ଆଇପିଏଲ: ଫିକା ପଡିଲା ରୋହିତଙ୍କ ଶତକ, ମୁମ୍ବାଇକୁ ୨୦ ରନ୍ରେ ପରାସ୍ତ କଲା ଚେନ୍ନାଇ – Kalinga News
[ad_1]
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୯ତମ ମ୍ୟାଚରେ ମୁମ୍ବାଇକୁ ୨୦ ରନ୍ରେ ପରାସ୍ତ କରିଛି ଚେନ୍ନାଇ । ମୁମ୍ବାଇ ଦ୍ବିତୀୟ ପାଳିରେ ୨୦୭ ରନ୍ର ବିଜୟ ଲକ୍ଷ୍ୟକୁ ପିଛାକରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୬ ରନ୍ କରି ପରାସ୍ତ ହୋଇଛି । ମୁମ୍ବାଇ ପକ୍ଷରୁ ପ୍ରଥମରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିଥିଲା । ରୋହିତ ଦମ୍ଦାର ୧୦୫ ରନ୍ କରିଥିବା ବେଳେ ଇଶାନ୍ କିଶାନ୍ ୨୩ ରନ୍ ଓ ତିଲକ୍ ବର୍ମା ୩୧ ରନ୍ କରିଥିଲେ । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ୦ ରନ୍ ରେ ଆଉଟ୍ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ୍ କରିବାରେ ସକ୍ଷ୍ୟମ ହୋଇଥିଲେ ଯାହା ମୁମ୍ବାଇ ପରାଜୟର ମୁଖ୍ୟ କାରଣ ଥିଲା । କିନ୍ତୁ ଚେନ୍ନାଇ ପକ୍ଷରୁ ଭଲ ବୋଲିଂ ଦେଖିବାକୁ ମିଳିଥିଲା ପାଥିରାନା ୪ଟି ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ, ମୁସ୍ତାଫିଜୁର ରହମାନ ୧-୧ ୱିକେଟ ନେଇ ଚେନ୍ନାଇକୁ ୪ର୍ଥ ବିଜୟ ଦେଇଥିଲେ । ଏହି ବିଜୟ ସହ ଚେନ୍ନାଇ ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୩ୟରେ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ପାଳିରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୬ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ଋତୁରାଜ ଗାଇକ୍ବାଡ୍ ୬୯ ରନ କରିଥିବାବେଳେ ଶିବମ ଦୁବେ ୬୬ ରନ କରିଥିଲେ । ସେହିପରି ରାଚିନ ରବୀନ୍ଦ୍ର ୨୧ ଓ ଡାରିଲ୍ ମିଚେଲ ୧୭ରନ କରିଥିଲେ । ତେବେ ମ୍ୟାଚର ଶେଷ ଓଭରରେ ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟାଟିଂର ଝଲକ ଦେଖିବାକୁ ମିଳିଥିଲା । ନିଜର ଆଇପିଏଲ କ୍ୟାରିୟରର ୨୫୦ତମ ମ୍ୟାଚ ଖେଳୁଥିବା ଧୋନି ଶେଷ ଓଭରର ୩ୟ,୪ର୍ଥ ଓ ୫ମ ବଲରେ ଲଗାତାର ଛକା ମାରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ । ସେ ଅପରାଜିତ ୨୦ ରନ କରିଥିଲେ ।
[ad_2]