ବିବାହ ପାଇଁ ମନା କରିବାରୁ ପ୍ରେମିକର ଯୌନାଙ୍ଗ କାଟିଦେଲା ପ୍ରେମିକା – Kalinga News

[ad_1]
ପାଟନା: ବିହାରର ଶାରଣ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ନର୍ସିଂହୋମ୍ ଚଳାଉଥିବା ଜଣେ ମହିଳା ତାଙ୍କ ପ୍ରେମିକର ଯୌନାଙ୍ଗ କାଟି ଶୌଚାଳୟରେ ଫିଙ୍ଗି ଦେବା ଘଟଣାରେ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ଅଭିଳାଷା ନାମକ ଏହି ମହିଳା ମାଧୌରାରେ ଏକ ନର୍ସିଂହୋମ୍ ଚଳାଉଥିଲେ ଏବଂ ସେହି କେନ୍ଦ୍ରର ୱାର୍ଡ କାଉନସିଲର ବେଦପ୍ରକାଶଙ୍କ ସହ ଗତ କିଛିବର୍ଷ ହେବ ପ୍ରେମ ସମ୍ପର୍କ ରଖିଥିଲେ। ଅଭିଲାଷା କହିଛନ୍ତି ଯେ ଉଭୟ ଶାରୀରିକ ସମ୍ପର୍କ ବି ରଖିଥିଲେ ଏବଂ ସେ ଗର୍ଭବତୀ ହୋଇଥିଲେ। ବିବାହ ନାଁରେ ବେଦପ୍ରକାଶ ତାଙ୍କୁ ପ୍ରତାରଣା କରିଥିବା ସେ ଅଭିଯୋଗ କରିଛନ୍ତି।
ବେଦପ୍ରକାଶ ତାଙ୍କୁ କୋର୍ଟ ମ୍ୟାରେଜ୍ କରିବାକୁ କହିଥିଲେ। ପରେ ସେ ବିବାହ କରିବାକୁ ମନା କରିବାରୁ ମହିଳା ଜଣକ ଛୁରୀରେ ଯୁବକଙ୍କ ଯୌନାଙ୍ଗକୁ କାଟି ଶୌଚାଳୟରେ ଫିଙ୍ଗି ଦେଇଥିଲେ। ଏହାପରେ ପୁଲିସ ମହିଳାଙ୍କୁ ଗିରଫ କରିବା ସହ ଉକ୍ତ ଛୁରୀକୁ ଜବତ କରିଛି। ଗୁରୁତର ଅବସ୍ଥାରେ ବେଦପ୍ରକାଶ ଏବେ ପାଟନା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
[ad_2]