ବିଗ୍ ବସ୍-୧୭ ପାଇଁ ଗୋଟାଏ ଅଧ୍ୟାୟ ପାଇଁ ବିକିଙ୍କ ନେଉଥିଲେ ଏତେ ପାରିଶ୍ରମିକ – Kalinga News

[ad_1]
ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଥିଲେ। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେଟା ଦେଖିବାକୁ ମିଳିନଥିଲା। ହେଲେ କମ ପାରିଶ୍ରମିକ ନେଇ ଘରକୁ ଆସିଥିବା ବିକିିଙ୍କ ଯୋଗଦାନ ସୋ’ ପାଇଁ ଅଧିକ ରହିଥିବା ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ସେ ଘରୁ ବାହାରକୁ ଆସି ସାରିଥିବା ବେଳେ ପ୍ରତି ଅଧ୍ୟାୟ ପାଇଁ ସେ କେତେ ପାରିଶ୍ରମିକ ନେଉଥିଲେ, ତାହା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ପ୍ରତିଟି ଅଧ୍ୟାୟ ପାଇଁ ବିକି ୭୧ହଜାର ଟଙ୍କା ନେଉଥିଲେ। ଅର୍ଥାତ୍ ଗୋଟାଏ ସପ୍ତାହ ପାଇଁ ସେ ପ୍ରାୟ ୫ଲକ୍ଷ ଟଙ୍କାର ପାରିଶ୍ରମିକ ନେଇଥିବା ଜଣାପଡ଼ିଛି। ଯଦି ଆମେ ତାଙ୍କର ପୂରା ସିଜିନର ପାରିଶ୍ରମିକ ଦେଖିବା ତେବେ ସେ ୧୦୦ରୁ ଅଧିକ ଦିନ ରହି ୭୦ଲକ୍ଷରୁ ଅଧିକ ଟଙ୍କା ପାରିଶ୍ରମିକ ନେଇଥିବା ସାମ୍ନାକୁ ଆସିଛି।
[ad_2]