ଖେଳ ଖବର

କିଛି ବଦଳିବ ନାହିଁ, ତାଙ୍କ ହାତ ମୋ କାନ୍ଧରେ ରହିବ; ରୋହିତଙ୍କୁ ନେଇ ଏଭଳି କହିଲେ ପାଣ୍ଡ୍ୟା – Kalinga News

[ad_1]

ମୁମ୍ବାଇ: ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହେଉଛନ୍ତି। ହାର୍ଦିକଙ୍କୁ ଟ୍ରେଡିଂ ଜରିଆରେ ଆଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ତାଙ୍କୁ ନେତୃତ୍ବ ଦେଇଛି। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ବମୁକ୍ତ କରାଯିବା ସହ ପାଣ୍ଡ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଘୋଷଣା କରିଥିଲା ଏମଆଇ। ରୋହିତ ୨୦୧୩ରେ ରିକି ପଣ୍ଟିଂଙ୍କଠାରୁ ମୁମ୍ବାଇ ଇଣ୍ଡିଆନ୍ସ ନେତୃତ୍ବ ଭାର ଗ୍ରହଣ କରିଥିଲେ।

ରୋହିତଙ୍କ ଅଧିନରେ ମୁମ୍ବାଇ ୫ଥର ଆଇପିଏଲ୍‌ ବିଜେତା ହୋଇଥିଲା। ଏହା ସତ୍ତ୍ବେ ବି ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବ‌ା ପରେ ରୋହିତଙ୍କ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିନଥିଲା। ଏନେଇ ପାଣ୍ଡ୍ୟାଙ୍କୁ ଟ୍ରୋଲ କରାଯାଉଥିବା ବେଳେ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟର। ସେ କହିଛନ୍ତି ଯେ, କିଛି ବଦଳିବ ନାହିଁ। ପୂର୍ବଭଳି ସବୁ ଚାଲିବ। ରୋହିତ ମୋତେ ସାହାଯ୍ୟ କରିବାକୁ ସର୍ବଦା ଉପସ୍ଥିତ ରହିବେ। ଏହି ଦଳ ଯାହା ହାସଲ କରିଛି, ତାଙ୍କ ଅଧୀନରେ ହାସଲ କରିଛି ଏବଂ ମୋତେ କେବଳ ଏହାକୁ ଆଗକୁ ନେବାକୁ ପଡିବ। ଏହା ଅଶୁଭ ହେବ ନାହିଁ | ସେ ମୋ କାନ୍ଧରେ ହାତ ରଖି ମୋତେ ଆଗକୁ ବଢ଼ାଇବେ। ”

No awkwardness' - Hardik Pandya breaks silence on relationship with Rohit Sharma after becoming MI captain
cricketaddictor

ରୋହିତଙ୍କ ସହ କଥା ହୋଇଛନ୍ତି କି ନାହିଁ ପଚରାଯିବାରୁ ପାଣ୍ଡ୍ୟା କହିଥି‌ଲେ ଯେ, “ନାଁ। ସେ ଗତ କିଛି ଦିନ ହେବା ଲଗାତାର ଯାତ୍ରା କରୁଛନ୍ତି ଏବଂ ଖେଳୁଛନ୍ତି। କଥା ହେବା ପାଇଁ ସମୟ ହୋଇନାହିଁ। କିଛି ମାସ ହେବ ଆମେ ପରସ୍ପରକୁ ଦେଖିନାହୁଁ। ସେ ଆସିବା ପରେ ଆମେ ନିଶ୍ଚୟ କଥା ହେବୁ।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button