ଅପରାଧ

ମଝି ସମୁଦ୍ରରେ ଆକ୍ରମଣ ଉଦ୍ୟମ: ବନ୍ଧୁକ ଦେଖାଇ ବନବିଭାଗ ଟିମ୍‌କୁ ଘେରିଲେ ଟ୍ରଲର୍‌ ମାଫିଆ – Kalinga News

[ad_1]

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍‌ରିଡଲେଙ୍କୁ ସୁରକ୍ଷା ଦେବାଲାଗି ପଇଁତରା ମାରୁଥିବା ପାଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ଗତ ଦେଢ଼ମାସରେ ଏହା ହେଉଛି ତୃତୀୟ ଘଟଣା। ଆଜି ଟ୍ରଲର୍‌ ମାଫିଆମାନେ ବନ୍ଧୁକ ଦେଖାଇ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟ ପାଟ୍ରୋଲିଂ ଟିମ୍‌ ସେଠାରେ ପହଞ୍ଚି ଯିବାରୁ ବନ କର୍ମଚାରୀମାନେ ବର୍ତ୍ତି ଯାଇଛନ୍ତି।

ଆଜି ଦିନ ପ୍ରାୟ ୧୨ଟା ସମୟରେ ଫରେଷ୍ଟର ମଦନ ହାଁସଦାଙ୍କ ନେତୃତ୍ବରେ ‘ବଜରଙ୍ଗବାଲୀ’ ଟ୍ରଲରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଗହୀମଥାରେ ପାଟ୍ରୋଲିଂ କରୁଥିଲା। ଅଭୟାରଣ୍ୟ କୂଳଠାରୁ ୫ କିମି ଭିତରକୁ ହୁକିଟୋଲା ପାଖରେ ଏହି ଟିମ୍‌ ପଇଁତରା ମାରୁଥିଲା। ଏହି ସମୟରେ ଏକାସାଙ୍ଗରେ ୧୭ଟି ଟ୍ରଲର୍‌ ପାଟ୍ରୋଲିଂ ଟିମ୍‌କୁ ଘେରି ଯାଇଥିଲେ। ପାଟ୍ରୋଲିଂ ଟିମ୍‌ର ନେତୃତ୍ବ ନେଉଥିବା ଫରେଷ୍ଟର ଡିଏଫ୍‌ଓ ଓ ଏସିଏଫଙ୍କୁ ଏସମ୍ପର୍କରେ ଜଣାଇଥିଲେ। ସୁରକ୍ଷା ପାଇଁ ପ୍ରଥମେ ଫାଙ୍କା ଗୁଳି ଚାଳନା କରିବାକୁ ନିର୍ଦ୍ଦେଶ ମିଳିଥିଲା। ସୂଚନା ପାଇ ବାବୁବାଲି ଓ ଶାସନପେଟାରୁ ଆଉ ୨ଟି ପାଟ୍ରୋଲିଂ ଟିମ୍‌ ମାଫିଆଙ୍କ କବଳରେ ଫସିଥିବା ଟିମ୍‌କୁ ସୁରକ୍ଷା ଦେବାକୁ ବାହାରିଥିଲେ। ସେହି ସମୟ ଭିତରେ ମାଫିଆଙ୍କ ୧୭ଟି ଟ୍ରଲର୍‌ ବନ ବିଭାଗ ଟିମ୍‌ ଟ୍ରଲରର ଆହୁରି ନିକଟତର ହୋଇ ସାରିଥିଲେ। ଫ‌ରେଷ୍ଟର୍‌ ସେମାନଙ୍କୁ ବନ୍ଧୁକ ଦେଖାଇ ଗୁଳି ମାରିଦେବାକୁ ନିର୍ଦ୍ଦେଶ ଅଛି ବୋଲି କହିଥିଲେ। ଏହି ସମୟରେ ଅନ୍ୟ ଦୁଇଟି ପାଟ୍ରୋଲିଂ ଟିମ୍‌ ଆସୁଥିବା ଦେଖି ମାଫିଆମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

୨୦୨୨ରେ ଧାମରା ଅଞ୍ଚଳର ଏକ ଟ୍ରଲର ପାଟ୍ରୋଲିଂ ଟିମ୍‌କୁ ଆକ୍ରମଣ ହୋଇଥିଲା। ୧୫ ବର୍ଷ ତଳେ ମାଫିଆଙ୍କ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ଜୀବନ ବି ଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିନ ବିଭାଗକୁ ପୁଲିସ ଫୋର୍ସ ଯୋଗାଇ ଦିଆଯାଇଛି। ମାସକ ଭିତରେ ୩ ଥର ଆକ୍ରମଣ ଉଦ୍ୟମକୁ ନେଇ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button