ଖେଳ ଖବର

ଜିମ୍ବାୱେ ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ଏହି ୩କ୍ରିକେଟର – Kalinga News

[ad_1]

ନୂଆଦିଲ୍ଲୀ: ଜିମ୍ବାୱେ ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ଏହି ୩କ୍ରିକେଟର। ଭାରତୀୟ କ୍ରିକେଟ୍ ଦଳର ଜିମ୍ବାୱେ ଗସ୍ତ ପୂର୍ବରୁ ୩ଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ସଞ୍ଜୁ ସାମସନ, ଶିବମ୍ ଦୁବେ ଏବଂ ଯଶସ୍ୱୀ ଜୈସୱାଲଙ୍କ ବଦଳରେ ଏହି ୩ଜଣଙ୍କୁ ଦଳରେ ସାମିଲ କରାଯାଇଥିବା ଜଣାପଡ଼ିଛି।

ବିଶ୍ୱ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ବର୍ତ୍ତମାନ ବାରବାଡୋସରେ ଅଛି। ଟି-୨୦ ବିଶ୍ୱକପ ଜିତିବା ପରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଭାରତ ଫେରିନାହିଁ। ଏହାର କାରଣ ହେଉଛି ସେଠାରେ ହୋଇଥିବା ଘୂର୍ଣ୍ଣିବଳୟ। ବିସିସିଆଇ ଅଧିକାରୀମାନେ ମଧ୍ୟ ଟିମ୍ ସହିତ ଥିବା ଜଣାପଡ଼ିଛି। ତେବେ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ୍ ଦଳର ୧୫ଜଣିଆ ଦଳରେ ସଞ୍ଜୁ ସାମସନ, ଶିବମ୍ ଦୁବେ ଏବଂ ଯଶସ୍ୱୀ ଜୈସୱାଲଙ୍କୁ ସାମିଲ କରାଯାଇଥିଲା। ଏବେ ସେମାନଙ୍କ ସ୍ଥାନରେ ବିସିସିଆଇରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ସାମିଲ କରିଛି। ସାଇ ସୁଦର୍ଶନ ଗୁଜୁରାଟ ଟାଇଟାନ୍ସ ପାଇଁ , ଜିତେଶ ଶର୍ମା ପଞ୍ଜାବ କିଙ୍ଗ୍ସ ପାଇଁ ଏବଂ ହର୍ଷିତ ରାଣା କୋଲକାତା ନାଇଟ୍ ରାଇଡର୍ସ ପାଇଁ ଆଇପିଏଲ ଖେଳିଥିଲେ।

ତେବେ ଜୁଲାଇ ୬ରୁ ଜିମ୍ବାୱେରେ ଟି-୨୦ ସିରିଜ ଆରମ୍ଭ ହେବ। ଏଥିପାଇଁ ଦଳ ପ୍ରସ୍ତୁତ ହୋଇସାରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button