ମନୋରଞ୍ଜନ

ଓଲିଉଡ୍‌ର ଚାରି ଚର୍ଚ୍ଚିତ: ବିଟେକ୍ ନାୟିକା – Kalinga News

[ad_1]

ଓଲିଉଡ୍‌ରେ ବେଶ୍ କେତେଜଣ ଉଚ୍ଚଶିକ୍ଷିତା ନାୟିକା ଅଛନ୍ତି, ଯେଉଁମାନେ ଭିନ୍ନ ଭିନ୍ନ ବିଷୟରେ ସ୍ନାତକ ବା ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି। କିନ୍ତୁ ଏମାନଙ୍କ ଭିତରୁ ହାତଗଣତି ନାୟିକା ବିଟେକ୍ ପାସ୍ କରିଛନ୍ତି। ଆଜିକାଲି ଓଲିଉଡ୍‌ରେ ଚାରି ବିଟେକ୍ ନାୟିକା ବେଶ୍‌ ଚର୍ଚ୍ଚାରେ ଅଛନ୍ତି। କିଏ ଚାକିରି କରିଛନ୍ତି ତ ଆଉ ପୁଣି କିଏ କେବଳ ଅଭିନୟ ବୃତ୍ତିରେ ଆଗକୁ ବଢ଼ି ଚାଲିଛନ୍ତି।

ଶିବଶଙ୍କର ଓଝା

ଆଇଟି ଇଂଜିନିୟର୍‌ ଅର୍ଚ୍ଚିତା
ପ୍ରାୟ ଦୁଇ ଦଶନ୍ଧି ଧରି ଓଲିଉଡ୍‌ରେ ନାୟିକା ଭାବେ ରାଜ୍ କରୁଛନ୍ତି ଅର୍ଚ୍ଚିତା। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଓ ମାଇଁ ଲଭ୍’ (୨୦୦୫) ଜରିଆରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ସେ। ଏହାପରେ ଅର୍ଚ୍ଚିତାଙ୍କୁ ୩୦ରୁ ଅଧିକ ଓଡ଼ିଆ ସିନେମାରେ ଦର୍ଶକ ଦେଖି ସାରିଛନ୍ତି। ଏବେ ତାଙ୍କ ଅଭିନୀତ ‘ପାଦେ ଆକାଶ’କୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ଭୁବନେଶ୍ବରର ଏକ ପ୍ରମୁଖ ଘରୋଇ ବିଶ୍ବବିଦ୍ୟାୟଳୟରୁ ସେ ଇନ୍‌ଫରମେସନ୍ ଟେକ୍ନୋଲୋଜି (ଆଇ.ଟି.)ରେ ସେ ସ୍ନାତକ କରିଛନ୍ତି। ସେ କହନ୍ତି, ‘‘ମୁଁ ବିଟେକ୍ କରିବା ବେଳକୁ ଅଭିନୟ ଜଗତରେ ଖୁବ୍ ସକ୍ରିୟ ହୋଇସାରିଥିଲି। ଏଣୁ ଅଭିନୟ କ୍ଷେତ୍ରକୁ ହିଁ ବୃତ୍ତି ଭାବରେ ଗ୍ରହଣ କରିଛି।’’

ମେକାନିକାଲ୍‌ ଇଂଜିନିୟର୍‌ ଅନୁଭା
ଓଲିଉଡ୍‌ର ଅନ୍ୟତମ ବିଟେକ୍ ନାୟିକା ହେଲେ ଅନୁଭା। ସେ ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିଅରିଂ ଇନ୍‌ଷ୍ଟିଚ୍ୟୁଟରୁ ମେକାନିକାଲ୍ ଇଞ୍ଜିନିଅରିଂରେ ବିଟେକ୍ ଡିଗ୍ରି ହାସଲ କରିଛନ୍ତି। ଏହାଛଡ଼ା ସେ ବେଙ୍ଗାଲୁରୁର କ୍ରାଏଷ୍ଟ୍‌ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ମଧ୍ୟ କରିଛନ୍ତି।
ଅନୁଭାଙ୍କୁ ଦର୍ଶକ ପ୍ରଥମେ ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ (୨୦୧୧)ରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ। ତା’ପରେ ସେ ‘ସମୟ ବଡ଼ ବଳବାନ୍’, ‘ରିଭେଂଜ୍’, ‘ବଜରଙ୍ଗୀ’, ‘ସାଥୀ ତୁ ଫେରିଆ’ ଓ ‘ମୁଁ ପରଦେଶୀ ଚଢେଇ’ ଆଦି ଓଡ଼ିଆ ସିନେମାରେ ନଜର ଆସିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଚନ୍ଦ୍ରବଂଶୀ’ରେ ତାଙ୍କୁ ଆଇଟମ୍ ଗୀତ ‘ଝଲମଲ ଦରିଆ..’ରେ ଦେଖିବାକୁ ମିଳିଛି। ଅନୁଭା କହନ୍ତି, ‘‘ମୁଁ ଅଭିନୟ ସାଙ୍ଗକୁ ଚାକିରି ମଧ୍ୟ କରୁଛି। ଏବେ ‘ଆଇଟିସି’ରେ ଆସିଷ୍ଟାଣ୍ଟ୍‌ ବ୍ରାଞ୍ଚ୍ ମ୍ୟାନେଜର୍ ଭାବେ ବେଙ୍ଗାଲୁରୁରେ କାର୍ଯ୍ୟରତ। ଉଭୟ ଅଭିନୟ ଓ ଚାକିରି କ୍ଷେତ୍ରରେ ସମାନ୍ତରାଳ ଭାବେ ବୃତ୍ତିଗତ କାମକୁ ନିର୍ବାହ କରୁଛି।’’

ଟେଲିକମ୍ ଇଂଜିନିୟର୍‌ ପୁନମ୍
ଓଡ଼ିଆ ସିନେମାର ଜଣାଶୁଣା ନାୟିକା ପୁନମ୍ ମିଶ୍ର ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଟେଲିକମ୍ୟୁନିକେସନ୍ ଇଞ୍ଜିନିଅରିଂରେ ସ୍ନାତକ କରିଛନ୍ତି। ପୁନମ୍ ପ୍ରାୟ ୧୩ ବର୍ଷ ଧରି ଓଲିଉଡ୍‌ରେ ସକ୍ରିୟ ଅଛନ୍ତି। ପୁନମ୍ ଅଲ୍‌ରାଉଣ୍ଡର୍ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ (୨୦୧୧) ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ନାମୀଦାମୀ ନିର୍ଦ୍ଦେଶକଙ୍କ ଅଧୀନରେ ‘ଲଭ୍‌ ମାଷ୍ଟର’, ‘ରକ୍‌ଷ୍ଟାର୍’,‘ଜହ୍ନରାତିର ସାଥୀ’, ‘ଅଧୁରା ପ୍ରେମ କାହାଣୀ’, ‘ଟିକେ ଲଭ୍ ଟୁଇଷ୍ଟ୍‌’, ‘ଲଭ୍ ଇଂପସିବଲ୍’, ‘ମହାବାହୁ’, ‘କଟକ-ଶେଷରୁ ଆରମ୍ଭ’ ଓ ‘ଚନ୍ଦ୍ରବଂଶୀ’ ଆଦି ସିନେମାରେ ନଜର ଆସିଛନ୍ତି। ପୁନମ୍ କହନ୍ତି, ‘‘ମୁଁ ବିଟେକ୍ କରିବା ବେଳକୁ ଫିଲ୍ମରେ କାମ କରିସାରିଥିଲି। ଏଣୁ ଇଞ୍ଜିନିୟରିଂରେ କ୍ୟାରିଅର୍ କରିଲିନି। ଏବେ ଆଉ ଇଚ୍ଛା ବି ନାହିଁ।’’

ସିଭିଲ୍‌ ଇଂଜିନିୟର ପ୍ରିୟଙ୍କା
ବାଲେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ୍ ଡିଗ୍ରି ହାସଲ କରିଛନ୍ତି ଓଲିଉଡ୍‌ ନାୟିକା ପ୍ରିୟଙ୍କା ସାହୁ। ସେ କେ. ଅନିସ୍‌ଙ୍କ ନିର୍ଦ୍ଦେଶିତ ‘ସୁପର୍‌ବୟ’ ଫିଲ୍ମରୁ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ଏନ୍. ପାଢ଼ୀଙ୍କ ନିର୍ଦ୍ଦେଶିତ ‘ମନେ ମନେ ମନ ଖୋଜୁଥିଲା’ ଓ ରଣଜିତ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଶାୟରୀ ଶାୟରୀ’ରେ ନାୟିକା ଭାବେ ବଡ଼ ପରଦାକୁ ଆସିଥିଲେ।
ପ୍ରିୟଙ୍କା କହିଛନ୍ତି, ‘‘ଇଞ୍ଜିନିୟରିଂରେ ବିଟେକ୍ ଡିଗ୍ରି କରିଥିଲେ ମଧ୍ୟ ପିଲାଟି ଦିନରୁ ହିରୋଇନ୍ ହେବାର ସ୍ବପ୍ନ ଥିଲା। ଏବେ ତାହା ସାକାର ରୂପ ହୋଇଥିବାରୁ ଏବଂ ଭଲ ରୋଜଗାର ହେଉଥିବା କାରଣରୁ ଇଞ୍ଜିନିୟରିଂ ପ୍ରଫେସନ୍ ପ୍ରତି ମନ ବଳାଇ ନାହିଁ।’’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button