ଟ୍ରାଫିକ୍ କନେଷ୍ଟବଳଙ୍କୁ ଗାଡ଼ି ଚଢ଼ାଇଦେବା ମାମଲା: ବନ୍ଧାହେଲା ଟ୍ରକ୍ ଡ୍ରାଇଭର – Kalinga News
[ad_1]
ଭୁବନେଶ୍ବର: ଟ୍ରାଫିକ୍ କନେଷ୍ଟବଳ ମଧୁସୂଦନ କିର୍ସାନୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ଟ୍ରକ୍ ଚାଳକ ଧରାପଡ଼ିଛି। ଅଭିଯୁକ୍ତ ପ୍ରସନ୍ନ ନାଏକକୁ ନୂଆପଲ୍ଲୀ ଥାନା ପୁଲିସ ରସୁଲଗଡ଼ରୁ ଗିରଫ କରିବା ସହ ଟ୍ରକ୍କୁ ବାଙ୍କୀ ଗୋପାଳପୁରରୁ ଜବତ କରିଛି। ଦଫା ୩୦୪ (ଏ) ଓ ୨୭୯ ରେ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତ ପ୍ରସନ୍ନକୁ କୋର୍ଟ ଚାଲାଣ କରାଯାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ଟ୍ରକ୍କୁ ଚିହ୍ନଟ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନାନୁସାରେ, ଗତ ୨୯ ତାରିଖ ଦିନ ଜୟଦେବବିହାର ଓଭରବ୍ରିଜ୍ରେ ଏହି ଦୁର୍ଘଟଣା ଘଟିଥିଲା। ଅଜଣା ଗାଡ଼ିଟି ଖୋର୍ଦ୍ଧା ଦିଗରେ ଯାଉଥିବାରୁ ପୁଲିସ ବରମୁଣ୍ଡା ଓ ଖଣ୍ଡଗିରି ମଧ୍ୟରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଗୁରୁତ୍ବର ସହ ଯାଞ୍ଚ କରିଥିଲା। ଦୁର୍ଘଟଣାର ସମୟକୁ ନେଇ ଗୋଟିଏ ଟ୍ରକ୍ ପୁଲିସର ନଜରକୁ ଆସିଥିଲା। ମାତ୍ର ନମ୍ବର ପ୍ଲେଟ୍ ଝାପ୍ସା ଦେଖାଯାଉଥିବାରୁ ଗାଡ଼ିକୁ ଚିହ୍ନଟ କରିବା ବଡ଼ କଷ୍ଟକର ଥିଲା। କିନ୍ତୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ବଳରେ ଝାପ୍ସା ଦେଖାଯାଉଥିବା ନମ୍ବର ପ୍ଲେଟ୍କୁ ସ୍ପଷ୍ଟ କରାଯାଇଥିଲା। ଫଳରେ ଗାଡ଼ିର ମାଲିକଙ୍କୁ ଠାବ କରିବା ସହଜ ହୋଇଥିଲା ଏବଂ ପରେପରେ ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି।
[ad_2]