ଖେଳ ଖବର

ଟିମ ଇଣ୍ଡିଆକୁ ମିଳିବ ୧୨୫ କୋଟି, ଘୋଷଣା କଲା ବିସିସିଆଇ – Kalinga News

[ad_1]

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଏହାକୁ ନେଇ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି ।

ସେପଟେ ଦଳର ଏହି ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପୁରସ୍କାର ରାଶି ଘୋଷଣା କରିଛି, ଯେଉଁଥିରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ମୋଟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ନିଜ ଟ୍ବିଟରେ ଶାହ ଲେଖିଛନ୍ତି ଯେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟଯାକ ଟିମ ଇଣ୍ଡିଆ ଅସାଧାରଣ ଦକ୍ଷତା ଓ ଧୈର୍ଯ୍ୟ ଓ କ୍ରୀଡ଼ନୈପୁଣ୍ୟ ପ୍ରଦର୍ଶନ କରିଛି ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟି-୨୦ ବିଶ୍ବକପ ଜିତିବା ପରେ ଟିମ ଇଣ୍ଡିଆକୁ ୨.୪୫ ନିୟୁତ ଡଲାର ବା ପ୍ରାୟ ୨୦.୪୨ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ଏହା ବାଦ ବିସିସିଆଇ ପକ୍ଷରୁ ଟିମ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button