ରାଜ୍ୟ

କୂଅରେ ପଡ଼ି ଦାଦା-ପୁତୁରା ମୃତ – Kalinga News

[ad_1]

ଖୋର୍ଦ୍ଧା : ଜଟଣୀ ଗୋଡା ଧର୍ମ ସାଗର ଅଞ୍ଚଳରେ ଘଟିଛି ଅଘଟଣ । କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି । ୧୮ ବର୍ଷୀୟ ପୁତୁରାକୁ କୂଅରୁ ଉଦ୍ଧାର କରିବାକୁ ଜାଇ ୫୦ ବର୍ଷୀୟ ଦାଦା ମଧ୍ୟ କୂଅରେ ପଡ଼ିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ମୃତକ ପୁତୁରା ନିଖିଲ ନାୟକ ଓ ଦାଦା ଦୁଲା ନାୟକ ଉଭାୟଙ୍କୁ ଜଟଣୀ ଅଗ୍ନିଶମ ବିଭାଗ କର୍ମଚାରୀ କୂଅରୁ ବାହାର କରିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।  ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଘଟଣ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button