ଖେଳ ଖବର

ଆକ୍ରମଣାତ୍ମକ ବ୍ୟବହାର ପ୍ରଦର୍ଶନ ପାଇଁ ଭାରତୀୟ ପେସ୍‌ ବୋଲର ଅରୁନ୍ଧତୀଙ୍କୁ ଆଇସିସି ପକ୍ଷରୁ ଚେତାବନୀ

ଦୁବାଇ,୦୮/୧୦: ପାକିସ୍ତାନ ବିପକ୍ଷ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍ରେ ଆକ୍ରମଣାତ୍ମକ ବ୍ୟବହାର ପ୍ରଦର୍ଶନ ପାଇଁ ଭାରତୀୟ ପେସ୍ ବୋଲର ଅରୁନ୍ଧତୀ ରେଡ୍ଡୀଙ୍କୁ ଆଇସିସି ପକ୍ଷରୁ ଚେତାବନୀ ଦିଆଯାଇଛି । ଉକ୍ତ ମ୍ୟାଚ୍ର ୨୦ତମ ଓଭରରେ ପାକିସ୍ତାନ ବ୍ୟାଟର ନିଦା ଦରଙ୍କୁ ଆଉଟ୍ କରିବା ପରେ ସେ ହାତ ଦେଖାଇ ଡ୍ରେସିଂ ରୁମକୁ ଫେରିବାକୁ ଇଙ୍ଗିତ କରିଥିଲେ ।

ଏହା ଆଇସିସି ଆଚାର ସଂହିତାର ଧାରା ୨.୫ ଉଲ୍ଲଂଘନ କରିଥିଲା । ପଡ଼ିଆ ଅମ୍ପାୟାର ମ୍ୟାଚ୍ ଶେଷ ହେବା ପରେ ମ୍ୟାଚ୍ ରେଫରୀଙ୍କ ନିକଟରେ ରିପୋର୍ଟ କରିଥିଲେ ।

ଏହାପରେ ମ୍ୟାଚ୍ ରେଫରୀ ସାନ୍ଦ୍ରେ ଫ୍ରିଜ୍ ଘଟଣାର ଯାଞ୍ଚ କରି ଅରୁନ୍ଧତୀଙ୍କୁ ଚେତାବନୀ ଦେଇଥିଲେ । ଏହା ବ୍ୟତୀତ ତାଙ୍କ ଶୃଙ୍ଖଳାଗତ ରେକର୍ଡ଼ରେ ୧ ପଏଣ୍ଟ ଯୋଡ଼ି ହୋଇଯାଇଛି । ଅରୁନ୍ଧତୀ ନିଜ ଭୁଲ ସ୍ୱୀକାର କରିଥିବାରୁ ଏଥିରେ ପରବର୍ତ୍ତୀ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚ୍ରେ ଭାରତ ୬ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା । ଅରୁନ୍ଧତୀ ୧୯ରନ୍ ପ୍ରଦାନ କରି ୩ଟି ୱିକେଟ୍ ନେବା ସହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button