ବିହାରର ସୁଶାନ୍ତ ସିଂହ ରାଜପୁତ କରାଯିବା ଘଟଣାକୁ ନେଇ ଭୋଜପୁରୀ ଅଭିନେତାଙ୍କ ପ୍ରତିକ୍ରିୟା – Kalinga News

[ad_1]
ନୂଆଦିଲ୍ଲୀ: ଭୋଜପୁରୀ ସିନେମାଜଗତର ଷ୍ଟାର ଖେସାରି ଲାଲ ଯାଦବଙ୍କ ଅନେକ ଫ୍ୟାନଫଲୋଇଂ ଅଛନ୍ତି। ଆଜି ପର୍ଯ୍ୟନ୍ତ ଖେସାରି ଯାହା ବି ସଫଳତା ପାଇଛନ୍ତି ସେଥିପାଇଁ ତାଙ୍କୁ ଖୁବ ପରିଶ୍ରମ କରିବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
କିଛିବର୍ଷ ପୂର୍ବେ ସେ ଏତେ ବିଚଳିତ ହୋଇପଡ଼ିଥିଲେ କି ତାଙ୍କର ତୁଳନା ସେ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହିତ କରିଥିଲେ। ସେ ସମୟରେ ଖେସାରି କହିଥିଲେ, ‘ମୋତେ ବିହାରର ସୁଶାନ୍ତ ସିଂହ ରାଜପୁତ କରାଯାଉଛି।’ ନିକଟରେ ଏକ ସାକ୍ଷାତକାରରେ ଖେସାରି ଏ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି।
ଭୋଜପୁରୀ ଅଭିନେତା ଖେସାରି ଲାଲ ଯାଦବ ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। ଏହି ସାକ୍ଷାତକାରେ ଖେସାରିଙ୍କୁ ପଚରାଯାଇଥିଲା, ଏକଦା ତୁମେ କହିଥିଲି ତୁମକୁ ବିହାରର ସୁଶାନ୍ତ ସିଂହ ରାଜପୁତ କରାଯାଉଛି। ଏପରି କାହିଁକି କହିଥିଲ?
ଏହାର ଉତ୍ତର ଦେଇ ଖେସାରି କହିଛନ୍ତି, ‘ତାହା ମୋ ପିଲାଳିଆମୀ ଥିଲା। ସେ ସମୟରେ ମୋ ସହିତ ବହୁତ କିଛି ଘଟଣା ଘଟିଥିଲା। ମୋତେ କେଉଁ କ୍ଷେତ୍ରରୁ କିଛି ବି ସମର୍ଥନ ମିଳୁ ନଥିଲା। ହାଜିପୁର ଠାରୁ ଅଳ୍ପ ଦୂରରେ ମୋ ସୋ’ ଥିଲା। ସେଠାରେ ମୋ ଉପରେ ପଥରମାଡ଼ କରାଯାଇଥିଲା। କିଛି ରାଜନୀତି କାରଣ ଥିଲା ଯେଉଁଥିପାଇଁ ମୋତେ ମାରି ଦେବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ମୁଁ ସେ ଆକ୍ରମଣରୁ ନିଜକୁ ବଞ୍ଚାଇ ପାରିଛି। ତେବେ ଏହି ଆକ୍ରମଣ କିଏ କରିଥିଲା ତାହାର ସୂଚନା ମୁଁ ଆଜି ପର୍ଯ୍ୟନ୍ତ ପାଇ ପାରିନାହିଁ। କି ଅଭିଯୋଗ ବି କରିନାହିଁ। କାରଣ ମୋ ପାଖରେ କୌଣସି ପ୍ରମାଣ ନାହିଁ।’
[ad_2]




