ଏକାଧିକ କୀର୍ତ୍ତିମାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟେଷ୍ଟ୍, ପ୍ରଥମ ଦିନ ଭାରତ ୫୨୫/୪ – Kalinga News

[ad_1]
ଶେଫାଳିଙ୍କ ଦ୍ବିଶତକ, ସ୍ମୃତିଙ୍କ ଶତକ
ଚେନ୍ନାଇ: ସ୍ଥାନୀୟ ଚେପକ୍ ଷ୍ଟାଡିୟମ୍ରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ମହିଳା ଟେଷ୍ଟ୍ରେ ଭାରତ ପ୍ରଥମ ଦିନରୁ ହିଁ ଆଧିପତ୍ୟ ବିସ୍ତାର କରିଛି। ଶେଫାଳି ବର୍ମାଙ୍କ ଦ୍ବିଶତକ ଏବଂ ସ୍ମୃତି ମନ୍ଧାନାଙ୍କ ଶତକ ବଳରେ ଭାରତ ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ୯୮ ଓଭର ଖେଳି ୪ ୱିକେଟ୍ ବିନିମୟରେ ୫୨୫ ରନ୍ କରିଛି। ଯାହାକି ପୁରୁଷ ମହିଳା କ୍ରିକେଟ୍ ପାଇଁ କୌଣସି ଦିନରେ ସର୍ବୋଚ୍ଚ ଦଳଗତ ସ୍କୋର। ମହିଳା ଟେଷ୍ଟ୍ କ୍ରିକେଟ୍ରେ ଏହା ମଧ୍ୟ ଭାରତର ସର୍ବୋଚ୍ଚ ସ୍କୋର୍ ହୋଇଛି। ପୂର୍ବରୁ ଟନଟନ୍ରେ ଇଂଲଣ୍ଡ ବିପକ୍ଷ ୪୬୭ ରନ୍ ଭାରତର ସର୍ବୋଚ୍ଚ ରନ୍ ଥିଲା। ପ୍ରଥମ ଦିନ ଶେଷ ବେଳକୁ ଅଧିନାୟିକା ହର୍ମନପ୍ରୀତ ସିଂହ ୪୨* ଓ ରିଚା ଘୋଷ ୪୩*ରନ୍ ବ୍ୟାଟିଂ କରୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଘରୋଇ ପଡ଼ିଆର ଫାଇଦା ଉଠାଇ ଦୁଇ ଓପନର୍ ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା ଆରମ୍ଭରୁ ହିଁ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନୟାନ୍ତ କରିଥିଲେ। ଉଭୟ ୫୨ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ପ୍ରଥମ ୱିକେଟ୍ରେ କୀର୍ତ୍ତିମାନଭରା ୨୯୨ ରନ୍ର ଭାଗୀଦାରି ଗଢ଼ିଥିଲେ। ସ୍ମୃତି (୧୪୯, ୧୬୧ ବଲ୍, ୨୭ ଚୌକା, ୧ ଛକା)ଙ୍କୁ ଡେଲ୍ମି ଟକ୍କର ଆଉଟ୍ କରିଥିଲେ। ସ୍ମୃତିଙ୍କ ଆଉଟ୍ ପରେ ବି ଶେଫାଳିଙ୍କ ରନ୍ ଭୋକ ମରି ନଥିଲା। ସେ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ୧୯୪ ବଲ୍ରେ ଦ୍ବିଶତକ ଅର୍ଜନ କରିବାରେ ଦ୍ରୁତତମ ହୋଇଥିଲେ। ଏହା ପରେ ଶେଫାଳି (୨୦୫,୧୯୭ ବଲ୍, ୨୩ ଚୌକା, ୮ ଛକା) ରନ୍ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ପୂର୍ବରୁ ଦକ୍ଷିଣ ଆଫ୍ରିକା ପୁରୁଷ ଦଳ ବିପକ୍ଷରେ ବୀରେନ୍ଦ୍ର ସେହବାଗ ସମାନ ୧୯୪ ବଲ୍ରୁ ସେହି ଚେପକ୍ରେ ଦ୍ବିଶତକ ଅର୍ଜନ କରିଥିବାରୁ ଉଭୟଙ୍କ ତୁଳନା ଆରମ୍ଭ ହୋଇଯାଇଛି। ପୂର୍ବରୁ ଭାରତ ପାଇଁ କେବଳ ମିତାଲି ରାଜ ମହିଳା ଟେଷ୍ଟ୍ରେ ଦ୍ବିଶତକ ଅର୍ଜନ କରିଥିଲେ। ଅନ୍ୟତମ ଯୁବା ବ୍ୟାଟର୍ ଜେମିମା ରଡ୍ରିଗୁଏଜ ମଧ୍ୟ ଶୁକ୍ରବାର ୫୫ ରନ୍ର ଉପଯୋଗୀ ପାଳି ଖେଳିଥିଲେ।
ସଂକ୍ଷିପ୍ତ ସ୍କୋର୍: ଭାରତ ୯୮ ଓଭରରେ ୫୨୫/୪ (ଶେଫାଳି ବର୍ମା ୨୦୫, ସ୍ମୃତି ମନ୍ଧାନା ୧୪୯, ଜେମିମି ରଡ୍ରଗୁଏଜ ୫୫, ହର୍ମନପ୍ରୀତ କୌର ୪୨*, ରିଚା ଘୋଷ ୪୩*, ଡେଲ୍ମି ଟକ୍କର ୨/୧୪୧, ନଦିନେ ଡି’କ୍ଲେର୍କ ୧/୬୨)।
[ad_2]