ମନୋରଞ୍ଜନ

ସ୍ବାମୀ ରଣବୀରଙ୍କ ସହ ନିଜ ଫିଲ୍ମ ‘କଲ୍‌କି’ ଦେଖିବାକୁ ଗଲେ ମାଆ ବନିବାକୁ ଥିବା ଦୀପିକା – Kalinga News

[ad_1]

ନୂଆଦିଲ୍ଲୀ: ଗର୍ଭବତୀ ଦୀପିକା ପାଦୁକୋନ ଏବଂ ତାଙ୍କ ଅଭିନେତା-ସ୍ୱାମୀ ରଣବୀର ସିଂଙ୍କୁ ଜୁଲାଇ ୨ ତାରିଖରେ ମୁମ୍ବାଇର ଏକ ଥିଏଟରରେ ଦେଖିବାକୁ ମିଳିଛି। ଯେଉଁଠାରେ ସେମାନେ ନିକଟରେ ମୁକ୍ତିଲାଭ କରିଥିବା ଦୀପିକାଙ୍କ ଚଳଚ୍ଚିତ୍ର ‘କଲକି ୨୮୯୮ଏଡି’ ଦେଖିଥିଲେ।

ଫିଲ୍ମ ଦେଖିବା ପରେ ଦମ୍ପତି ହାତରେ ହାତ ରଖି ବାହାରକୁ ଆସିବା ସହ ଏବଂ ଥିଏଟର ବାହାରେ ଉପସ୍ଥିତ ପାପାରାଜିଙ୍କୁ ଅଭିବାଦନ ଜଣାଇଥିଲେ। ମାଆ ବନିବାକୁ ଥିବା ଦୀପିକା ପାଦୁକୋନ୍ ତାଙ୍କ ଥିଏଟରକଚ ଏକ ଓସାରିଆ ଧଳା ଟି-ସାର୍ଟ, ଏକ ଡେନିମ୍ କ୍ୟାପ୍ରି ଏବଂ ବ୍ଲେଜର ପିନ୍ଧିଥିଲେ। ସେ ଚଷମା ମଧ୍ୟ ପିନ୍ଧିଥିଲେ। ଯାହା ଆମକୁ ‘ୟେ ଜବାନୀ ହେ ଦିୱାନୀ’ ଲୁକ୍‌କୁ ମନେ ପକାଇ ଦେଇଛି।

ସେହିପରି ବାପା ମନିବାକୁ ଯାଉଥିବା ରଣଭୀର ସିଂ ସଂପୂର୍ଣ୍ଣ କଳା ରଂଗର ପୋଷାକରେ ନଜର ଆସିଥିଲେ। ଯାହାକି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରଣବୀର କଳା ରଂଗର ସାର୍ଟ, ପ୍ୟାଙ୍କ୍‌ ସହିତ କଳା ରଂଗର ଏକ ଜ୍ୟାକେଟ୍‌ ପିନ୍ଧିଥିଲେ। ରଣବୀରଙ୍କ ଦାଢ଼ି ସଭିଙ୍କ ଦୃଷ୍ଟି ଆକର୍ଷଣର କାରଣ ବନିଥିଲା।

ରଣବୀର ସିଂଙ୍କ ମା ଅଞ୍ଜୁ ଭବନାନି ଏବଂ ଭଉଣୀ ରିତିକା ଭବନାନି ମଧ୍ୟ ସେମାନଙ୍କ ସହ ମୁମ୍ବାଇର ଥିଏଟରକୁ ଯାଇଥିଲେ। ‘କଲ୍‌କି ୨୮୯୮ ଏଡି’ର ସୋ ଶେଷ ହେବା ପରେ ଅଞ୍ଜୁ ଏବଂ ରିତିକା ସ୍ଥାନ ଛାଡ଼ି ଚାଲି ଯାଇଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button