ମନୋରଞ୍ଜନ

ଘରେ ବନାନ୍ତୁ ବୋଉ ହାତ ରନ୍ଧା ସୁଆଦ ଭଳି ଓଡିଆ ଷ୍ଟାଇଲ୍‌ ଜହ୍ନି ଚିଙ୍ଗୁଡି ଶୁଖୁଆ ତରକାରୀ

ଆପଣ ସବୁବେଳେ ନୂଆ ନୂଆ ପ୍ରକାରର ବ୍ୟଞ୍ଜନ ଖାଇବାକୁ ଇଚ୍ଛା କରନ୍ତି। ତେବେ ଏବେ ଲକଡାଉନ କାରଣ ସମୟରେ ଲୋକେ ବାହାର ଜିନିଷ ନଖାଇ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଛନ୍ତି। ତେଣୁ ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ଓଡିଆ ଷ୍ଟାଇଲ ଜହ୍ନି ଚିଙ୍ଗୁଡି ଶୁଖୁଆ ତରକାରୀ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଜହ୍ନି, ଆଳୁ, ଚିଙ୍ଗୁଡି ସୁଖୁଆ, ଲଙ୍କା ଗୁଣ୍ଡ, ଲୁଣ, ହଳଦି, ଅଦା-ରସୁଣ ପେଷ୍ଟ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଜହ୍ନି ଏବଂ ଆଳୁକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ ଚିଙ୍ଗୁଡି ସୁଖୁଆକୁ ଏକ ପାତ୍ରରେ ରଖି ଭଲଭାବେ ଧୋଇ ଦିଅନ୍ତୁ। ଏବେ କଡାରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ସୁଖୁଆକୁ ପକାଇ ଦିଅନ୍ତୁ। ସେଥିରେ ଅଳ୍ପ ଲୁଣ ହଳଦି ପକାଇ ଗୋଳାଇ ଭଲ ଭାବେ ଭାଜି ଦିଅନ୍ତୁ। ଏହା ଭଲଭାବେ ଭାଜି ହୋଇଗଲା ପରେ ଏକ ପାତ୍ରକୁ କାଢ଼ି ଅଲଗା କରି ରଖନ୍ତୁ। ଏବେ କଡାରେ ପୁଣି ଥରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲେସେଥିରେ ଫୁଟଣ ଏବଂ ପିଆଜ ପକାଇ ଭାଜି ଦିଅନ୍ତୁ। ଏବେ ଏଥିରେ କଟା ଆଳୁକୁ ପକାଇ ଭାଜନ୍ତୁ। ଆଳୁ ସିଝି ଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ। ଏହାପରେ ଏଥିରେ ଲଙ୍କା ଗୁଣ୍ଡ, ଲୁଣ, ହଳଦି ପକାନ୍ତୁ। ଏସବୁ ଭଲଭାବେ ମଷଲା ସହିତ କଷି ହୋଇଗଲା ପରେ ସେଥିରେ ଜହ୍ନି ପକାଇ ଭାଜନ୍ତୁ। ଏବେ ଏଥିରେ ଭାଜି ରଖିଥିବା ଚିଙ୍ଗୁଡିକୁ ପକାଇ ମିଶାଇ ଘୋଢ଼ଣି ଦେଇ ଢ଼ାଙ୍କି ଦିଅନ୍ତୁ। କିଛି ସମୟ ପରେ ଢ଼ାଙ୍କୁଣି ଖୋଲି ଚଲାଇ ଦିଅନ୍ତୁ। ଏହା ଭଲ ଭାବେ ସିଝି ଭାଜି ହୋଇଗଲା ପରେ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣ ଏହାକୁ ଗରମା ଗରମ ଭାତ କିମ୍ବା ପଖାଳ ସହିତ ମଜା ନେଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button