ମନୋରଞ୍ଜନ

ପ୍ରସବର ୪ଦିନ ପରେ ସନ୍ତାନକୁ ମାରିଦେବାକୁ ଚାହୁଁଥିଲି – Kalinga News

[ad_1]

ନୂଆଦିଲ୍ଲୀ: ପାକିସ୍ତାନ ଅଭିନେତ୍ରୀ ସରୱତ ଗିଲାନି ପ୍ରସବ ପରେ କିଭଳି ଅସୁବିଧା ଦେଇ ଗତି କରିଥିଲେ ତାହାକୁ ନେଇ ସମସ୍ତଙ୍କ ସହିତ ଖୋଲାଖୋଲି ଆଲୋଚନା କରିଛନ୍ତି।

ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, ‘ମା’ ହେବାପରେ ମୁଁ ଖୁବ ଚିନ୍ତାରେ ପଡ଼ି ଯାଇଥିଲି। ଏମିତିକି ମୁଁ ମୋର ନବଜାତକୁ ହତ୍ୟା କରିବାକୁ ଉଦ୍ୟମ ବି କରିଥିଲି। ସନ୍ତାନକୁ ଜନ୍ମ ଦେବାର ୪ଦିନ ପ‌ରେ ତାକୁ ଭେଟିବାକୁ ଯାଇଥିଲି।   ସେ ସମୟ‌ରେ ମନକୁ ଏକ ପ୍ରକାର ଅଦ୍ଭୁତ ଚିନ୍ତାଧାରା ଆସିଥିଲା କି ମୋର ସନ୍ତାନକୁ ହତ୍ୟା କରିଦେବି। ତାକୁ ହତ୍ୟା କରିଦେଲେ ସମସ୍ତ ଚିନ୍ତା ଦୂର ହୋଇଯିବ। କାରଣ ସେ ସମୟରେ ମୁଁ କିଛି ପରିସ୍ଥିତିକୁ ନେଇ ସଂଘର୍ଷ କରୁଥିଲି।

ମୁଁ ଯେତେବେଳେ କୋଠରି ଭିତରକୁ ଯାଇଥିଲି ‌ସେ ଶୋଉଥିଲା । ‌ସେ ସମୟରେ ସ୍ବାମୀ  ଫହାଦଙ୍କୁ କହିଥିଲି, ମୁଁ ସନ୍ତାନକୁ ମାରି ଦେବାକୁ ଚାହୁଁଛି।’ ଏହାପରେ ଫହାଦ ମୋତେ ବୁଝାଇ କହିଥିଲେ, ‘ ପ୍ରସବ ପ‌ରେ ଏମିତି ସମସ୍ୟା ଆସିଥାଏ। ଏଥିରେ ବିଚଳିତ ହୋଇ କୌଣସି ଭୁଲ ପଦକ୍ଷେପ ଉଠାଇ ନେବା ଉଚିତ ନୁହେଁ। ଏଭଳି ଅବସ୍ଥାରେ ଉଠା ଯାଇଥିବା ପଦକ୍ଷେପ ପରବର୍ତ୍ତୀ ସମୟରେ କଷ୍ଟ ଦେଇଥାଏ।’

ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ଅନ୍ତସତ୍ତ୍ବା ହେବାପାଇଁ ଯଦି ଯୋଜନା କରୁଛନ୍ତି ତେବେ ଏହାପୂର୍ବ ଓ ପର ଅବସ୍ଥା କିପରି ରହିଥ‌ାଏ ସେବିଷୟରେ ବୁଝିବିଚାରି ନେବା ନିହାତି ଆବାଶ୍ୟକ ‌ହୋଇଥାଏ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button