ମହିଳା ବ୍ଲଗର୍: ଲୋକଙ୍କ ସହ ସବୁବେଳେ – Kalinga News

[ad_1]
ଲୋଭିନା ନାୟକ, ଓଡ଼ିଶାର ପ୍ରଥମ ବ୍ଲଗର୍
ସୋସିଆଲ ମିଡିଆରେ ନିଜର ମଜାମସ୍ତି ପାଇଁ ଥରେ ଭିଡିଓ ଛାଡ଼ିଥିଲେ ଲୋଭିନା। ହେଲେ ତାଙ୍କର ସେହି ଭିଡିଓ ଏତେ ପ୍ରଶଂସା ସାଉଁଟିଲା ଯେ, ସେ ପାଲଟିଗଲେ ଫ୍ୟାସନ୍ ଆଇକନ୍ ବ୍ଲଗର୍। ଓଡ଼ିଶାର ପ୍ରଥମ ମହିଳା ବ୍ଲଗର୍ ଭାବେ ସୁନାମ ପାଇଥିବା ଲୋଭିନା ନାୟକଙ୍କ ଏବେ ୧.୨୫ଲକ୍ଷ ଅନୁଗାମୀ ଅଛନ୍ତି। ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଖୋଲିବା ପରେ ପୁନେ, ବମ୍ବେ, ଦିଲ୍ଲୀ, ବାଙ୍ଗାଲୋରର ବ୍ଲଗର୍ସମାନଙ୍କୁ ଦେଖି ସେମାନଙ୍କଠାରୁ ବ୍ଲଗ୍ ପୋଷ୍ଟ ବିଷୟରେ ଜାଣିଲେ। ଆଗରୁ ଓଡ଼ିଶାରେ କେହି ଏମିତି କରୁନଥିବା ଜାଣିବାକୁ ପାଇଲାରୁ ସେ ଏ ଦିଗରେ ମନ ବଳାଇଲେ ଏବଂ ବ୍ଲଗ୍ ପୋଷ୍ଟ କରି ସଫଳ ମଧ୍ୟ ହେଲେ। ବର୍ତ୍ତମାନ ଫ୍ୟାସନ୍, ବିଭିନ୍ନ ପ୍ରକାରର ଖାଦ୍ୟ, ସ୍ବାସ୍ଥ୍ୟ, ମେକ୍ଅପ୍ ବିଷୟରେ ବ୍ଲଗ୍ କରି ବେଶ୍ ଚର୍ଚ୍ଚାରେ ରହିଛନ୍ତି ଲୋଭିନା।
ଆଶନା ଶ୍ରଫ୍ ଫ୍ୟାଶନ୍ ବ୍ଲଗର୍
ଆଶନା ଶ୍ରଫ୍ ମୁମ୍ବାଇର ଜଣେ ଫ୍ୟାସନ୍ ଓ ଲାଇଫଷ୍ଟାଇଲ୍ ବ୍ଲଗର୍ ଅଟନ୍ତି। ତାଙ୍କର ଇନଷ୍ଟାଗ୍ରାମ୍ରେ ଏକ ମିଲିଅନ୍ରୁ ଅଧିକ ଫଲୋଅର ଅଛନ୍ତି। ଜବରଦସ୍ତ ଷ୍ଟାଇଲ୍, ଗ୍ଲାମର୍ ଲୁକ୍ ସହିତ ବିଭିନ୍ନ ବ୍ରାଣ୍ଡ୍କୁ ଖୁବ୍ ଚମତ୍କାର ଭାବେ ପ୍ରଦର୍ଶିତ କରନ୍ତି ଆଶନା। ଫ୍ୟାସନ ଓ ବିୟୁଟି ବିଷୟବସ୍ତୁକୁ ନେଇ ବିଭିନ୍ନ ଶୈଳୀରେ ନିଜକୁ ଉପସ୍ଥାପନା କରିଥାନ୍ତି। ସେ ନିଜର ଦିନଚର୍ଯ୍ୟା ଏବଂ ବ୍ୟକ୍ତିଗତ ଅନୁଭୂତିକୁ ମଧ୍ୟ ନିଜ ଫଲୋଅରଙ୍କ ସହିତ ବାଣ୍ଟିଥାନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ୍ରେ ପାଷ୍ଟେଲ୍ କଲର୍, ଫ୍ଲୋରାଲ୍ ପ୍ରିଣ୍ଟ୍, ସୂକ୍ଷ୍ମ ଅଳଙ୍କାର ଡିଜାଇନ୍କୁ ପ୍ରଦର୍ଶନ କରିଥିଲେ। ଆଶନା ନିକଟରେ ନିଜର ଜୁଏଲାରୀ ଲାଇନ ‘ଆଶନା ଶ୍ରଫ୍ ଜେଡ୍ ପିପା ବେଲା’ ଲଞ୍ଚ କରିଛନ୍ତି। ଏବେ ସୁଦ୍ଧା ସେ ୬୧୦୨ଟି ପୋଷ୍ଟ କରିସାରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଅନୁଷ୍କା ସେନ୍, ଟ୍ରାଭେଲ୍ ବ୍ଲଗର୍
ଅନୁଷ୍କା ସେନ୍ ଜଣେ ଲୋକପ୍ରିୟ ଶିଶୁ ଅଭିନେତ୍ରୀ ରହିସାରିଛନ୍ତି। ତାଙ୍କ ୟୁଟ୍ୟୁବ୍ ଟ୍ରାଭେଲ୍ ଚ୍ୟାନେଲକୁ ୨.୭୯ ମିଲିଅନ୍ ଗ୍ରାହକ ଫଲୋ କରୁଛନ୍ତି। ଏହି ଚ୍ୟାନେଲ୍ରେ ସେ ନିଜର ଓ ନିଜ ପାରିବାରିକ ଯାତ୍ରାକୁ ଏକ ଭିନ୍ନ ଶୈଳୀରେ ପ୍ରଦର୍ଶିତ କରନ୍ତି। ସେ ବୁଲିଥିବା ଏସିଆ, ୟୁରୋପ, ଆମେରିକା ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ଗନ୍ତବ୍ୟସ୍ଥଳୀର ଭିଡିଓକୁ ସେୟାର୍ କରନ୍ତି। ସେ ୧୪ ମାର୍ଚ୍ଚ ୨୦୧୭ରେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ଜଣେ ମହିଳା କିପରି ଏକଲା ନିରାପଦ ଭାବେ ଯାତ୍ରା କରିପାରିବେ ସେ ନେଇ କିଛି ଟିପ୍ସ୍ ଦେବା ସହିତ ଆଞ୍ଚଳିକ ଭାଷା, ଖାଦ୍ୟ ଓ ଚାଲିଚଳଣିକୁ ମଧ୍ୟ ଦେଖାନ୍ତି। ତାଙ୍କର ଏହି ବ୍ଲଗ୍ ଯୁବପିଢ଼ିଙ୍କୁ ପ୍ରେରଣା ମଧ୍ୟ ଦେଉଛି।
ସରୋଜିନୀ ରଥ, ପ୍ରେରଣାଦାୟୀ ବକ୍ତା
ଜଗତସିଂହପୁରର ସରୋଜିନୀ ରଥ ନିଜର ବ୍ୟକ୍ତିଗତ, ବୃତ୍ତିଗତ ତଥା ସାମାଜିକ ଜୀବନକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିବାରେ ସିଦ୍ଧହସ୍ତା। ଜଣେ ଶିକ୍ଷୟିତ୍ରୀ ସହ ବ୍ଲଗର୍ ଭାବେ ପରିଚିତି ପାଇଛନ୍ତି ସରୋଜିନୀ। ବୈବାହିକ ଜୀବନରେ କେବେ ଝଗଡ଼ା କିମ୍ବା ଝଡ଼ଝଞ୍ଜା ଆସିନଥିବା ସରୋଜିନୀଙ୍କ ଜୀବନରେ ଗୋଟିଏ ବାଇକ୍ ଦୁର୍ଘଟଣା ହିଁ ସବୁକିଛି ଓଲଟପାଲଟ କରିଦେଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସେ ଓ ତାଙ୍କ ସ୍ବାମୀ ଜୀବନ ଓ ମୃତ୍ୟୁ ସହିତ ବହୁଦିନ ଧରି ସଂଘର୍ଷ କରିଥିଲେ। ଶେଷରେ ମୃତ୍ୟୁ ଫାନ୍ଦରୁ ମୁକୁଳିଗଲେ ସରୋଜିନୀ ଦମ୍ପତି। ହେଲେ ଏକ ବଡ଼ କ୍ଷତି ସ୍ବରୂପ ତାଙ୍କ ସ୍ବାମୀ ସ୍ମରଣଶକ୍ତି ହରାଇଲେ। ତେବେ ଜୀବନରେ ଭେଟିଥିବା ଝଡ଼ଝଞ୍ଜାକୁ ଏକାକୀ ଲଢ଼ିଥିବା ସରୋଜିନୀ ଏବେ ପାଲଟିଛନ୍ତି ପ୍ରେରଣାଦାୟୀ ବକ୍ତା। ସୋସିଆଲ ମିଡିଆରେ ତାଙ୍କର ୧.୪୫ଲକ୍ଷ ଅନୁଗାମୀ ଓ ପ୍ରଶଂସକ ଅଛନ୍ତି।
[ad_2]