ମନୋରଞ୍ଜନ

ସୁଯୋଗ ମିଳିଲେ ଓଡ଼ିଆ ପ୍ରଶଂସକଙ୍କ ପାଇଁ ମୁଁ ଓଡ଼ିଆ ସିନେମା ନିଶ୍ଚୟ କରିବି – Kalinga News

[ad_1]

ଫିଲ୍ମ ସହିତ ରିୟଲିଟି ସୋ’ ଓ ମ୍ୟୁଜିକ୍ ଆଲ୍‌ବମ୍‌ ପର୍ଯ୍ୟନ୍ତ ସବୁଥିରେ ଅଭିନେତ୍ରୀ ସନ୍ନି ଲିଓନି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କାନାଡ଼ାରେ ଜନ୍ମହୋଇ ପରେ ଆମେରିକାରେ ମଡେଲିଂ ଓ ଅଭିନୟ ଜୀବନ ଆରମ୍ଭ କରିଥିଲେ ସେ। ପ୍ରାୟ ୧୦ ବର୍ଷ ହେଲା ସେ ଭାରତକୁ ଆସି ବଲିଉଡ୍‌ରେ ବେଶ୍‌ କିଛି ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ନିଜ ବ୍ୟକ୍ତିଗତ ଜୀବନ ଓ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ସନ୍ନି ନିଜର ଏକ ପ୍ରସାଧନ ସାମଗ୍ରୀ ବ୍ରାଣ୍ଡ୍ ‘ଷ୍ଟାର ଷ୍ଟକ୍‌’ ଆରମ୍ଭ କରିଛନ୍ତି। ଏହାର ବଜାର ପ୍ରବେଶ ପାଇଁ ଆଜି ସେ ଓଡ଼ିଶା ଆସିବା ଅବସରରେ ତାଙ୍କ ସହିତ ଏକ ଛୋଟ ଆଳାପ
ସାକ୍ଷାତ: ପ୍ରିୟଙ୍କା ରାୟ

ଓଡ଼ିଶା ସମ୍ପର୍କରେ ଆପଣଙ୍କର କ’ଣ ଧାରଣା?
 ଓଡ଼ିଶା ଏକ ଖୁବ୍‌ ସୁନ୍ଦର ରାଜ୍ୟ। ଏଠାକୁ ଆସି ମୁଁ ବହୁତ ଖୁସି। ଦୀର୍ଘ ୧୫ବର୍ଷ ଧରି ଓଡ଼ିଶାର ପ୍ରଶଂସକମାନେ ମୋତେ ବହୁତ ସମର୍ଥନ କରିଛନ୍ତି। ମୋର ବିୟୁଟି ବ୍ରାଣ୍ଡ୍ ଏଠାରେ ବଜାର ପ୍ରବେଶ କରିବା ପୂର୍ବରୁ ମୁଁ ବିଭିନ୍ନ ସ୍ଥାନରେ ଥିବା ମୋର ପ୍ରଂଶସକଙ୍କ ସମ୍ପର୍କରେ ଅନୁଧ୍ୟାନ କରିଥିଲି। ସେଥିରେ ଓଡ଼ିଶାବାସୀଙ୍କର ମୋ’ପ୍ରତି ଥିବା ଭଲ ପାଇବା ମୋତେ ଚକିତ କରିଛି। ଆଗକୁ ଏହି ଧାରା ବଜାୟ ରହିବ ବୋଲି ଆଶା କରୁଛି।

ଓଡ଼ିଶାର ସଂସ୍କୃତି ଓ ଖାଦ୍ୟ ସମ୍ପର୍କରେ କ‘ଣ କହିବେ?
 ଓଡ଼ିଶାର ସଂସ୍କୃତି ଓ ଖାଦ୍ୟ ସବୁଆଡ଼଼େ ଲୋକପ୍ରିୟ। ମୁଁ ଫେରିବା ପୂର୍ବରୁ ଓଡ଼ିଶାର ଖାଦ୍ୟ ଖାଇବା ସହିତ ଏଠାକାର ପାରମ୍ପରିକ ପୋଷାକ ପରିଧାନ କରି ଯିବାକୁ ଚେଷ୍ଟା କରିବି।

ଓଡ଼ିଆ ଫିଲ୍ମର ଅଫର୍‌ ମିଳିବେ ଗ୍ରହଣ କରିବେ?
 ନିଶ୍ଟୟ କରିବି। ଜଣେ କଳାକାର ହିସାବରେ କଳାର ସମ୍ମାନ ଏକାନ୍ତ ଆବଶ୍ୟକ। ଓଡ଼ିଶାରେ ଥିବା ମୋ’ ପ୍ରଶଂସକଙ୍କ ଭଲ ପାଇବା ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ତେଣୁ ଭବିଷ୍ୟତରେ ସୁଯୋଗ ମିଳିଲେ ମୁଁ ମୋର ଓଡ଼ିଆ ପ୍ରଶଂସକମାନଙ୍କ ପାଇଁ ନିଶ୍ଚୟ ଓଡ଼ିଆ ସିନେମା କରିବି।

ବର୍ତ୍ତମାନ ମହିଳା ଉଦ୍ୟୋଗପତି ହେବାକୁ ଚାହୁଛନ୍ତି। ସେମାନଙ୍କୁ ଆପଣ କ’ଣ ପରାମର୍ଶ ଦେବେ?
 ବର୍ତ୍ତମାନ ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କର ଆଗ୍ରହ ବଢ଼ୁଛି, ତାହା ଅତ୍ୟନ୍ତ ଆନନ୍ଦର ବିଷୟ। ମୋର ସମସ୍ତଙ୍କୁ ଏହି ପରାମର୍ଶ ରହିବ ଯେ ସବୁବେଳେ ନିଜର ଲକ୍ଷ୍ୟକୁ ସ୍ଥିର ରଖନ୍ତୁ ଓ ଧୈର୍ଯ୍ୟହରା ହୁଅନ୍ତୁନି। ଜୀବନରେ ସବୁବେଳେ ବାଧାବିଘ୍ନ ଆସିବ, ତାହାକୁ ସାହସର ସହିତ ସାମ୍‌ନା କରିବାକୁ ଶକ୍ତି ରଖିବା ଏକାନ୍ତ ଆବଶ୍ୟକ।

ନିଜର ବିୟୁଟି ଉତ୍ପାଦ ସମ୍ପର୍କରେ କଣ କହିବେ? ଏହା ବଜାରର ଅନ୍ୟ ସାମଗ୍ରୀଠାରୁ ଭିନ୍ନ କିପରି?
 ଯେତେବେଳେ ସ୍ୱଚ୍ଛ ଓ ଶୁଦ୍ଧ ଜିନିଷର କଥା ଉଠେ, ସମସ୍ତେ ଘର ଜିନିଷ କଥା କହନ୍ତି। ସେହିଭଳି ଏହି ବିୟୁଟି ଉତ୍ପାଦ ଆମ ଭାରତରେ ଓ ପୂରା ଶୁଦ୍ଧତାର ସହ ତିଆରି ହୋଇଛି। କୌଣସି କ୍ଷତିକାରକ ଜିନିଷ ଏଥିରେ ନାହିଁ। ତେଣୁ ଏହା ତ୍ୱଚା ପାଇଁ ଖୁବ୍‌ ଭଲ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button