ହୋଇ ସାରିଥିବା ଷ୍ଟାର ଦମ୍ପତି ସାନିଆ-ଶୋଏବଙ୍କ ମଧ୍ୟରୁ କିଏ ଅଧିକ ଧନୀ? – Kalinga News

[ad_1]

ନୂଆଦିଲ୍ଲୀ: ପାକିସ୍ତାନୀ ଷ୍ଟାର କ୍ରିକେଟର ଶୋଏବ ମଲିକ ପୁଣି ବିବାହ କରିଛନ୍ତି। ଏହି କ୍ରିକେଟର ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତାଙ୍କ ଜୀବନସାଥୀ ଭାବେ ବାଛିଛନ୍ତି। ଶୋଏବଙ୍କ ଏହା ତୃତୀୟ ବିବାହ ହୋଇଥିବା ବେଳେ ବିବାହ ଖବର ସହିତ ସେ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କଠାରୁ ଅଲଗା ହେବାର ଖବରକୁ ନିଶ୍ଚିତ କରିଛନ୍ତି।

କିଛି ମାସ ହେବ ସାନିଆ ମିର୍ଜା ଏବଂ ତାଙ୍କ ସ୍ୱାମୀ ଶୋଏବ ମଲିକଙ୍କ ମଧ୍ୟରେ କିଛି ଠିକ ନଥିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। ଦୁହେଁ ଛାଡ଼ପତ୍ର ନେବେ ବୋଲି ଚର୍ଚ୍ଚା ହେଉଥିଲେ ବି ଦମ୍ପତି କୌଣସି ପ୍ରତିକ୍ରିୟା ଦେଇନଥିଲେ। ହେଲେ ଏବେ ଶୋଏବ ତୃତୀୟ ବିବାହ କରି ସବୁ ପ୍ରଶ୍ନର ଉତ୍ତର ଦେଇସାରିଛନ୍ତି। ତେବେ ଅଲଗା ହୋଇସାରିଥିବା ଏହି ଦମ୍ପତିଙ୍କ ମଧ୍ୟରୁ ସବୁଠୁ ଅଧିକ ଧନୀ କିଏ, ଆପଣ ଜାଣନ୍ତି କି?

ଜାତୀୟ ଗଣମାଧ୍ୟମ ମୁତାବକ, ସାନିଆ ଏବେ ୨୧୦କୋଟିର ମାଲିକାଣୀ ଅଟନ୍ତି। ଟେନିସ ବ୍ୟତୀତ ସାନିଆ ବିଭିନ୍ନ ବିଜ୍ଞାପନ କରି ଓ ନିବେଶ କରି ଟଙ୍କା ଆୟ କରୁଛନ୍ତି। ଯଦି ଆମେ ଶୋଏବଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ମୋଟ ୨୨୮କୋଟିର ମାଲିକ ଅଟନ୍ତି।

ତେବେ ୨୧୦କୋଟିର ମାଲିକାଣୀ ହେବା ସହ ସାନିଆଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର୍ ଓ ଘର ରହିଛି। ହାଇଦ୍ରାବାଦରେ ତାଙ୍କର ୧୩କୋଟିର ଘର ଥିବା ସହ ଦୁବାଇରେ ମଧ୍ୟ ଘର କିଣିଛନ୍ତି ସାନିଆ। ଏହା ସହ ତାଙ୍କ ପାଖରେ ରେଞ୍ଜ ରୋଭର, ମ‌ର୍ସେଡିଜ୍ ବେଞ୍ଜ, ଅଡି ଏବଂ ବିଏମଡବ୍ଲୁ ଭଳି ବିଳାସପୂର୍ଣ୍ଣ କାର୍ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button