ମନୋରଞ୍ଜନ

ରଣବୀର-ଆଲିଆଙ୍କ ନୂଆ ଘରେ ରାହାର ପାଦ ପଡ଼ିଲା – Kalinga News

[ad_1]

ମୁମ୍ବାଇର ବାନ୍ଦ୍ରାଠାରେ ଅଭିନେତା ରଣବୀର କପୁର ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଆଲିଆ ଭଟ୍ଟଙ୍କର ୨୫୦ କୋଟି ଟଙ୍କାର ଏକ ଭବ୍ୟ ବଙ୍ଗଳାର ନିର୍ମାଣ କାର୍ଯ୍ୟ ଚାଲିଛି। ପତିପତ୍ନୀ ଘରର ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ପ୍ରାୟତଃ ଆସିଥାନ୍ତି। ମାତ୍ର ନିକଟରେ ପ୍ରଥମ ଥର ପାଇଁ ସେମାନଙ୍କ ସହ ଝିଅ ରାହାକୁ ବି ସେଠାରେ ଦେଖିବାକୁ ମିଳିଛି। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ସୂତ୍ରରୁ ପ୍ରକାଶ ଯେ ଦମ୍ପତିଙ୍କର ଏହି ନୂଆ ଘର ଖୁବ୍‌ ଶୀଘ୍ର ପ୍ରସ୍ତୁତ ହୋଇଯିବ। ଝିଅ ରାହା ସହ ଚଳିତବର୍ଷ ଦୀପାବଳିରେ ଗୃହ ପ୍ରବେଶ ଯୋଜନା ରଖିଛନ୍ତି ବଲିଉଡ୍‌ର ଏହି ଚର୍ଚ୍ଚିତ ଲଭ୍‌-ବାର୍ଡସ୍‌।

ଏଥର ନୂଆ ଘର ଦେଖିବାକୁ ଗଲା ବେଳେ ରଣବୀର, ଆଲିଆ ଓ ରାହାଙ୍କ ବ୍ୟତୀତ ରଣବୀରଙ୍କ ମାଆ ନୀତୁ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ପୂର୍ବ ଭଳି ଏଥର ବି ରାହାଙ୍କ ଚମତ୍କାର ମୁଖଭଙ୍ଗୀ ଲୋକଙ୍କ ମନ ଜିଣିନେଇଛି। କେହି କେହି ରାହାଙ୍କୁ ତାଙ୍କ ଦିବଗଂତ ଜେଜେବାପା ଋଷି କପୁରଙ୍କ ସହ ତୁଳନା କରୁଛନ୍ତି ତ ପୁଣି କେହି ଆଲିଆଙ୍କ କାର୍ବନ କପି ବୋଲି କହୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button