ଖେଳ ଖବର

୧୧ ବର୍ଷର ଆଇସିସି ଟ୍ରଫି ମରୁଡ଼ି ଅନ୍ତ ଆଶା – Kalinga News

[ad_1]

ବ୍ରିଜଟାଉନ୍‌: ବିଶ୍ବ କ୍ରିକେଟ୍‌ର ଦୁଇ ମହାଶକ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଶନିବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ ଖେଳିବେ। ବିଶ୍ବକପ୍‌ର ସବୁଠୁ ଅଧିକ ଦାବିଦାର ଭାରତକୁ କୁହାଯାଉଥିଲା ବେଳେ ଆରମ୍ଭରୁ ଏହି ଦଳ ପ୍ରାଧାନ୍ୟ ବିସ୍ତାର କରିବା ସହିତ ଏଯାଏଁ ଅପରାଜେୟ ରହିଛି। ଏପରିକି ଗତବର୍ଷ ଦିନିକିଆ ବିଶ୍ବକପ୍‌ ଭଳି ଅବିକଳ ପ୍ରଦର୍ଶନ ଭାରତୀୟ ଦଳ ଏଥର ଟ୍ବେଣ୍ଟି-୨୦ରେ ଦେଇଛି। କିନ୍ତୁ ଟ୍ରଫି ଆଗରେ ଏଥର ଅଷ୍ଟ୍ରେଲିଆ ପ୍ରତିବନ୍ଧକ ଭାବେ ପ୍ରତୀୟମାନ ନାହିଁ। ତଥାପି ପ୍ରଥମ ଥର ଫାଇନାଲ୍‌ ଆସିଥିବା ଦକ୍ଷିଣ ଆଫ୍ରିକା ଏଭଳି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବାକୁ ଚାହିବନି। ଏଭଳିସ୍ଥିତିରେ ଭାରତ ଯେଉଁଭଳି ଭାବେ ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ପୂର୍ବ ବିଜେତାଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଛି, ଏହା ମଧ୍ୟ ଭାରତ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଯାଇଛି। ୧୧ ବର୍ଷର ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବାକୁ ରୋହିତ ଶର୍ମା ଲକ୍ଷ୍ୟ ରଖିଛନ୍ତି।

ବିରାଟ କୋହଲିଙ୍କ ବ୍ୟାଟ୍‌ ଶାନ୍ତ ପଡ଼ିଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମାଙ୍କ ପୂର୍ଣ୍ଣ ସମର୍ଥନ ତାଙ୍କ ପ୍ରତି ରହିଛି। ତେଣୁ ଫାଇନାଲ୍‌‌ ମ୍ୟାଚ୍‌ରେ ମଧ୍ୟ କୋହଲି ପାଳି ଆରମ୍ଭ କରିବା ସମ୍ଭାବନା ରହୁଛି। କିନ୍ତୁ ମଧ୍ୟକ୍ରମରେ ଶିବମ ଦୁବେଙ୍କ ପ୍ରଦର୍ଶନ ପ୍ରଶଂସକଙ୍କୁ ଅଧିକ ନିରାଶ କରୁଛି। ଅଲ୍‌ରାଉଣ୍ଡର ଭାବେ ସେ ଦଳରେ ସାମିଲ ହୋଇଛନ୍ତି। କିନ୍ତୁ ବୋଲିଂ ପାଉ ନାହାନ୍ତି। ବ୍ୟାଟିଂରେ ଅଧିକ ରନ୍‌ ବାହାର କରିପାରୁ ନାହାନ୍ତି। ଏପରିସ୍ଥଳେ ତାଙ୍କୁ ବିଶ୍ରାମ ଦିଆଯାଇ ସଂଜୁ ସାମସନ୍‌ଙ୍କୁ ସାମିଲ କରିବାକୁ ଆଗରୁ ଦାବି କରାଯାଇ ଆସୁଛି। କିନ୍ତୁ ଦଳଗତ ପ୍ରଦର୍ଶନ ଭିତ୍ତିରେ ଭାରତ ବିଜୟ ଧାରା ଜାରି ରଖିଥିବାରୁ ତାଙ୍କୁ ବଦଳାଇବାକୁ ଅଧିନାୟକ ଚାହୁନାହାନ୍ତି।

ଦକ୍ଷିଣ ଆଫ୍ରିକା ମଧ୍ୟ ତାହାର ଆକ୍ରମଣାତ୍ମକ ପ୍ରାରମ୍ଭିକ ବ୍ୟାଟର୍‌ଙ୍କ କାନ୍ଧରେ ସବୁ‌ବେଳେ ନିର୍ଭର କରୁଛି। କ୍ବିଣ୍ଟନ ଡି’କକ୍‌ ଓ ରିଜା‌ ହେଣ୍ଡ୍ରିକ୍ସ ପ୍ରଥମରୁ ଦୃଢ଼ ମୂଳଦୁଆ ପକାଇଲେ ଐଦେନ ମାରକ୍ରମଙ୍କୁ ହାତଖୋଲା ସଟ୍‌ ଖେଳିବାକୁ କିଛି ଅସୁବିଧା ରହିବନି। ସେହିପରି ବୋଲିଂ ବିଭାଗରେ ତାବ୍ରୈଜ ସାମ୍‌ସି ଓ କେଶବ ମହାରାଜ ଭାରତୀୟ ବ୍ୟାଟିଂକ୍ରମକୁ ଚ୍ୟାଲେଞ୍ଜ କରିପାରିବେ। ମୋଟାମୋଟି ଭାବେ କହିବାକୁ ଗଲେ ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଓ ଦକ୍ଷିଣ ଆଫ୍ରିକାର ବୋଲିଂ ମଧ୍ୟରେ ଲଢ଼େଇ ହେବ। କେନସିଙ୍ଗଟନ୍‌ ଓଭାଲ୍‌ରେ ସାମାନ୍ୟ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି। କିନ୍ତୁ ତାହା ମ୍ୟାଚ୍‌ର ଆୟୋଜନ ଉପରେ ବିଶେଷ କିଛି ପ୍ରଭାବ ପକାଇବନି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ୟାଦବ, ଅର୍ଶଦୀପ ସିଂହ, ଯଶପ୍ରୀତ୍‌ ବୁମ୍‌ରା।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: କ୍ବିଣ୍ଟନ ଡି’କକ୍‌, ରିଜା ହେଣ୍ଡ୍ରିକ୍ସ, ଐଦେନ ମାରକ୍ରମ, ତ୍ରିଷ୍ଟନ୍‌ ଷ୍ଟବ୍ସ, ହେନରିକ୍‌ କ୍ଲାସେଁ, ଡେଭିଡ୍‌ ମିଲର, ମାର୍କୋ ୟାନସେନ୍‌, କେଶବ ମହାରାଜ, କାଗିସୋ ରବାଡ଼ା, ଆନରିକ ନର୍ଖିୟା, ତାବ୍ରୈଜ ସାମ୍‌ସି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button