ଖେଳ ଖବର

ହାର୍ଦିକ ୧ନଂ ଟ୍ବେଣ୍ଟି-୨୦ ଅଲ୍‌ରାଉଣ୍ଡର୍‌: ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ – Kalinga News

[ad_1]

ନୂଆଦିଲ୍ଲୀ: ବିଶ୍ବକପ୍‌ରେ ଦମ୍‌ଦାର ପ୍ରଦର୍ଶନ ଦେଇଥିବା ହାର୍ଦିକ ପାଣ୍ଡ୍ୟା ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ଅଲ୍‌ରାଉଣ୍ଡର୍‌ ମାନ୍ୟତାରେ ବଡ଼ ଧରଣର ଉନ୍ନତି କରିଛନ୍ତି। ଦୁଇଟି ସ୍ଥାନ ଉପରକୁ ଉଠି ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗାଙ୍କ ସହିତ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଏଥିସହ ଅଲ୍‌ରାଉଣ୍ଡର ମାନ୍ୟତାର ଶୀର୍ଷକୁ ଯିବାରେ ସେ ପ୍ରଥମ ଭାରତୀୟ ହେବାର କୀର୍ତ୍ତିମାନ କରିଛନ୍ତି। ଉଭୟ ବ୍ୟାଟ୍‌ ଓ ବଲ୍‌ରେ ସେ ତାଙ୍କର ଯାଦୁ ଦେଖାଇବା ସହ ଭାରତୀୟ ଦଳକୁ ବିଜେତା କରାଇବାରେ ବଡ଼ ଭୂମିକା ତୁଲାଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍‌ର ଶେଷ ଓଭରରେ ହାର୍ଦିକ ଲକ୍ଷ୍ୟଭେଦୀ ବୋଲିଂ କରି ଭାରତକୁ ଦ୍ବିତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଟ୍ରଫି ଜିତାଇଥିଲେ।

ବିଶ୍ବକପ୍‌ରେ ସେ ୮ ମ୍ୟାଚ୍‌ ଖେଳିଥିଲା ବେଳେ ୬ ପାଳିରେ ବ୍ୟାଟିଂ ପାଇଥିଲେ। ସେଥିରୁ ସେ ୧୫୧.୫୭ ହାରରେ ୧୪୪ ରନ୍‌ ସ୍କୋର କରିଥିଲେ। ଯାହାମଧ୍ୟରେ ଗୋଟିଏ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏହାବାଦ୍‌ ବୋଲିଂରେ ସେ ୭.୬୪ ଇକୋନୋମିରେ ୧୧ ୱିକେଟ୍‌ ନେଇଥିଲେ। ଅନ୍ୟପକ୍ଷରେ ବୋଲରଙ୍କ ମଧ୍ୟରେ ଯଶପ୍ରୀତ୍‌ ବୁମ୍‌ରା ୧୨ଟି ସ୍ଥାନ ଉପରକୁ ଉଠି ଦ୍ବାଦଶରେ ପହଞ୍ଚିଛନ୍ତି। ୨୦୨୦ ମସିହା ପରେ ଏହା ତାଙ୍କର ସର୍ବୋଚ୍ଚ ମାନ୍ୟତା। ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଆନରିକ ନର୍ଖିୟା କ୍ୟାରିୟରର ଶ୍ରେଷ୍ଠ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button