ଅପରାଧ

ପାର୍ସଲ୍‌ ବୋମା ବିସ୍ଫୋରଣ ବାପା-ଝିଅ ମୃତ – Kalinga News

[ad_1]

ଗାନ୍ଧୀନଗର: ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୋମା ବିସ୍ଫୋରଣ ଧମକ ମିଳିବା ଘଟଣାର କାରଣ ପୁଲିସ ଜାଣି ପାରିନଥିବା ବେଳେ ଆଜି ଗୁଜରାଟର ସବରକନ୍ଥ ଜିଲ୍ଲାରେ ଏକ ପାର୍ସଲ୍‌ ବୋମା ବିସ୍ଫୋରଣରେ ବାପା-ଝିଅଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଭଦାଲି ପୁଲିସ ଥାନାର ଏସ୍‌ଆଇ ଜିତେନ୍ଦ୍ର ରାବରୀଙ୍କ କହିବାନୁସାରେ, ଏହି ଘଟଣା ବେଦ ଗାଁରେ ଘଟିଛି। ଏକ ଅଜଣା ବ୍ୟକ୍ତି ଅଟୋରିକ୍ସାରେ ଆସିଥିଲା। ଜିତୁ ବନ୍‌ଜାରା (୩୩)ଙ୍କୁ ଏକ ପାର୍ସଲ ଦେଇଥିଲା। ପାର୍ସଲ ‌ଖୋଲିବା ବେଳେ ନିକଟରେ ତାଙ୍କର ତିନି ଝିଅ ଥିଲେ। ପାର୍ସଲ୍‌ଟି ଖୋଲିବା କ୍ଷଣି ବ‌ିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ଜିତୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହିମନ୍ତନଗର ସିଭିଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜିତଙ୍କୁ ୧୧ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଝିଅ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ‌ ହେଉଛନ୍ତି। ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button