ରାଜନୀତି

ବିଜେଡିର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ – Kalinga News

[ad_1]

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲାଠିଆଗୁଡ଼ାସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ନେତୃତ୍ୱରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗତ ନିର୍ବାଚନରେ ବିଜୁ ଜନତା ଦଳ ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଦୁଇଟି ବିଧାନସଭା ଆସନରେ ପରାଜୟର କାରଣ ଖୋଜିବା ସହ ଏହାର ସମୀକ୍ଷା କରିଥିଲା।

ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ସମସ୍ତ ବ୍ଲକ ଅଧ୍ୟକ୍ଷା, ଅଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ବିଜୁ ଜନତା ଦଳର ନେତୃମଣ୍ଡଳୀ ଏବଂ ବିଜେଡି କାର୍ଯ୍ୟକର୍ତ୍ତା ନିଜ ନିଜର ମତବ୍ୟକ୍ତ କରିଥିଲେ। ଉକ୍ତ ସମୀକ୍ଷା ବୈଠକରେ ପରାଜୟରେ ଦୁଃଖ ନକରି ପୂର୍ବଭଳି ଦଳୀୟ ସଙ୍ଗଠନକୁ ଆଗକୁ ବଢାଇବାକୁ ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମୀ ପରାମର୍ଶ ଦେଇଥିଲେ। ଲୋକଙ୍କ ସହ ଅଧିକରୁ ଅଧିକ ଯୋଡ଼ି ହୋଇ ୨୫ ବର୍ଷରେ ନବୀନ ସରକାର କଣ କଣ କରିଛନ୍ତି ଲୋକଙ୍କୁ ଅବଗତ କରାଇବା ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳକୁ ପୁନର୍ବାର ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଲେ।

ସମୀକ୍ଷା ବୈଠକରେ ଜିଲ୍ଲା ସଭାପତି ମାନସ ମାଡ଼କାମୀଙ୍କ ସହ ଜିଲ୍ଲା ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେଡି ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ଜିଲ୍ଲା ଛାତ୍ର ସଭାପତି ତାପସ ରଞ୍ଜନ ନାୟକ ଓ ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶଙ୍କ ସମେତ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବିଶିଷ୍ଟ ନେତୃମଣ୍ଡଳୀ ଓ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button